ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ କ୍ରିମିନାଲ କୋର୍ଟସ ବାର ଆସୋସିଏସନ ସଭାପତିଙ୍କୁ ସମ୍ବର୍ଦ୍ଧନା

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ କ୍ରିମିନାଲ କୋର୍ଟସ ବାର ଆସୋସିଏସନ ସଭାପତିଙ୍କୁ ସମ୍ବର୍ଦ୍ଧନା


କଟକ(ଏନ୍‌.ଏମ୍‌.): ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ କଟକ କ୍ରିମିନାଲ କୋର୍ଟସ ବାରର ଆସୋସିଏସନର ନବ ନିର୍ବାଚିତ ସଭାପତି ତଥା ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦ ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ରମାକାନ୍ତ ଭୋଇ, ପ୍ରଦୀପ ରଞ୍ଜନ ମିଶ୍ର, ବୁଲୁ ମହାନ୍ତି, ଜୀବନଜ୍ୟୋତି ସାହୁ, ଜୁନେଜ ଖାନ, ଚନ୍ଦ୍ରମଣୀ ସାମଲ, ବଳରାମ ସ୍ୱାଇଁ, ଅର୍ଜୁନ ସାମଲ, ଚୈତନ୍ୟ ସମାଲ, ଅମର ସାମଲ, ପ୍ରଦୀପ ସାମଲ, ଗମନ ସାମଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ସମ୍ବର୍ଦ୍ଧନାର ଉତ୍ତରରେ ଆଇନଜୀବୀ ଶ୍ରୀ ମିଶ୍ର ଗରିବ, ନିରୀହ, ନିଷ୍ପସିତ ଲୋକଙ୍କୁ ସୁବିଧାରେ ଆଇନ ସହାୟତା ଯୋଗାଇ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *