ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଚାଉଳିଆଗଞ୍ଜସ୍ଥିତ ଆଦର୍ଶ ଶିଶୁ ଜ୍ଞାନ ମନ୍ଦିରରେ ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଉଦ୍‌ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀ ପାଶ୍ଚାତ ସଭ୍ୟତା ପ୍ରତି ଆକୃଷ୍ଟ ହେବା ପରିବର୍ତ୍ତେ ନିଜର ପରମ୍ପରାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତିତା ହେବା ସହ ଶିକ୍ଷା ଉପରେ ଧ୍ୟାନଦେଲେ ସମାଜରେ ଜଣେ ପ୍ରତିଷ୍ଠିତ ନାଗରିକ ହୋଇ ପାରିବେ ବୋଲି ମତପ୍ରକାଶ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସୁକାନ୍ତ ଚନ୍ଦ୍ର ସାହାଣୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୀନା ସାହୁ ଯୋଗଦେଇ ଓଡ଼ିଆ ମାଟିର ପୁଅ ବା ଝିଅ ଇଂରାଜୀ ମାଧ୍ୟମ ପ୍ରତି ଆକୃଷ୍ଟ ନହୋଇ ଓଡ଼ିଆ ମାଧ୍ୟମରେ ଶିକ୍ଷା ଅର୍ଜନ କରି ଜାତି, ଦେଶର ଗୌରବ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କମିଟି ଉପସଭାପତି ଶିବସୁନ୍ଦର ପାତ୍ର, ମୁଖ୍ୟବକ୍ତା ଭାବେ ଚାଉଳିଆଗଞ୍ଜ ଦୁର୍ଗାପୂଜା କମିଟି ସମ୍ପାଦକ ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତଥିବାବେଳେ ଦ୍ୱିତୀୟ ଅଧିବେଶନରେ ଉଦ୍‌ଘାଟକ ଭାବେ ଶିକ୍ଷାବିତ୍ ଧିରେନ୍ଦ୍ର ନାଥ ଷଡ଼ଙ୍ଗୀ, ମୁଖ୍ୟଅତିଥି ଭାବେ ଡାକ୍ତର ସଂଘମିତ୍ରା ଦାସ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଟହଲିଚରଣ ମହାନ୍ତି, ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତଥିଲେ । ପ୍ରଧାନ ଆଚାର୍ଯ୍ୟ ପୁଷ୍ପଲତା ଦାଶ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *