ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମେଘା ସେକ୍ଟର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ବିଶ୍ୱସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ସଂଯୋଜନାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ଧାଇପୁର ପଞ୍ଚାୟତର ଗଦାଧରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ସିଏଚଓ ଜ୍ୟୋସ୍ନାରାଣୀ ମହାନ୍ତି, ଅଙ୍ଗନବାଡି କର୍ମୀ ଶୁଭଲକ୍ଷ୍ମୀ ରାଉତ, ଆଶାକର୍ମୀ ପୁଷ୍ପଲତା ସାହୁ, ମହିଳା ସ୍ୱୟଂ ସହାୟକ ଦଳ ଓ ଗାଁ କଲ୍ୟାଣ ସମିତିର ସଭ୍ୟ-ସଭ୍ୟା ଯୋଗଦେଇ ଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ୭ତାରିଖକୁ ପ୍ରତ୍ୟେକ ନାଗରିକଙ୍କ ପାଖରେ ଉତ୍ତମ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଓ ସଚେତନତା ଉଦ୍ଦେଶ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ । ସବୁବର୍ଷ ପରି ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ତ୍ତର୍ା ବା ପ୍ରସଙ୍ଗ ରଖିଛନ୍ତି “ଉତ୍ତମ ସ୍ୱାସ୍ଥ ସଭିଙ୍କ ପାଇଁ” । ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟକାମନା କରି ଆମ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପ୍ରମୁଖ ନିଶୁଳ୍କ ସ୍ୱାସ୍ଥ୍ୟସେବା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ଶ୍ରେଣୀରେ ଲୋକଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ସମସ୍ତ ବିଭାଗରେ ବିନାମୂଲ୍ୟରେ ପରାମର୍ଶ, ପରୀକ୍ଷା, ଔଷଧ, ଖାଦ୍ୟ ଓ ଆମ୍ବୁଲାନ୍ସର ବ୍ୟବସ୍ଥା । ଗରିବ ପରିବାରଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ଓ ରାଜ୍ୟ ବାହରର ଅନୁବନ୍ଧିତ ଉନ୍ନତ ଘରୋଇ ଡାକ୍ତରଖାନାରେ ପରିବାରର ପୁରୁଷ ସଦସ୍ୟଙ୍କ ପାଇଁ ବାର୍ଷିକ ୫ଲକ୍ଷ ମହିଳା ସଦସ୍ୟଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଭରସା, ମୁଖ୍ୟମନ୍ତ୍ରୀ ବାୟୁସ୍ୱାସ୍ଥ୍ୟସେବା ଯୋଜନା ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ଗୁରୁତର ରୋଗରେ ପୀଡିତ ଲୋକଙ୍କୁ ସଂପୃକ୍ତ ଜିଲ୍ଲା ଚିକିତ୍ସାଳୟରେ ମେଡିକାଲ କଲେଜର ସୁପର ସ୍ପେଶିଆଲିଷ୍ଟଙ୍କ ଦ୍ୱାରା ବିଶେଷ ଚିକିତ୍ସା ସେବା ପ୍ରଦାନ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବିନାମୂଲ୍ୟରେ ଉପଲବ୍ଧ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଶୁଳ୍କ ଡାୟାଲିସିସ୍‍ ସେବା, ଜିଲ୍ଲା ଚିକିତ୍ସାଳୟରେ ଡେ କେୟାର ସେଣ୍ଟରର କର୍କଟ ରୋଗୀଙ୍କୁ କେମୋଥେରାପି ଦେବାର ସୁରକ୍ଷା, ୧୦୪ ଟୋଲ ଫ୍ରି ମାଧ୍ୟମରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସମ୍ପର୍କୀତ ସହାୟତା ଓ ପରାମର୍ଶ ବ୍ୟବସ୍ଥା ଇତ୍ୟାଦିର ସୁବିଧା ରଖିଛନ୍ତି । ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆମ ସ୍ୱାସ୍ଥ୍ୟ ଆମ ହାତରେ ଆସନ୍ତୁ ନିଜକୁ ସୁସ୍ଥ ରଖିବା ଏବଂ ସୁସ୍ଥ ଭବିଷ୍ୟତ ପାଇଁ ଏକ ସୁସ୍ଥ ପରିବେଶରେ ବଞ୍ôଚବାର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ଅବଗତ କରାଇବାକୁ ସଂକଳ୍ପବଦ୍ଧ ହେବା ଓ ସଂକଳ୍ପ ସହ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *