ଆଠଗଡ଼ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ଼ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

News by Maheswar Behera (Athagarh)

#ଆଠଗଡ଼ (ଏନ୍‌.ଏମ୍‌.) : ଆଠଗଡ଼ ମହୋତ୍ସବକୁ ମହା ଆଡମ୍ବରରେ ପାଳନ ପାଇଁ ଆଜି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆଠଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଅଧ୍ୟକ୍ଷତା କରିଥିଲେ । ବୈଠକର ପ୍ରାରମ୍ଭରେ ପୂର୍ବତନ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ମହୋତ୍ସବ କମିଟିର ଉପଦେଷ୍ଟା ରୂପେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଡିସେମ୍ବର ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଆୟୋଜନ ପାଇଁ ଆପାତତଃ ସ୍ଥିର ହୋଇଛି । ଏହି ଅବସରରେ ଆଠଗଡ଼ ଅଞ୍ଚଳର ଲୁକ୍କାୟିତ ପ୍ରତିଭା, କଳା, ସଂସ୍କୃତି, କ୍ରୀଡ଼ା ପ୍ରଦର୍ଶନ କରାଯିବ । ଏଥିପାଇଁ ଆଗାମୀ ଦିନରେ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ । ଦଳମତ ନିର୍ବିଶେଷରେ ଆଠଗଡ଼ବାସୀଙ୍କ ଏଥିରେ ସହଯୋଗ କରିବା ପାଇଁ ସମସ୍ତେ ଗରୁତ୍ୱାରୋପ କରିଥିଲେ । ବୈଠକରେ ଆଠଗଡ଼ ନଗରପାଳ ସସ୍ମିତା ରାଉତ, ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ବି.ଡି.ଓ ପ୍ରଦୀପ କୁମାର ସାହୁ, ନିର୍ବାହୀ ଅଧିକାରୀ ଦିପ୍ତୀମୟୀ ବେହେରାଙ୍କ ସମେତ ଆଠଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ,ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତହସିଲଦାର ଆଠଗଡ଼ ପ୍ରିୟବ୍ରତ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଓ ଆଠଗଡ଼ ଉପ-କୋଷାଗାର ଅଧିକାରୀ ପ୍ରିୟରଞ୍ଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

ADVERTISEMENT

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *