ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

News by Biswajit Dalai (Kishan Nagar)

#କିଶନନଗର(ଏନ୍‌.ଏମ୍‌.): ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଟ ଓ ଯୁବ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୁବ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥି ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣଙ୍କ ଗୀତ ‘ଆମେ ସାମ୍ବାଦିକ ଆମେ ସାମ୍ବାଦିକ…’ ଗୀତରେ ଉପସ୍ଥିତ ସାମ୍ବାଦିକମାନେ ଝୁମି ଉଠି ଥିଲେ । କର ତାଳି ସହ ନାଚ ଗୀତରେ ଉତ୍ସବ ପରିସର ପ୍ରକମ୍ପିତ ହୋଇ ଉଠିଥିଲା । କଟକ ଜିଲ୍ଲା ବୋଧପୁର ଶ୍ରୀ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ଥର ପାଇଁ ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଡାକ୍ତର ନାରାୟଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟବକ୍ତା ଶିକ୍ଷ୍ୟାବିତ ସ୍ୱରୂପ୍ ରଥ, ପୁଲିସ ଅଧିକାରୀ ରବିନାରାୟଣ ପରିଡ଼ା, ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ଯ୍ୟ, ସମାଜସେବୀ ଅମୂଲ୍ୟ ସାହୁ, ଶିକ୍ଷାବିତ ଗଣେଶ ପ୍ରସାଦ ବେହେରା, ପୂର୍ବତନ ସେନା ଅଧିକାରୀ ଗୁଣନିଧି ରଥ, ବରିଷ୍ଟ ସାମ୍ବାଦିକ ବିଷ୍ଣୁଚରଣ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକଙ୍କ ଦାୟିତ୍ୱବୋଧ ଓ ଲକ୍ଷ୍ମଣରେଖା ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ସଭାପତି ବରିଷ୍ଟ ସାମ୍ବାଦିକ ବସନ୍ତ ରଥ, କାର୍ଯ୍ୟକାରୀ ସଭାପତି ସଂଜିତ୍ ଦାସ, ସାଧାରଣ ସମ୍ପାଦକ ସରାଫତ୍ ଅଲ୍ଲୀ, ଉପସଭାପତି ନାରାୟଣ ଭୂୟାଁ, ସହ ସମ୍ପାଦକ ଦେବେନ୍ଦ୍ର ସେଠୀ, ଉପଦେଷ୍ଟା ତାପସ ରାଉତରାୟ, କଲ୍ୟାଣ ସେନ, ସର୍ବେଶର ମିଶ୍ରଙ୍କ ସମେତ ଶତାଧିକ ସାମ୍ବାଦିକ ବନ୍ଧୁ ଯୋଗଦାନ କରିଥିଲେ । ଏହି ଉତ୍ସବରେ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କଟକ ସଦର, ରଘୁନାଥପୁର, ବିରିଡ଼ି, ଜଗତସିଂପୁର, ବାଙ୍କୀ, ଆଠଗଡ଼, ଚୌଦ୍ୱାର, ଟାଙ୍ଗୀ, ତିଗିରିଆ, ମାହାଙ୍ଗା ଆଦି ଅଞ୍ଚଳର ବହୁ ପ୍ରତିଷ୍ଠିତ ସାମ୍ବାଦିକ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *