ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ଜାନୁଆରୀ ୨୨ ଅଯୋଧ୍ୟା ଠାରେ ହେବ ପୁଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥି ପାଇଁ ଜାନୁଆରୀ ୧ ରୁ ୧୫ ପର୍ଯ୍ୟନ୍ତ ହେବ ସମଗ୍ର ଗାଁ ଗାଁ ରେ ନିମନ୍ତ୍ରଣ ଅଭିଯାନ । ଏହି ଅଭିଯାନରେ ଅକ୍ଷତ, ନିମନ୍ତ୍ରଣ ଓ ରାମ ଲାଲାଙ୍କ ଫଟୋକୁ ନେଇ ଘରକୁ ଘର ବୁଲିବେ ରାମ ଭକ୍ତ । ଏହି ଅଭିଯାନ ନିମନ୍ତେ ବାସୁଦେବପୁରରେ ଆଜି ପହଞ୍ଚିଛି ଅକ୍ଷତ କଳସ । ଏହି କଳସ ଜିଲ୍ଲା ସଦର ମହକୁମାରୁ ଆସି ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ପୂର୍ବକ ସହର ପରିକ୍ରମା କରାଯାଇ ବ୍ଲକ ରୋଡ ସ୍ଥିତ ରାମ ମନ୍ଦିରରେ ରଖାଯାଇଥିଲା । ପରେ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରତି ଗାଁର ଘରେ ଘରେ ପହଞ୍ଚାଇବାକୁ ଯୋଜନା କରାଯାଇଛି । ଏହି ଶୋଭା ଯାତ୍ରାରେ ରଶ୍ମି ରଞ୍ଜନ, ଉତ୍କଳ କେଶରୀ ନାୟକ, ଶଶାଙ୍କ ଶେଖର ସାମଲ, ନାରାୟଣ ମହାକୁଡ, ସତ୍ୟବ୍ରତ ନାୟକ, ଗୋପୀନାଥ ବାରିକ, ପୁରୁଷୋତ୍ତମ ସାହୁ, ପ୍ରଧାନ ଆଚାର୍ଯ୍ୟ, ରବୀନ୍ଦ୍ର କୁମାର ବାରିକ, ଯୁବ ନେତା ଅଶୋକ କୁମାର ସାହୁ, ମହେଶ୍ୱର ବାରିକ ପ୍ରମୁଖ ନେତୃତ୍ୱ ନେଇ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *