ଅମୃତ ବିନ୍ଦୁ ରକ୍ତଦାନ ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ

ଅମୃତ ବିନ୍ଦୁ ରକ୍ତଦାନ ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ

News by Ajit Kumar Mallick (Konark)

କୋଣାର୍କ (ଏନ୍‌.ଏମ୍‌.): ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ଆଜି ଅମୃତ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ରକ୍ତ ଦାନ ଶିବିରରେ ୩୬ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଜ୍ୟ ରକ୍ତ ଭଣ୍ଡାର ପରିଷଦ ପକ୍ଷରୁ ୩୬ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିରଟିକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟାପକ ସୁରେନ୍ଦ୍ର ଖଟୁଆ, କାନରା ବ୍ୟାଙ୍କର କୃଷିଋର ଅଧିକାରୀ ସଂକେତ ଭି ଗୋଘେ, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲୋ । ଏହି ଶିବିରକୁ ଶ୍ରୀ ସତ୍ୟ ସାଇ ସେବା ସମିତିର ଆବାହକ ବାମଦେବ ଆଳୁକ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟାପକ ଅରବିନ୍ଦ ସାହୁ, ସମାଜସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କ ପରିବାରର ସମ୍ପାଦକ କାହ୍ନୁଚରଣ ପାତ୍ର, ଶ୍ରୀ ସତ୍ୟ ସାଇ ସେବା ସମିତି, କୋଣାର୍କର କର୍ମକର୍ତ୍ତାମାନେ ପରିଚାଳନା କରିଥିବା ବେଳେ ସତ୍ୟସାଇ ଯୋଗ କେନ୍ଦ୍ର, କୋଣାର୍କ ଭଗବତୀ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ ଓ ୟୁଥ ରେଡ କ୍ରସ ୟୁନିଟର ଛାତ୍ରଛାତ୍ରୀ ଓ କୋଣାର୍କ ପରିବାର କର୍ମକର୍ତ୍ତାମାନେ ସହଯୋଗର ହାତ ବଢ଼ାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *