ଅନ୍ନଦା ପ୍ରସାଦ ରାୟଙ୍କ ୮୬ ତମ ଜୟନ୍ତୀ

ଅନ୍ନଦା ପ୍ରସାଦ ରାୟଙ୍କ ୮୬ ତମ ଜୟନ୍ତୀ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ପ୍ରବୀଣ ସାରସ୍ୱତ ସାଧକ, ସ୍ତମ୍ଭକାର ତଥା ରାଜନୀତିଜ୍ଞ ସ୍ୱର୍ଗତ ଅନ୍ନଦା ପ୍ରସାଦ ରାୟଙ୍କ ୮୬ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ବଙ୍ଗାଳୀ ସାହିସି୍ଥତ ରାମକୃଷ୍ଣ କୁଟୀରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ଆୟୋଜିତ ଏହି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତାର ସମୃଦ୍ଧି କ୍ଷେତ୍ରରେ ସ୍ୱର୍ଗତ ରାୟଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ସଂସଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ, ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ, ସମାଜସେବୀ କୃଷ୍ଣଚନ୍ଦ୍ର ପ୍ରଧାନ, ସଂଗଠକ ଭୂବନାନନ୍ଦ ମହାନ୍ତି, ମନୋରଞ୍ଜନ ମିଶ୍ର, ଆଇନଜୀବୀ ମିଲନ କୁମାର ବଡ଼ୁ, ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାୟଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଅମ୍ଳାନ ସ୍ମୃତିଚାରଣ କରିଥିଲେ । ସମ୍ପାଦକ ଦିଲ୍ଲୀପ କୁମାର ଦାସ ପ୍ରାରମ୍ଭିକ ସୂଚନା ଓ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ କୁଟୀରର ଅନ୍ତେବାସୀ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *