# Nishkarsha Portal > ନିଚ୍ଛକ ଖବର ଓ ମନୋରଞ୍ଜନର ଆଧାର ## Posts - [ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ](https://nishkarsha.com/%e0%ac%ae%e0%ad%8b%e0%ac%ac%e0%ac%be%e0%ac%87%e0%ac%b2%e0%ad%8d-%e0%ac%9a%e0%ad%8b%e0%ac%b0%e0%ac%bf-%e0%ac%b8%e0%ac%a8%e0%ad%8d%e0%ac%a6%e0%ad%87%e0%ac%b9%e0%ac%b0%e0%ad%87-%e0%ac%a5%e0%ac%be/): ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ ବସ୍ତା(ଏନ୍‌.ଏମ୍‌.): ଏବେ ବିଭିନ୍ନ ଉପାୟରେ ଦୁବୃର୍ତ୍ତମାନେ ଚୋରି କରିବାରେ ଲାଗିପଡ଼ିଛନ୍ତି। ଏପରିକି ଫେରି କରିବା ବାହାନାରେ ଦୁବୃର୍ତ୍ତମାନେ ଲୋକଙ୍କ ଠା ଠିକଣା ଜାଣି ଚୋରି କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ଉଠୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ। ମୋବାଇଲ ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୁଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ସକାଳ ସମୟରେ ଦୁଇ ଯୁବକ ଫେରି କରିବା ବାହାନାରେ ଆସି ବସ୍ତା ଥାନା ଅମର୍ଦ୍ଦାରୋଡରେ ଜଣକ ଘରୁ ଚୋରି କରୁଥିବା ବେଳେ ଧରା ପଡ଼ିଥିଲେ। ସୂଚନା ଅନୁଯାୟୀ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେକ ଆବେଦ ଏବଂ ସେକ ଉସମାନ ନାମକ ଦୁଇଜଣ ଯୁବକ ଆଜି ସକାଳେ ବସ୍ତା ଥାନା ଅର୍ନ୍ତଗତ ଅମର୍ଦାରୋଡ ବଜାରରେ ଗଙ୍ଗାଧର ସାହୁଙ୍କ ଘରେ ପଶି ମୋବାଇଲ ଚୋରି କରିବାକୁ ଉଦ୍ୟମ କରୁଥିବା... - [ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଗ୍ରହଣୀୟ: ହାଇକୋର୍ଟ](https://nishkarsha.com/%e0%ac%b9%e0%ac%be%e0%ac%87%e0%ac%95%e0%ad%87%e0%ac%be%e0%ac%b0%e0%ad%8d%e0%ac%9f%e0%ac%99%e0%ad%8d%e0%ac%95-%e0%ac%97%e0%ad%81%e0%ac%b0%e0%ad%81%e0%ac%a4%e0%ad%8d%e0%ac%ac%e0%ac%aa%e0%ad%82%e0%ac%b0/): ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଗ୍ରହଣୀୟ:ହାଇକୋର୍ଟ କଟକ(ଏନ.ଏମ) : ମାଟ୍ରିକ୍ ବା ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଜନ୍ମ ତାରିଖ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଥି ସହିତ ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(ଏଫସିଆଇ)ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଚାକିରି ସଂପର୍କିତ ରେକର୍ଡରେ ଏଚଏସସି ସାର୍ଟିଫିକେଟରେ ଥିବା ତଥ୍ୟ ଅନୁସାରେ ଜନ୍ମ ତାରିଖ ସଂଶୋଧନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ଭିତରେ ଏହି ନିର୍ଦ୍ଦେଶ ପାଳନ କରି କର୍ତ୍ତୃପକ୍ଷ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବେ। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବୀର କୁମାର ମୁଦୁଲିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୧, ଜାନୁଆରି ୧୭ରେ ଆବେଦନକାରୀ ଡବ୍ଲୁଏମସି ସିଷ୍ଟମ ୱାର୍କର ଭାବେ ଏଫସିଆଇରେ ଯୋଗ ଦେଇଥିଲେ।... - [ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ](https://nishkarsha.com/%e0%ac%86%e0%ac%89-%e0%ac%b6%e0%ad%81%e0%ac%ad%e0%ac%bf%e0%ac%ac%e0%ac%a8%e0%ac%bf-%e0%ac%b8%e0%ac%82%e0%ac%97%e0%ad%80%e0%ac%a4%e0%ac%b0-%e0%ac%ae%e0%ac%a7%e0%ad%81%e0%ac%b0-%e0%ac%ae%e0%ad%81/): ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା, ଯାହାର ଦେଖ ଉଡ଼ୁଛି ବାନା ନୀଳ ଚକ୍ରରୁ ଅନା ଭଳି ଗୀତର ଗାୟିକା ତଥା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ । ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି ଗୀତ ପାଇଁ ସେ ବେଶ ଲୋକପ୍ରିୟ ଥିଲେ । ଉଲ୍ଲେଖ ଥାଉ କି ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ଜଣେ ପରିଚିତ କଣ୍ଠଶିଳ୍ପୀ ଥିଲେ । ନିଜ କଣ୍ଠର ଯାଦୁଗରିରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ... - [ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’](https://nishkarsha.com/%e0%ac%93%e0%ac%a1%e0%ac%bc%e0%ac%bf%e0%ac%b6%e0%ac%be-%e0%ac%ae%e0%ac%be%e0%ac%9f%e0%ac%bf%e0%ac%b0-%e0%ac%b8%e0%ad%81%e0%ac%a8%e0%ac%be-%e0%ac%9d%e0%ac%bf%e0%ac%85-%e0%ac%aa%e0%ac%bf%e0%ac%b9/): ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଶିଖରପୁର ଅଞ୍ଚଳ ଉପର ସାହି ବାସିନ୍ଦା ତଥା ସିଏମସି ଅବସରପ୍ରାପ୍ତ କର୍ମଚାରୀ ଦୟାନିଧି ପାତ୍ର ଏବଂ ଧର୍ମପତ୍ନୀ ଜ୍ୟୋତ୍ସ୍ନା ପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଦୀପ୍ତ ପାତ୍ର ଓ କୁଳବଧୂ ଯାଜ୍ଞସେନୀ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ପ୍ରିୟାନ୍ସି ପାତ୍ର (ପିହୁ) ଯାହାର ବୟସ ୨ ବର୍ଷ ୫ ମାସ ଅଟେ । ସେ ଏତେ କମ୍ ବୟସରୁ ଏତେ ଯେ ସୁନାମ ଆଣିଛି ନିଜ ପରିବାର, ନିଜ ଆତ୍ମୀୟ ଏବଂ ନିଜ ଗ୍ରାମ ପାଇଁ ଗୌରବ ଆଣି ପାରିଛି । ସମସ୍ତ ଅଞ୍ଚଳ ସେହି କୁନି ପିଲାଟିର ଅସାଧାରଣ ଦକ୍ଷତା ଦେଖି ଆଶ୍ଚର୍ଯ୍ୟ । ସେହି କୁନି ଝିଅ ପୀହୁ ଆଜି ଭାରତର ଏକ ବଡ ସମ୍ମାନରେ ସମ୍ମାନିତ ହୋଇଛି । ଯେଉଁ ସମ୍ମାନର ନାମ ଅଟେ “ଇଣ୍ଡିଆ ବୁକ୍... - [କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର](https://nishkarsha.com/%e0%ac%95%e0%ac%9f%e0%ac%95%e0%ac%b0%e0%ad%87-%e0%ac%86%e0%ac%b0%e0%ac%ae%e0%ad%8d%e0%ac%ad-%e0%ac%b9%e0%ad%8b%e0%ac%87%e0%ac%97%e0%ac%b2%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac/): କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର #କଟକ (ଏନ୍‌.ଏମ୍‌.): କଟକରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ସଂଗ୍ରାମ । ପ୍ରାର୍ଥୀମାନେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଆଟାକ କରିବା ଭଳି ବକ୍ତବ୍ୟ ଦେଉଥିବାବେଳେ ପ୍ରତିପକ୍ଷ ମଧ୍ୟ କାଉଣ୍ଟର କରିବାରେ ଲାଗିପଡ଼ିଛନ୍ତି । ତେବେ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତିର ଯୁଦ୍ଧ । ଏକାଧିକବାର ସାଂସଦ ଭାବେ ବିଜୟ ଲାଭ କରିଥିବା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ନବାଗତ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ସିଧାସଳଖ ଆଟାକ କରିବା ଭଳି ବକ୍ତବ୍ୟ ରଖିଥିଲେ । ମାତ୍ର ତାଙ୍କ ବକ୍ତବ୍ୟକୁ ସିଧାସଳଖ ଭତ୍ତୃହରି ମହତାବ କାଉଣ୍ଟର କରି କଟକର ସ୍ୱଭିମାନ ଆଗରେ ସବୁ କିଛି ତୁଚ୍ଛ ବୋଲି ମତ ଦେଇଛନ୍ତି । ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀମାନେ ଗଡ଼ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର କର୍ମକର୍ତ୍ତାଙ୍କୁ ଭେଟବା... - [ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି: ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି](https://nishkarsha.com/%e0%ac%aa%e0%ad%8d%e0%ac%b0%e0%ac%95%e0%ac%be%e0%ac%b6-%e0%ac%aa%e0%ac%be%e0%ac%87%e0%ac%b2%e0%ac%be-%e0%ac%b8%e0%ac%b0%e0%ac%95%e0%ac%be%e0%ac%b0%e0%ad%80-%e0%ac%ac%e0%ac%bf%e0%ac%9c%e0%ad%8d/): ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି: ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତାକାଲି ଠାରୁ ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ । ଏନେଇ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ସକାଳୁଆ ସ୍କୁଲ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍କୁଲଗୁଡ଼ିକ ମଧ୍ୟ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଖୋଲିବ । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୩୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୭.୨, ଝାରସୁଗୁଡାରେ ୩୭.୨, ଭୁବନେଶ୍ୱରରେ ୩୬.୬, ହୀରାକୁଦରେ ୩୬, କେନ୍ଦୁଝରରେ ୩୫.୮ ଓ ସମ୍ବଲପୁରରେ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ୨ ଦିନ ଭିତରେ ତାପମାତ୍ରା ୫ ଡିଗ୍ରୀ ଯାଏଁ ବଢ଼ିପାରେ ବୋଲି ସୂଚନା... - [ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୮ରୁ ସକାଳୁଆ କୋର୍ଟ](https://nishkarsha.com/%e0%ac%97%e0%ad%8d%e0%ac%b0%e0%ad%80%e0%ac%b7%e0%ad%8d%e0%ac%ae-%e0%ac%aa%e0%ad%8d%e0%ac%b0%e0%ac%ac%e0%ac%be%e0%ac%b9%e0%ac%95%e0%ad%81-%e0%ac%a6%e0%ad%83%e0%ac%b7%e0%ad%8d%e0%ac%9f%e0%ac%bf%e0%ac%b0/): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୮ରୁ ସକାଳୁଆ କୋର୍ଟ #କଟକ(ଏନ୍‌.ଏମ୍‌.) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନ୍ୟାୟପାଳିକା ପକ୍ଷରୁ ସକାଳୁଆ କୋର୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ସମସ୍ତ ଜିଲ୍ଲା ଓ ନିମ୍ନ ଅଦାଲତଗୁଡିକ ଆସନ୍ତା ୮ତାରିଖରୁ ସକାଳୁଆ କାର୍ଯ୍ୟ କରିବ । ସେହିଦିନ ଠାରୁ ପୂର୍ବାହ୍ନ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଦାଲତଗୁଡିକ ଖୋଲା ରହିବ । ଏଥିସହ ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ପର୍ଯ୍ୟନ୍ତ ବିରତି ମିଳିବ । ଗ୍ରୀଷ୍ମ ଛୁଟି ହେବା ପର୍ଯ୍ୟନ୍ତ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁର ସଦର ଏବଂ ପୁରୀ ସଦର ଅଦାଲତ ବ୍ୟତୀତ ଅନ୍ୟ ସବୁ କୋର୍ଟରେ ସକାଳ ୭.୩୦ରୁ ସାଢେ ୧୨ଟା ୩୦ ପର୍ଯ୍ୟନ୍ତ ଅଦାଲତ ପରିଚାଳନା ନେଇ ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି । - [ବିଜେଡି ଛାଡ଼ିଦେଲେ ୪ ଅଭିନେତା: ଶଙ୍ଖକୁ ବାଏ ବାଏ କଲେ ଅନୁଭବ, ଆକାଶ, ଅରିନ୍ଦମ, ସିଦ୍ଧାନ୍ତ](https://nishkarsha.com/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf-%e0%ac%9b%e0%ac%be%e0%ac%a1%e0%ac%bc%e0%ac%bf%e0%ac%a6%e0%ad%87%e0%ac%b2%e0%ad%87-%e0%ad%aa-%e0%ac%85%e0%ac%ad%e0%ac%bf%e0%ac%a8%e0%ad%87/): ବିଜେଡି ଛାଡ଼ିଦେଲେ ୪ ଅଭିନେତା: ଶଙ୍ଖକୁ ବାଏ ବାଏ କଲେ ଅନୁଭବ, ଆକାଶ, ଅରିନ୍ଦମ, ସିଦ୍ଧାନ୍ତ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ସିନେମାର ୪ ଅଭିନେତା ବିଜେଡି ଛାଡ଼ି ଦେଇଛନ୍ତି । ଅଭିନେତାରୁ ରାଜନେତା ପାଲଟିଥିବା ଏହି ୪ ଅଭିନେତାଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ଯୋଗ ଦେଇ ସାରିଥିବାବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡି ଛାଡ଼ିଥିବା ଏହି ୪ଅଭିନେତା ହେଉଛନ୍ତି- ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ । ପ୍ରଥମେ ଦଳ ଛାଡ଼ିଥିଲେ ଅରିନ୍ଦମ ରାୟ । ସେ ମାର୍ଚ୍ଚ ୧୫ ତାରିଖରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ତାଙ୍କ ଅସନ୍ତୋଷ ଜାହିର କରିଥିଲେ । ସେ ଲେଖିଥିଲେ- ମୁଁ ଆପଣଙ୍କ ଦଳରେ ୨୦୦୯ରୁ କାର୍ଯ୍ୟ କରିଆସୁଛି । ୨୦୧୪ରୁ ମୁଁ ଆପଣଙ୍କ... - [ଚୌଦ୍ୱାର-କଟକ ବିଧାୟକ ଭାବେ ସୌଭିକଙ୍କୁ ପୁନର୍ବାର ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା](https://nishkarsha.com/%e0%ac%9a%e0%ad%8c%e0%ac%a6%e0%ad%8d%e0%ad%b1%e0%ac%be%e0%ac%b0-%e0%ac%95%e0%ac%9f%e0%ac%95-%e0%ac%ac%e0%ac%bf%e0%ac%a7%e0%ac%be%e0%ad%9f%e0%ac%95-%e0%ac%ad%e0%ac%be%e0%ac%ac%e0%ad%87-%e0%ac%b8/): ଚୌଦ୍ୱାର-କଟକ ବିଧାୟକ ଭାବେ ସୌଭିକଙ୍କୁ ପୁନର୍ବାର ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା #କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସଂଗଠନ ସୁଦୃଢ଼ ଥିବାବେଳେ ସୌଭିକ ବିଶ୍ୱାଳଙ୍କୁ ପୁନର୍ବାର ଟିକେଟ ଦିଆଯାଇଥିବାରୁ ଏହି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି । ପୂର୍ବଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ବିଜେଡିର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି । ଏହି ଅବସରରେ ଆଉ ଥରେ ଆସ୍ଥା ପ୍ରକଟ କରି ସୌଭିକ୍ ବିଶ୍ୱାଳଙ୍କୁ ଟିକେଟ ମିଳିଥିବାରୁ ଚୌଦ୍ୱାର-କଟକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶତାଧିକ ଛାତ୍ର ଏବଂ ବିଭିନ୍ନ କଲେଜ୍‌ର କ୍ୟାମ୍ପସ କମିଟି ସ୍ଥାନୀୟ କଲେଜ୍ ଛକ ଠାରେ ଏକାଠି ହୋଇ ବାଣ ଫୁଟାଇ, ମିଠା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର କଟକ ଜିଲ୍ଲା କାର୍ଯ୍ୟକାରୀ... - [ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା: ବିଜେଡିରୁ ବାରବାଟୀ-କଟକରେ ଲଢ଼ିବା ନେଇ ଚର୍ଚ୍ଚା !](https://nishkarsha.com/%e0%ac%ac%e0%ac%bf%e0%ac%9c%e0%ad%87%e0%ac%aa%e0%ac%bf-%e0%ac%9b%e0%ac%be%e0%ac%a1%e0%ac%bc%e0%ac%bf%e0%ac%b2%e0%ad%87-%e0%ac%b8%e0%ac%be%e0%ac%b2%e0%ad%87%e0%ac%aa%e0%ad%81%e0%ac%b0-%e0%ac%aa/): ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା: ବିଜେଡିରୁ ବାରବାଟୀ-କଟକରେ ଲଢ଼ିବା ନେଇ ଚର୍ଚ୍ଚା ! #କଟକ(ଏନ୍‌.ଏମ୍‌.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଭାରତୀୟ ଜନତା ପାର୍ଟି ଛାଡ଼ିଛନ୍ତି । ସେ ଦଳର କଟକ ଜିଲ୍ଲା ସଭାପତି ଥିଲେ । ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ସେ କାହିଁକି ଦଳ ଛାଡ଼ିଲେ? ଏନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରକାଶ ବେହେରା । ସେ କହିଛନ୍ତି, ଦଳରେ ମିଶିବା ପରେ ଓ କଟକ ଜିଲ୍ଲା ସଭାପତି ହେବା ପରେ ସଂଗଠନକୁ ମଜବୁତ କରିବା ପାଇଁ ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି । ଦଳକୁ ଆଗକୁ ନେବା ସହିତ ବିଶ୍ୱସ୍ତ ହୋଇ ରହିବା ପାଇଁ... - [ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ](https://nishkarsha.com/%e0%ac%96%e0%ac%a1%e0%ac%bf%e0%ac%86%e0%ac%b6%e0%ad%8b%e0%ac%b3-%e0%ac%97%e0%ad%8d%e0%ac%b0%e0%ac%be%e0%ac%ae%e0%ac%b0-%e0%ac%aa%e0%ac%be%e0%ac%a8%e0%ad%80%e0%ad%9f-%e0%ac%9c%e0%ac%b3%e0%ac%b8/): ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ #ରାଇରଙ୍ଗପୁର (ଏନ୍‌.ଏମ୍‌.): ଦିନକୁ ଦିନ ତାତି ବଢିଲାଣି । ତାତି ବଢିଆ ସହ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସଂକଟ ଦେଖାଦେଇଛି । ସରକାର ହର ଘର ପିଇବା ପାଣି ବ୍ୟବସ୍ଥା କରୁଥିବାବେଳେ ବିଜାତଳା ବ୍ଳକର ବିଜାତଳା ପଞ୍ଚାୟତର ଖଡିଆଶୋଳ ଗ୍ରାମରେ ଆଜି ଯାଏଁ ସ୍ଥାୟୀ ଜଳ ସମସ୍ୟା କରାଯାଇ ପାରି ନାହିଁ । ଦୀପ ତଳ ଅନ୍ଧାର ଭଳି ବ୍ଳକ୍ ସଦର ମହକୁମା ପଞ୍ଚାୟତରେ ଜଳ ସଙ୍କଟ ଦେଖା ଦେଇଛି । ଏହି ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରନ୍ତି । ଗାଁ ରେ ଥିବା ଅଧିକାଂଶ ନଳକୂପ ଅଚଳ । ଗ୍ରାମ ପୋଖରୀ ଶୁଖିବାକୁ ବସିଲାଣି । ଲୋକେ ଶୌଚ, ଗାଧୋଇବା, ଲୁଗା ଧୋଇବା, ଗୋରୁଗାଈଙ୍କୁ ଗାଧୋଇବା କାମ କରିବାରେ ଅସୁବିଧାରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟ ଗ୍ରାମକୁ ଯାଇ... - [ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ](https://nishkarsha.com/%e0%ac%b8%e0%ac%be%e0%ac%a7%e0%ac%be%e0%ac%b0%e0%ac%a3-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ac%8f%e0%ac%a5%e0%ac%b0-%e0%ac%b8%e0%ac%ae%e0%ad%8d%e0%ac%ac/): ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ #ସମ୍ବଲପୁର(ଏନ୍‌.ଏମ୍‌.): ଏଥର ସାଧାରଣ ନିର୍ବାଚନ ପାଇଁ ସବୁଠୁ ରୋଚକପୂର୍ଣ୍ଣ ଲଢ଼େଇ ହେବ ସମ୍ବଲପୁର ଲୋକସଭା ନିର୍ବାଚନରେ । ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାସଂଗ୍ରାମ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଉଭୟ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କିଛିମାସ ତଳୁ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀହେବା ଲକ୍ଷ୍ୟରେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ନିଜସ୍ୱ ଟିମ୍ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା କ୍ଷେତ୍ରରେ ସକ୍ରିୟ ରହିଥିଲେ । ଧର୍ମେନ୍ଦ୍ରଙ୍କ ପ୍ରସ୍ତୁତି ଜଣାପଡ଼ିବା ପରେ... - [ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ](https://nishkarsha.com/%e0%ac%ac%e0%ac%bf%e0%ac%9c%e0%ad%87%e0%ac%aa%e0%ac%bf%e0%ac%b0%e0%ad%87-%e0%ac%af%e0%ad%8b%e0%ac%97-%e0%ac%a6%e0%ad%87%e0%ac%b2%e0%ad%87-%e0%ac%95%e0%ac%9f%e0%ac%95-%e0%ac%b2%e0%ad%8b%e0%ac%95/): ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ କଟକ(ଏନ୍‌.ଏମ୍‌.): କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପିରେ ଯୋଗ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭର୍ତ୍ତୃହରି ମହତାବ ପଦ୍ମ ଧରିଛନ୍ତି । ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ରାଷ୍ଟ୍ରବାଦ, ଏକାତ୍ମତା ଓ ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ । ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ । ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ୱାସ ଓ ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ ।... - [ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ](https://nishkarsha.com/%e0%ac%86%e0%ac%b8%e0%ac%bf%e0%ac%b2%e0%ac%be-%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0-%e0%ac%aa%e0%ad%8d%e0%ac%b0%e0%ac%a5%e0%ac%ae-%e0%ac%aa%e0%ac%b0%e0%ad%8d%e0%ac%af/): ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏବେ ସମରସଜା ଆରମ୍ଭ କରିଥିବାବେଳେ ବିଜେଡି ଆଜି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ପ୍ରାର୍ଥୀତ୍ୱକୁ ନେଇ ପୂର୍ବରୁ ବିଜେଡି ପକ୍ଷରୁ ନେତାମାନେ ଯାହା ନାଁ ଘୋଷଣା କରୁଥିଲେ ସେଥିରେ କିଛି ପରିବର୍ତ୍ତନ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା ପରେ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିବା ଜଣାପଡ଼ିଛି । ତେବେ ଶ୍ରୀ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ସୋନପୁରରୁ ଦଳ ନିରଞ୍ଜନ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାଟଣାଗଡ଼ରୁ ସରୋଜ ମେହର, ବଲାଙ୍ଗୀରରୁ କଳିକେଶ ସିଂଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ ଓ ପାଟକୁରାରୁ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଲୋକସଭା ନିମନ୍ତେ... - [ଛତିଶଗଡ଼ରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ୬ ନକ୍ସଲ ନିହତ](https://nishkarsha.com/%e0%ac%9b%e0%ac%a4%e0%ac%bf%e0%ac%b6%e0%ac%97%e0%ac%a1%e0%ac%bc%e0%ac%b0%e0%ad%87-%e0%ac%8f%e0%ac%a8%e0%ac%95%e0%ac%be%e0%ac%89%e0%ac%a3%e0%ad%8d%e0%ac%9f%e0%ac%b0-%e0%ac%af%e0%ac%ac%e0%ac%be/): ଛତିଶଗଡ଼ରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ୬ ନକ୍ସଲ ନିହତ #ବିଜାପୁର(ଏଜେନ୍ସି): ଦେଶରେ ନକ୍ସଲ ଦମନ ପାଇଁ ସୁରକ୍ଷା ବିଭାଗ ପକ୍ଷରୁ ଅବିରତ ଉଦ୍ୟମ ଜାରି ରହିଛି । ବିଭିନ୍ନ ସ୍ଥାନରେ ନକ୍ସଲଙ୍କ ପ୍ରାଦୁର୍ଭାବ ବଢ଼ୁଥିବାବେଳେ ଏହାକୁ ନିପାତ କରିବା ପାଇଁ ଯବାନମାନେ ଲାଗିପଡ଼ିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ମୃତାହତ ହୋଇଥିବା ୬ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାଯାଇଛି । ଛତିଶଗଡ଼ ବିଜାପୁର ଜିଲ୍ଲା ଚିପୁରଭାଟି-ପୁସବାକା ନିକଟ ଜଙ୍ଗଲରେ ନକ୍ସଲଙ୍କ ଏନକାଉଣ୍ଟରରେ ୬ ନକ୍ସଲ ଟଳି ପଡ଼ିଛନ୍ତି । ଛତିଶଗଡ଼ରେ ଚିପୁରଭାଟି-ପୁସବାକା ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନରେ ଡିଆରଜି, ସିଆରପିଏଫ ଓ କୋବ୍ରା କମାଣ୍ଡୋ ସାମିଲ ହୋଇଥିଲେ । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲ ମଧ୍ୟରୁ ନକ୍ସଲମାନେ ଫାୟାରିଂ କରିଥିଲେ । ଏହାର ଜବାବରେ ଯବାନମାନେ ପାଲଟା ଗୁଳି... - [ବିଜେଡିରେ ମିଶିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ](https://nishkarsha.com/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0%e0%ad%87-%e0%ac%ae%e0%ac%bf%e0%ac%b6%e0%ac%bf%e0%ac%b2%e0%ad%87-%e0%ac%b8%e0%ad%81%e0%ac%b0-%e0%ac%b0%e0%ac%be%e0%ac%89%e0%ac%a4/): ବିଜେଡିରେ ମିଶିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ #ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନା ତଥା ଚାଲିଥିବା ଚର୍ଚ୍ଚାରେ ଏବେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବିଜେଡିରେ ମିଶିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଅଭିମୁଖେ ଆସିଥିଲେ । ସୁର ନିଜ ପୁଅର ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇ ନଥିଲେ । ହେଲେ ସେ ନିଜ ପୁଅ ମନ୍ମଥଙ୍କୁ ଜିତାଇବାକୁ ନିଜର କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ, ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ । ତାକୁ ଆମେ ଜିତାଇବା । ଅନ୍ୟପକ୍ଷରେ ସୁରଙ୍କ ଆର୍ଶୀବାଦ... - [‘ସ୍ୱାଧୀନ ଭାବେ ଲଢ଼ିବି, ଜିତିଲେ ବିଜେପିରେ ଯୋଗଦେବି’: ମହାମେଘ ବାହନ](https://nishkarsha.com/%e0%ac%b8%e0%ad%8d%e0%ad%b1%e0%ac%be%e0%ac%a7%e0%ad%80%e0%ac%a8-%e0%ac%ad%e0%ac%be%e0%ac%ac%e0%ad%87-%e0%ac%b2%e0%ac%a2%e0%ac%bc%e0%ac%bf%e0%ac%ac%e0%ac%bf-%e0%ac%9c%e0%ac%bf%e0%ac%a4/): ‘ସ୍ୱାଧୀନ ଭାବେ ଲଢ଼ିବି, ଜିତିଲେ ବିଜେପିରେ ଯୋଗଦେବି’: ମହାମେଘ ବାହନ #ବାଲେଶ୍ୱର(ଏନ୍‌.ଏମ୍‌.): ବିଜେପି ପକ୍ଷରୁ ଓଡ଼ିଶା ରାଜ୍ୟ ପାଇଁ ବିଭିନ୍ନ ଆସନରୁ ପ୍ରାର୍ଥୀତ୍ୱ ନାମ ଘୋଷଣା କରାଯିବା ପରେ କିଛି ଆଗଧାଡ଼ିର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବାରିହୋଇ ପଡ଼ୁଛି । ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ନିମନ୍ତେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥ ତାଲିକା ଘୋଷଣା କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ୧୮ ଜଣଙ୍କ ନାଁ ସାମିଲ ହୋଇଛି । ଏଥର ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ୱିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛନ୍ତି । ତେବେ ବାଲେଶ୍ୱରରୁ ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ଆଶାୟୀ ଥିବାବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ମିଳିବା ଘଟଣାକୁ ସେ ସହଜେ ଗ୍ରହଣ କରି ପାରି ନାହାନ୍ତି । ଏନେଇ ପ୍ରତିକ୍ରିୟା ରଖି ଶ୍ରୀ ସ୍ୱାଇଁ କହିଛନ୍ତି, ସ୍ୱାଧୀନ ପ୍ରାର୍ଥୀ ଭାବେ... - [ପ୍ରାର୍ଥୀତ୍ୱ ଘୋଷଣା ପରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ଓ ସମ୍ବିତ](https://nishkarsha.com/%e0%ac%aa%e0%ad%8d%e0%ac%b0%e0%ac%be%e0%ac%b0%e0%ad%8d%e0%ac%a5%e0%ad%80%e0%ac%a4%e0%ad%8d%e0%ad%b1-%e0%ac%98%e0%ad%8b%e0%ac%b7%e0%ac%a3%e0%ac%be-%e0%ac%aa%e0%ac%b0%e0%ad%87-%e0%ac%b6%e0%ad%8d/): ପ୍ରାର୍ଥୀତ୍ୱ ଘୋଷଣା ପରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ଓ ସମ୍ବିତ #ପୁରୀ(ଏନ୍‌.ଏମ୍‌.): ଆସନ୍ତା ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ନେତାମାନଙ୍କ ଜନସାଧାରଣଙ୍କ ହୃଦୟ ଜିତିବା ପାଇଁ ଉଦ୍ୟମ ସେତିକି ସେତିକି ବଢ଼ିବାରେ ଲାଗିଛି । କେବଳ ଜନସାଧାରଣଙ୍କ ହୃଦୟ ଜିତିବା ନୁହେଁ ବିଭିନ୍ନ ଦେବଦେବୀଙ୍କ ଆର୍ଶିବାଦ ନେବାକୁ ମଧ୍ୟ ଲମ୍ବା ଲାଇନ ଲାଗିଛି । କିଏ ମନ୍ଦିରରେ ପହଞ୍ଚି ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଉଛି ତ ଆଉ କିଏ ଦେବଦେବୀଙ୍କ ଦର୍ଶନ କରି ନିଜର ବିଜୟ ପାଇଁ କାମନା କରୁଥିବା ଦେଖିବାକୁ ମିଳିଛି । ତେବେ ଆଜି ପୁରୀରେ ମଧ୍ୟ ହେଭିୱେଟ ଦଳୀୟ ପ୍ରାର୍ଥୀଙ୍କୁ ଶ୍ରୀମନ୍ଦିରରେ ପହଞ୍ଚି ପ୍ରଭୁ ଜଗତନାଥଙ୍କ ଆର୍ଶିବାଦ କାମନା କରିଛନ୍ତି । ଲୋକସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ସପରିବାର ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ରାଷ୍ଟ୍ରୀୟ ମୁଖପାତ୍ର... - [ଦେଶୀ ମଦ ଭାଟିରେ ଚଢ଼ାଉ କରିବାକୁ ଯାଇ ନିର୍ଦ୍ଧୁମ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ୍‌](https://nishkarsha.com/%e0%ac%a6%e0%ad%87%e0%ac%b6%e0%ad%80-%e0%ac%ae%e0%ac%a6-%e0%ac%ad%e0%ac%be%e0%ac%9f%e0%ac%bf%e0%ac%b0%e0%ad%87-%e0%ac%9a%e0%ac%a2%e0%ac%bc%e0%ac%be%e0%ac%89-%e0%ac%95%e0%ac%b0%e0%ac%bf%e0%ac%ac/): ଦେଶୀ ମଦ ଭାଟିରେ ଚଢ଼ାଉ କରିବାକୁ ଯାଇ ନିର୍ଦ୍ଧୁମ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ୍‌ #ଖୁଣ୍ଟୁଣୀ(ଏନ୍‌.ଏମ୍‌.): କଟକ ଜିଲ୍ଲାର ଖୁଣ୍ଟୁଣୀ ଅଞ୍ଚଳ ବେଆଇନ ମଦ ତିଆରି କ୍ଷେତ୍ରରେ ସବୁଠୁ ଆଗରେ ରହିଛି । ଏହି ଅଞ୍ଚଳଟି ମଦ ମାଫିଆଙ୍କ ସାମ୍ରାଜ୍ୟ ପାଲଟି ଯାଇଥିବା ଅଭିଯୋଗ ହୋଇଛି । ତେବେ ବିଭିନ୍ନ ସୂତ୍ରରୁ ଖବର ପାଇ ଦେଶୀ ଭାଟିରେ ଚଢ଼ଉ ପାଇଁ ଯାଇଥିଲେ ଅବକାରୀ ବିଭାଗ । ହେଲେ ନିଶା ମାଫିଆଙ୍କ ଆକ୍ରମଣରେ ଶିକାର ହୋଇଛନ୍ତି । ଭାଟିରେ ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ନିଶା ମାଫିଆ । ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ । ପୁଲିସ୍ ଗାଁରେ ପହଞ୍ଚି ନିଶା ମାଫିଆଙ୍କ କବଳରୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଛି । ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ କାରବାର ହେଉଥିଲା ।... - [ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ](https://nishkarsha.com/%e0%ac%ae%e0%ad%87%e0%ac%a3%e0%ad%8d%e0%ac%9f-%e0%ac%a8%e0%ac%b9%e0%ad%87%e0%ac%ac%e0%ac%be-%e0%ac%a8%e0%ad%87%e0%ac%87-%e0%ac%b8%e0%ad%8d%e0%ac%aa%e0%ac%b7%e0%ad%8d%e0%ac%9f-%e0%ac%95%e0%ac%b2/): ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଗତ ୧୬ଦିନ ଧରି ଜାରି ରହିଥିବା ଚର୍ଚ୍ଚାରେ ଆଜି ଉଭୟ ବିଜେପି ଓ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦୀର୍ଘ ଦିନର ଚର୍ଚ୍ଚାର ଅବସାନ ଘଟିବା ପରେ ଏବେ ଜନସାଧାରଣଙ୍କୁ ସ୍ପଷ୍ଟ କରିଛନ୍ତି ଉଭୟ ଦଳର ନେତୃତ୍ୱ । ବିଜେପି ରାଜ୍ୟରେ ଏକାକୀ ସବୁ ଲୋକସଭା ଓ ବିଧାନସଭାରେ ଲଢ଼ିବ ବୋଲି ଘୋଷଣା କରିବାର ୪ଘଣ୍ଟା ପରେ ବିଜେଡି ମଧ୍ୟ ଅନୁରୂପ ଘୋଷଣା କରିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ନିଜର ଏକ୍ସ ହ୍ୟାଣ୍ଡଲରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଏକ୍ସରେ ଲେଖିଛନ୍ତି ଯେ, ମହାପ୍ରଭୁ... - [ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ](https://nishkarsha.com/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0%e0%ad%81-%e0%ac%87%e0%ac%b8%e0%ad%8d%e0%ac%a4%e0%ac%ab%e0%ac%be-%e0%ac%a6%e0%ad%87%e0%ac%b2%e0%ad%87-%e0%ac%b8%e0%ac%be%e0%ac%82/): ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ ‘ଦଳଠାରୁ ଦୂରେଇ ଗଲେ ପ୍ରଖର କାମ କରିପାରିବି’ #କଟକ(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ରାଜନୈତିକି ଶିବିରରେ ଦୁନ୍ଦୁଭି ବାଜୁଥିବାବେଳେ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ରାଜନୈତିକ ସମୀକ୍ଷକଙ୍କ ଅଙ୍କକୁ ସତେ ଯେମିତି ବିଗାଡ଼ି ଦେଇଛି । ହଠାତ ଶ୍ରୀ ମହତାବ ଇସ୍ତଫା ଦେବା ପରେ ରାଜନୈତିକ ପାଣିପାଗ କେଉଁ ଆଡ଼କୁ ଯାଉଛି ତାହାକୁ ଦେଖିବାକୁ ବାକି ରହିଲା । ଏହି ଅବସରରେ ଭର୍ତ୍ତୃହରି ମହତାବ ଯେଉଁ ଇସ୍ତଫା ପତ୍ର ଦେଇଛନ୍ତି ସେଥିଲେ ଉଲ୍ଲେଖ ଅଛି ଯେ, ‘ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସଂପୃକ୍ତ, ଯାହାର ସମୃଦ୍ଧରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନ ହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି । ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ... - [ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା](https://nishkarsha.com/%e0%ac%93%e0%ac%a1%e0%ac%bc%e0%ac%bf%e0%ac%b6%e0%ac%be-%e0%ac%b8%e0%ac%be%e0%ac%a7%e0%ac%be%e0%ac%b0%e0%ac%a3-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ac%ad/): ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା ଏକାକୀ ଲଢ଼ିବାକୁ ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ସାଧାରଣ ନିର୍ବାଚନ ଏବଂ ବିଜେଡି-ବିଜେପି ମେଣ୍ଟ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦୀର୍ଘ ଦିନ ଧରି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପ୍ରତିଥର ଏହାକୁ ଖଣ୍ଡନ କରିଥିଲେ ମନମୋହନ । ତଥାପି ବିଭିନ୍ନ ମହଲରେ ଆଲୋଚନା ବୈଠକ ଚାଲୁଥିବା ବେଳେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା କରିବାକୁ ବେଶ ଖୋରାକ ଯୋଗାଇଥିଲା । ଗୋଟିଏ ପଟେ ବିଜେଡିର ନୀରବତା ଅନ୍ୟପକ୍ଷେ ବିଜେପି ରାଜ୍ୟ ନେତୃତ୍ୱଙ୍କ ଘନଘନ ଦିଲ୍ଲୀଗସ୍ତ ନିର୍ବାଚନ ସମୀକ୍ଷକମାନଙ୍କୁ ଦ୍ୱନ୍ଦରେ ପକାଇଥିଲା । ତେଣୁ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । ଆଜି ଏ ନେଇ ବିଜେପି ରାଜ୍ୟ ସଭାପତି ଏକାକୀ ଲଢ଼ିବ ବୋଲି ଏକ୍ସରେ ପୋଷ୍ଟ କରିବା ପରେ ଉଭୟ ଦଳ ସମସ୍ତ ଆସନରେ... - [ଆଉ ନାହାନ୍ତି ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମୋଦର ରାଉତ](https://nishkarsha.com/%e0%ac%86%e0%ac%89-%e0%ac%a8%e0%ac%be%e0%ac%b9%e0%ac%be%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%93%e0%ac%a1%e0%ac%bc%e0%ac%bf%e0%ac%b6%e0%ac%be-%e0%ac%b0%e0%ac%be%e0%ac%9c%e0%ac%a8%e0%ad%80/): ଆଉ ନାହାନ୍ତି ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମୋଦର ରାଉତ #ଭୁବନେଶ୍ୱର/ଜଗତସିଂହପୁର(ଏନ୍‌.ଏମ୍‌.): ବିଶିଷ୍ଟ ଜନନାୟକ ତଥା ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ଶୁକ୍ରବାର ଭୋର ୫ଟା ୨୩ ମିନିଟରେ ଏହି ବର୍ଷୀୟାନ ନେତାଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟା ସହ ଜୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ଅକ୍ସିଜେନ୍ ସାଚୁରେସନ କମିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ... - [ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ : ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ](https://nishkarsha.com/%e0%ac%9c%e0%ac%b0%e0%ad%81%e0%ac%b0%e0%ad%80-%e0%ac%b6%e0%ad%81%e0%ac%a3%e0%ac%be%e0%ac%a3%e0%ac%bf-%e0%ac%aa%e0%ac%be%e0%ac%87%e0%ac%81-%e0%ac%ae%e0%ac%a8%e0%ac%be-%e0%ac%95%e0%ac%b2%e0%ad%87/): ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ : ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ #ନୂଆଦିଲ୍ଲୀ(ଏଜେନ୍ସି): ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ରାଜନୀତିରେ ସବୁଠାରୁ ବଡ଼ ଘଟଣା ଘଟିଛି । ଗିରଫ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି । ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି । ତେବେ ଇଡି ରେଡ ଓ ସମ୍ଭାବ୍ୟ ଗିରଫଦାରୀ ଭୟରେ କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟରେ ପହଞ୍ଚି ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ । ଅଭିଷେକ ସିଙ୍ଘଭୀଙ୍କ ନେତୃତ୍ୱରେ ଗୋଟିଏ ଏହି ଟିମ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ; ହେଲେ ସୁପ୍ରିମକୋର୍ଟ ଜରୁରୀ ଶୁଣାଣି ପାଇଁ ମନା କରି ଦେଇଛନ୍ତି । ମଧ୍ୟରାତ୍ର ଶୁଣାଣି ପାଇଁ କୋର୍ଟ ମନା କରି ସକାଳେ ଆସିବାକୁ କହିବା ପରେ ଇଡି... - [ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣା: ସାଂସଦ ଭର୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ](https://nishkarsha.com/%e0%ac%aa%e0%ad%81%e0%ac%b2%e0%ac%bf%e0%ac%b8-%e0%ac%85%e0%ac%a7%e0%ac%bf%e0%ac%95%e0%ac%be%e0%ac%b0%e0%ad%80%e0%ac%99%e0%ad%8d%e0%ac%95%e0%ad%81-%e0%ac%9a%e0%ac%be%e0%ac%aa%e0%ad%81%e0%ac%a1%e0%ac%bc/): ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣା: ସାଂସଦ ଭର୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ #କଟକ(ଏନ୍‌.ଏମ୍‌.): ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ କଟକର ଲୋକସଭା ସାଂସଦ ଭର୍ତୃହରି ମହାତାବଙ୍କ ବିରୋଧରେ ସ୍ୱତନ୍ତ୍ର ଏମ୍‌ପି/ଏମ୍‌ଏଲଏ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ଗତ ୨୦୧୧ ମସିହା ଜାନୁୟାରୀ ୨୩ ତାରିଖରେ ଶ୍ରୀ ମହତାବ ଅମିତାଭ ମହାପାତ୍ର ନାମକ ଜଣେ ପୋଲିସ ସବ୍ ଇନିସ୍‌ପେକ୍ଟର୍‌ଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ସାଂସଦଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୫୩ ଓ ୫୦୬ ଲାଗୁ କରାଯାଇଛି । ଅଭିଯୋଗକାରୀ ଅମିତାଭ ମହାପାତ୍ର ସେତେବେଳେ ମଙ୍ଗଳାବାଗ ଥାନାରେ ସବ୍ ଇନିସ୍‌ପେକ୍ଟର୍ ଥିବା ବେଳେ ଏବେ କମିଶନରେଟ ପୋଲିସରେ ଏସିପି ଅଛନ୍ତି । ଗତ ୨୦୧୧ ଜାନୁୟାରୀ ୨୩ ତାରିଖ ନେତାଜୀ ଜୟନ୍ତୀରେ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମ... - [ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର](https://nishkarsha.com/%e0%ac%ac%e0%ac%b0%e0%ac%bf%e0%ac%b7%e0%ad%8d%e0%ac%a0-%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf-%e0%ac%a8%e0%ad%87%e0%ac%a4%e0%ac%be-%e0%ac%a6%e0%ac%be%e0%ac%ae%e0%ad%8b%e0%ac%a6/): ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର #ଭୁବନେଶ୍ୱର(ଏନ୍‌.ଏମ୍‌.): ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ତାଙ୍କର ବ୍ରେନ ଡେଡ୍ ହୋଇଯାଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ଡାକ୍ତର ରାଉତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ ସିପିଆର ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି । ସିପିଆର ନ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା । ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ... - [ବିଜେପି-ବିଜେଡି ମେଣ୍ଟକୁ ନେଇ ତୁଟୁନି ସସପେନ୍ସ: ପୁରୀ ଓ କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ବିଜେଡିର ଗ୍ରୀନ୍ ସିଗନାଲ୍‌,](https://nishkarsha.com/%e0%ac%ac%e0%ac%bf%e0%ac%9c%e0%ad%87%e0%ac%aa%e0%ac%bf-%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf-%e0%ac%ae%e0%ad%87%e0%ac%a3%e0%ad%8d%e0%ac%9f%e0%ac%95%e0%ad%81-%e0%ac%a8%e0%ad%87/): ବିଜେପି-ବିଜେଡି ମେଣ୍ଟକୁ ନେଇ ତୁଟୁନି ସସପେନ୍ସ: ପୁରୀ ଓ କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ବିଜେଡିର ଗ୍ରୀନ୍ ସିଗନାଲ୍‌, କେନ୍ଦ୍ରୀୟ ଟିମଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେଲା ରାଜ୍ୟ ବିଜେପି #ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଛି । ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ବିଗୁଲ ବାଜିବା ପରେ ବି ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ସସପେନ୍ସ ବଳବତ୍ତର ରହିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାସେ ବାକି ଥିବାରୁ ମେଣ୍ଟ ଦ୍ୱନ୍ଦ୍ୱ ମଧ୍ୟରେ ଦୁଇ ଦଳ ନିଜ ନିଜ ସ୍ତରରେ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବିଜେଡି ଆଜି ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଲଢ଼ିବା ପାଇଁ ଦଳୀୟ ନେତାଙ୍କୁ ଗ୍ରୀନ୍ ସିଗନାଲ ଦେଇଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଅନୁରୂପ ଭାବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା... - [ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା: ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ](https://nishkarsha.com/%e0%ac%ae%e0%ac%b9%e0%ac%ae%e0%ad%8d%e0%ac%ae%e0%ac%a6-%e0%ac%ae%e0%ad%8b%e0%ac%95%e0%ac%bf%e0%ac%ae%e0%ac%99%e0%ad%8d%e0%ac%95-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8/): ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା: ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ #କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଜି ମିଳିଛି ଆଶ୍ୱସ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ, ଜନ ପ୍ରତିନିଧି ଆଇନର ଧାରା ୧୫୧-କ ଅନୁସାରେ ୯୦-ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଖାଲି ପଡ଼ିଛି (କାଜୁଆଲ ଭାକନ୍ସି) ବୋଲି ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ । ୨୦୧୯ ନିର୍ବାଚନରେ ମୋକିମଙ୍କ ଠାରୁ ନିର୍ବାଚନରେ ହାରି ଯାଇଥିବା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ ସଙ୍ଗମ କୁମାର ସାହୁ ୬୯୩ ପୃଷ୍ଠାର ଏହି ରାୟ ପ୍ରକାଶ କରିଥିଲେ... - [ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ପୁଲିସ ବିଭାଗରେ ଆନ୍ତରାଜ୍ୟ ସମନ୍ୱୟ ବୈଠକ](https://nishkarsha.com/%e0%ac%86%e0%ac%b8%e0%ac%a8%e0%ad%8d%e0%ac%a4%e0%ac%be-%e0%ac%b8%e0%ac%be%e0%ac%a7%e0%ac%be%e0%ac%b0%e0%ac%a3-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8%e0%ac%95%e0%ad%81/): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ପୁଲିସ ବିଭାଗରେ ଆନ୍ତରାଜ୍ୟ ସମନ୍ୱୟ ବୈଠକ #କଟକ(ଏନ୍‌.ଏମ୍‌.): ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ୪ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟ ଠାରେ ଭିଡିଓ କନଫରେନସିଂ ଜରିଆରେ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଝାଡଖଣ୍ଡ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଗଣ ଉପସ୍ଥିତ ଥିଲେ । ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ନିୟମାବଳୀକୁ ସଠିକ ଭାବେ ପାଳନ କରିବା ସହ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବୈଠକରେ ମତପ୍ରକାଶ ପାଇଥିଲା । ବିଶେଷକରି ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ନିର୍ବାଚନ... - [ନାବାଳିକା ବଳାତ୍କାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନର ପ୍ରତିବାଦ](https://nishkarsha.com/%e0%ac%a8%e0%ac%be%e0%ac%ac%e0%ac%be%e0%ac%b3%e0%ac%bf%e0%ac%95%e0%ac%be-%e0%ac%ac%e0%ac%b3%e0%ac%be%e0%ac%a4%e0%ad%8d%e0%ac%95%e0%ac%be%e0%ac%b0%e0%ad%80%e0%ac%99%e0%ad%8d%e0%ac%95%e0%ad%81-%e0%ac%a4/): ନାବାଳିକା ବଳାତ୍କାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନର ପ୍ରତିବାଦ #କଟକ(ଏନ୍‌.ଏମ୍‌.): ନାବାଳିକା ଗଣ ବଳାତ୍କାର ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ମଧୁପାଟଣା ଥାନା ଅଧିନସ୍ଥ ବାଲିସାହିରେ ଗତ ନାବାଳିକା ଗଣ ବଳାତ୍କାର ଘଟଣାକୁ ୧ମାସରୁ ଅଧିକ ସମୟ ବିତିଯାଇଥିଲେବି ପୁଲିସ ଆଜି ପର୍ଯ୍ୟନ୍ତ ପୀଡିତାକୁ ନ୍ୟାୟ ଦେଇପାରିନାହିଁ କିମ୍ବା ଅପରାଧୀଙ୍କ ପ୍ରତି କୌଣସି ପଦକ୍ଷେପ ନିଆଯାଇନାହିଁ । ଘଟଣାରେ, ପୁଲିସର ନିଷ୍କ୍ରିୟତାକୁ ଦେଖି କଟକର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷମାନେ ଏକ ଟିମ ଗଠନ କରି ପିଡିତାର ପରିବାରକୁ ଭେଟିଥିଲେ । ଏହା ପରେ, ମଧୁପାଟଣା ଥାନାରେ ସମ୍ପୃକ୍ତା ନାବାଳିକା ବଳାତ୍କାର ଘଟଣାର ତଦନ୍ତ କାରୀ ଅଧିକାରୀଙ୍କୁ ଭେଟିଥିଲେ । ତେବେ ଦାୟିତ୍ୱରେ ଥିବା ଅଧିକାରୀ ଏହି ଟିମକୁ କହିଥିଲେ ଯେ, ପୀଡିତାକୁ ବଳାତ୍କାର କରାଯାଇ... - [ହାଇକୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୧୩୩ ମାମଲା ଫଏସଲା, ୯,୧୫,୯୪,୨୦୦ ଟଙ୍କା ଆଦାୟ](https://nishkarsha.com/%e0%ac%b9%e0%ac%be%e0%ac%87%e0%ac%95%e0%ad%8b%e0%ac%b0%e0%ad%8d%e0%ac%9f%e0%ac%b0%e0%ad%87-%e0%ac%aa%e0%ad%8d%e0%ac%b0%e0%ac%a5%e0%ac%ae-%e0%ac%b0%e0%ac%be%e0%ac%b7%e0%ad%8d%e0%ac%9f%e0%ad%8d%e0%ac%b0/): ହାଇକୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୧୩୩ ମାମଲା ଫଏସଲା, ୯,୧୫,୯୪,୨୦୦ ଟଙ୍କା ଆଦାୟ #କଟକ(ଏନ୍‌.ଏମ୍‌.): ହାଇକୋର୍ଟ ଲିଗାଲ ସର୍ଭିସ କମିଟି ପକ୍ଷରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ହାଇକୋର୍ଟ ପରିସରସ୍ଥ ବିଭିନ୍ନ ବିଚାରପତିଙ୍କ କୋର୍ଟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ମୋଟ ୧୩୩ଟି ମାମଲା ଫଏସଲା ହୋଇଥିଲାବେଳେ ମୋଟ ୯,୧୫,୯୪,୨୦୦ ଟଙ୍କା ଆଦାୟ କରାଯାଇଛି । ରାଜ୍ୟ ଆଇନସେବା ପ୍ରାଧିକରଣର ପାଟ୍ରୋନ-ଇନ୍‌-ଚିଫ୍ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ, ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ହାଇକୋର୍ଟ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ତଥା ବିଚାରପତି ଅରିନ୍ଦମ ସିହ୍ନାଙ୍କ ମାର୍ଗଦର୍ଶନରେ ଲୋକ ଅଦାଲତ ପରିଚାଳିତ ହୋଇଥିଲା । ବିଚାରପତି ଡ. ଏସ୍‌. କେ. ପାଣିଗ୍ରାହୀ, ବିଚାରପତି ସାବିତ୍ରୀ ରଥ, ବିଚାରପତି ଏମ୍‌.ଏସ୍‌. ସାହୁ, ବିଚାରପତି ଏ. କେ. ମହାପାତ୍ର, ବିଚାରପତି... - [ସାଧାରଣ ନିର୍ବାଚନ: ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୩୫ ଜଣ](https://nishkarsha.com/%e0%ac%b8%e0%ac%be%e0%ac%a7%e0%ac%be%e0%ac%b0%e0%ac%a3-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ac%85%e0%ac%af%e0%ad%8b%e0%ac%97%e0%ad%8d%e0%ad%9f-%e0%ac%aa/): ସାଧାରଣ ନିର୍ବାଚନ: ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୩୫ ଜଣ #ନୂଆଦିଲ୍ଲୀ(ଏଜେନ୍ସି): ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ୱାରା ଆଜି ଜାରି କରାଯାଇଥିବା ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ୩୫ ଜଣଙ୍କ ନାମ ରହିଛି । ଏମାନେ ୨୦୧୯ ଲୋକସଭା ବା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କରିନଥିଲେ । ଯାହା ଫଳରେ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୦(ଏ)ରେ ଏହି ସବୁ ପ୍ରାର୍ଥୀଙ୍କୁ ଅନ୍ୟୁନ ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି । ଅଯୋଗ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ଆୟୋଗଙ୍କ ଦ୍ୱାରା ଜାରି ତାଲିକାରେ କେନ୍ଦୁଝର (ଏସ୍ଟି) ସଂସଦୀୟ କ୍ଷେତ୍ରରୁ ଡ. ସୁଦର୍ଶନ ଲୋହାର, କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଅମିର ନାଏକ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଭକ୍ତ ଶେଖର ରାୟଙ୍କ ନାମ ରହିଛି । ଏମାନଙ୍କ ଅଯୋଗ୍ୟତା ଅବଧି... - [ଓଡ଼ିଶା ସହ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର](https://nishkarsha.com/%e0%ac%93%e0%ac%a1%e0%ac%bc%e0%ac%bf%e0%ac%b6%e0%ac%be-%e0%ac%b8%e0%ac%b9-%e0%ac%b2%e0%ad%8b%e0%ac%95%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a/): ଓଡ଼ିଶା ସହ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର #ନୂଆଦିଲ୍ଲୀ(ଏନ.ଏନ.): ଦେଶର ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଓ ଦୁଇ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଦେଶର ମୋଟ ୫୪୩ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ । ପ୍ରଥମ ପର୍ଯ୍ୟାୟ ଭୋଟି ଏପ୍ରିଲ ୧୯ରୁ ଆରମ୍ଭ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭, ୪ର୍ଥ ପର୍ଯ୍ୟାୟ ଭୋଟ ମେ’ ୧୩, ୫ମ ପର୍ଯ୍ୟାୟ ଭୋଟ ୨୦, ୬ଷ୍ଠ ପର୍ଯ୍ୟାୟ ଭୋଟ ମେ’ ୨୫ ଓ ଶେଷ ପର୍ଯ୍ୟାୟ ଭୋଟ ଜୁନ ୧ରେ ଅନୁଷ୍ଠିତ । ଆଜି ନିର୍ବାଚନ... - [ନିର୍ବାଚନ ପୂର୍ବରୁ ବଡ଼ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍ ଦାମ୍‌](https://nishkarsha.com/%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ac%aa%e0%ad%82%e0%ac%b0%e0%ad%8d%e0%ac%ac%e0%ac%b0%e0%ad%81-%e0%ac%ac%e0%ac%a1%e0%ac%bc-%e0%ac%ad%e0%ad%87%e0%ac%9f/): ନିର୍ବାଚନ ପୂର୍ବରୁ ବଡ଼ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍ ଦାମ୍‌ #ନୂଆଦିଲ୍ଲୀ(ଏନ.ଏନ.): ନିର୍ବାଚନ ପୂର୍ବରୁ ବଡ଼ ଭେଟି । କମିଲା ପେଟ୍ରୋଲ-ଡିଜେଲ ଦାମ୍ । ପାଖାପଖି ୧୫ଟଙ୍କା କମିଲା ତୈଳ ଦର । ନିର୍ବାଚନୀ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ପେଟ୍ରୋଲ-ଡିଜେଲ ଦାମ୍ ୧୫ ଟଙ୍କା ଯାଏଁ କମ୍ କରାଯାଇଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରୀଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି । ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଓ କଳାପାଣି ଦ୍ୱୀପରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ୧୫.୩ ଟଙ୍କା କମ୍ କରାଯାଇଛି । ସେହିପରି ମିନିକୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫.୨ଟଙ୍କା କମିଛି । ଏନେଇ ସୋଶିଆଲ ମିଡିଆ ପ୍ଲାଟଫର୍ମରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । କହିରଖୁ ଯେ, ଗତ ଗୁରୁବାର ଦିନ କେନ୍ଦ୍ର ସରକାର ସାରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦାମରେ ୨ଟଙ୍କା ହ୍ରାସ... - [ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲା ବୋର୍ଡ଼](https://nishkarsha.com/%e0%ac%9a%e0%ac%b3%e0%ac%bf%e0%ac%a4-%e0%ac%ae%e0%ac%be%e0%ac%9f%e0%ad%8d%e0%ac%b0%e0%ac%bf%e0%ac%95-%e0%ac%aa%e0%ac%b0%e0%ad%80%e0%ac%95%e0%ad%8d%e0%ac%b7%e0%ac%be-%e0%ac%ab%e0%ac%b3-%e0%ac%aa-2/): ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲା ବୋର୍ଡ଼ ‘ନିର୍ଦ୍ଧାରିତ ସମୟରେ ବାହାରିବ ମାଟ୍ରିକ ରେଜଲ୍ଟ , ୭ ଦିନରେ ମିଳିବ ଡିଜିଟାଲ ସାର୍ଟିଫିକେଟ’ #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳପ୍ରକାଶନକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା (ବୋର୍ଡ଼) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ନିର୍ବାଚନ କାମ ଏଥିରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ବି ମାଟ୍ରିକ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ । ରେଜଲ୍ଟ ପ୍ରକାଶର ୭ ଦିନ ମଧ୍ୟରେ ଏହି ସାର୍ଟିଫିକେଟ ମିଳିବ ବୋଲି ଆଜି ବୋର୍ଡ ପକ୍ଷରୁ ଆୟୋଜିତ ପ୍ରେସମିଟରେ କୁହାଯାଇଛି । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଅନୁଯାୟୀ, ଗତ କାଲିଠୁ... - [ସତ୍ୟପାଠ ଦ୍ୱାରା ପ୍ରତିଶ୍ରୁତି ରଖିବେ କଟକ ସଦର ନିର୍ବାଚନ ମଣ୍ଡଳର ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ସେଠୀ](https://nishkarsha.com/%e0%ac%b8%e0%ac%a4%e0%ad%8d%e0%ad%9f%e0%ac%aa%e0%ac%be%e0%ac%a0-%e0%ac%a6%e0%ad%8d%e0%ad%b1%e0%ac%be%e0%ac%b0%e0%ac%be-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b6%e0%ad%8d%e0%ac%b0%e0%ad%81/): ସତ୍ୟପାଠ ଦ୍ୱାରା ପ୍ରତିଶ୍ରୁତି ରଖିବେ କଟକ ସଦର ନିର୍ବାଚନ ମଣ୍ଡଳର ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ସେଠୀ #କଟକ(ଏନ୍‌.ଏମ୍‌.): କଟକ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓ ସାଧାରଣ ନିର୍ବାଚନରେ କଟକ ସଦରରୁ ସ୍ୱାଧୀନ ବିଧାୟକ ପାର୍ଥୀଭାବେ ସାମାଜିକ କର୍ମୀ ସୁକାନ୍ତ ସେଠୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଉଛନ୍ତି । ତାଙ୍କୁ ପ୍ରାର୍ଥୀତ୍ୱଙ୍କୁ ସମର୍ଥନ କରିବା ନିମନ୍ତେ ବିଭିନ୍ନ ସାମାଜିକ ସଂଗଠନ, ଗ୍ରାମ ମୂରବୀ ଓ ଯୁବକମାନଙ୍କ ପକ୍ଷରୁ ଆଜି ସ୍ଥାନୀୟ ନୂଆପଡା ଠାରେ ଏକ ବନ୍ଧୁମିଳନ ଓ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବିଧାୟକ ପାର୍ଥୀ ଶ୍ରୀ ସେଠୀ ଯୋଗଦେଇ ସେ ପ୍ରଥମ କରି ନିର୍ବାଚିତ ହେବାପରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରୁ କିପରି ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ନରହିବେ, ନୂଆପଡାସ୍ଥିତ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ(୨)ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ୪୨ ମୌଜା ଓ ବ୍ରାହ୍ମଣୀଝରିଲ ଠାରେ ଅକାମୀ ହୋଇ ପଡିଥିବା ଶୀତଳ ଭଣ୍ଡାରଗୁଡିକୁ... - [ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ](https://nishkarsha.com/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0%e0%ad%81-%e0%ac%87%e0%ac%b8%e0%ad%8d%e0%ac%a4%e0%ac%ab%e0%ac%be%e0%ac%a6%e0%ad%87%e0%ac%b2%e0%ad%87-%e0%ac%b7%e0%ad%8d%e0%ac%9f%e0%ac%be/): ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ, ଯୋଗ ଦେଲେ ବିଜେପିରେ #କଟକ(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ନିମନ୍ତେ ଆଚରଣ ବିଧି ଲାଗୁ ହେବାର କେଇ ଘଣ୍ଟା ପୂର୍ବରୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଭିଣୋଇ ତଥା ଅଭିନେତା ଅରିନ୍ଦମ ରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ସାଧାରଣ ସଂପାଦକ ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି ଅରିନ୍ଦମ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ମୁଁ ଆପଣଙ୍କ ଦଳରେ ୨୦୦୯ରୁ କାର୍ଯ୍ୟ କରିଆସୁଛି । ୨୦୧୪ରୁ ମୁଁ ଆପଣଙ୍କ ଦଳର ଷ୍ଟାର କ୍ୟାମ୍ପେନର ରହି ଆସିଛି । ବିଭିନ୍ନ ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ କଟକ, ତିର୍ତ୍ତୋଲ ଓ କୋରାପୁଟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛି । କିନ୍ତୁ... - [ନାବାଳିକା ଅସଦ୍ ଆଚରଣ ମାମଲା: ଆସାମୀକୁ ୩ ବର୍ଷ ସଶ୍ରମ କରାଦଣ୍ଡ](https://nishkarsha.com/%e0%ac%a8%e0%ac%be%e0%ac%ac%e0%ac%be%e0%ac%b3%e0%ac%bf%e0%ac%95%e0%ac%be-%e0%ac%85%e0%ac%b8%e0%ac%a6%e0%ad%8d-%e0%ac%86%e0%ac%9a%e0%ac%b0%e0%ac%a3-%e0%ac%ae%e0%ac%be%e0%ac%ae%e0%ac%b2%e0%ac%be/): ନାବାଳିକା ଅସଦ୍ ଆଚରଣ ମାମଲା: ଆସାମୀକୁ ୩ ବର୍ଷ ସଶ୍ରମ କରାଦଣ୍ଡ #କଟକ(ଏନ୍‌.ଏମ୍‌.): ଜନୈକା ନାବାଳିକାକୁ ଅସଦ୍ ଆଚରଣ ମାମଲାରେ କଟକର ସ୍ୱତନ୍ତ୍ର ପୋଷ୍କୋ କୋର୍ଟ ଆସାମୀ ସନିଆ ସିଂ (୩୫)କୁ ପୋଷ୍କୋ ଆଇନର ୮ ଦଫାରେ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିବା ସହ ୫ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ନଦେଇ ପାରିଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ କୋର୍ଟ ଆଇପିସିର ୩୫୪ ଦଫାରେ ଆସାମୀକୁ ୧ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିବା ସହ ସହ ୫ହଜାର ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆସାମୀକୁ ଆଉ ଅଧିକ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ । ସେହିପରି କୋର୍ଟ ଏହି ମାମଲାରେ ପିଡିତାକୁ ୧ଲକ୍ଷ ଟଙ୍କାର କ୍ଷତିପୁରଣ... - [ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେଲେ ଇଲେକ୍ସନ କମିଶନର](https://nishkarsha.com/%e0%ac%b8%e0%ad%81%e0%ac%96%e0%ac%ac%e0%ad%80%e0%ac%b0-%e0%ac%b8%e0%ac%bf%e0%ac%82%e0%ac%b9-%e0%ac%b8%e0%ac%be%e0%ac%a8%e0%ad%8d%e0%ac%a7%e0%ad%81-%e0%ac%93-%e0%ac%9c%e0%ad%8d%e0%ac%9e%e0%ac%be/): ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେଲେ ଇଲେକ୍ସନ କମିଶନର #ନୂଆଦିଲ୍ଲୀ(ଏଜେନ୍ସି): ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଛି । ଖାଲି ପଡ଼ିଥିବା ୨ ଜଣ ନିର୍ବାଚନ କମିଶନର ପଦବୀରେ ଏମାନଙ୍କୁ ନିଯୁକ୍ତି ମିଳିବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସରକାରୀସ୍ତରରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଦୁଇ ଜଣ ପ୍ରଶାସନିକ ଅଧିକାରୀ ସୁଖବୀର ସିଂହ ସାନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କୁ ଇଲେକ୍ସନ କମିଶନର କରିବାକୁ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ କମିଶନର ନିଯୁକ୍ତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏହି ବୈଠକରେ ଅଧୀର ରଞ୍ଜନ ଚୌଧୁରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ । ୨୧୨ ଜଣଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା... - [ହାତ ଖୋଲି ଦେଇଛନ୍ତି ରାଜ୍ୟ ସରକାର: ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ](https://nishkarsha.com/%e0%ac%b9%e0%ac%be%e0%ac%a4-%e0%ac%96%e0%ad%8b%e0%ac%b2%e0%ac%bf-%e0%ac%a6%e0%ad%87%e0%ac%87%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8/): ହାତ ଖୋଲି ଦେଇଛନ୍ତି ରାଜ୍ୟ ସରକାର: ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟସରକାରଙ୍କ ଯୋଜନା ସେତିକି ବଢ଼ିବାରେ ଲାଗିଛି । ତେବେ ନିର୍ବାଚନ ପୂର୍ବରୁ ବିଭିନ୍ନ ବର୍ଗର ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି । ଆଜି ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା- ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବେ । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ରୁ ୫୦୦କୁ, କୁଶଳୀ ଶ୍ରମିକଙ୍କ ମଜୁରୀ ୪୪୨ରୁ ୫୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ... - [ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟିତ](https://nishkarsha.com/%e0%ac%ac%e0%ac%bf%e0%ac%9c%e0%ad%81-%e0%ac%aa%e0%ac%9f%e0%ad%8d%e0%ac%9f%e0%ac%a8%e0%ac%be%e0%ad%9f%e0%ac%95-%e0%ac%ac%e0%ac%b9%e0%ad%81%e0%ac%ae%e0%ad%81%e0%ac%96%e0%ad%80-%e0%ac%87%e0%ac%a8/): ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟିତ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ କେନ୍ଦ୍ରାପଡ଼ା ଇଛାପୁର ସାମଗୁଡ଼ିଆ ନିକଟସ୍ଥ ନବନିର୍ମିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି । ଭବିଷ୍ୟତ ପାଇଁ ବଡ଼ଶକ୍ତିଭାବେ ଉଭା ହୋଇଥିବା ସଶକ୍ତ ଯୁବଶକ୍ତି ଗଠନ ପାଇଁ କ୍ରୀଡ଼ା ଭିତିଭଭୂମିର ବିକାଶ ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ୨୬ଗୋଟି ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍ ଉଦ୍‌ଘାଟନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶା ପୋଷଣ କରିଥିଲେ ଯେ, ଗ୍ରାମାଂଚଳଠାରୁ ସହରାଂଚଳ ପର୍ଯ୍ୟନ୍ତ ପିଲାମାନେ କ୍ରୀଡ଼ାକ୍ଷେତ୍ରରେ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିବେ ଏବଂ ଏହି ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍ ସେମାନଙ୍କୁ ଏ ଦିଗରେ ସୁଯୋଗ ପ୍ରଦାନ କରିବ । ଏହି ଅବସରରେ ୫- ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍... - [ଜାତୀୟ ରାଜପଥ ନିର୍ମାଣରେ ଜଳ ସେଚନ ଓ ନିଷ୍କାସନ ଉପର ଧ୍ୟାନ ଦେବାକୁ କୃଷକ ବିକାଶ ପରିଷଦର ଜିଲ୍ଲାପାଳଙ୍କୁ ଦାବି](https://nishkarsha.com/%e0%ac%9c%e0%ac%be%e0%ac%a4%e0%ad%80%e0%ad%9f-%e0%ac%b0%e0%ac%be%e0%ac%9c%e0%ac%aa%e0%ac%a5-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ae%e0%ac%be%e0%ac%a3%e0%ac%b0%e0%ad%87-%e0%ac%9c%e0%ac%b3/): ଜାତୀୟ ରାଜପଥ ନିର୍ମାଣରେ ଜଳ ସେଚନ ଓ ନିଷ୍କାସନ ଉପର ଧ୍ୟାନ ଦେବାକୁ କୃଷକ ବିକାଶ ପରିଷଦର ଜିଲ୍ଲାପାଳଙ୍କୁ ଦାବି #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଦୈତାରୀ ପାରାଦୀପ ଜାତୀୟ ରାଜପଥ ଯାଜପୁର ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲାକୁ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ପାରାଦୀପ ପର୍ଯ୍ୟନ୍ତ ଯାଇଅଛି । ହରିଦାସପୁର–ପାରାଦୀପ ରେଳପଥ ଦୈତାରୀ -ପାରାଦୀପ ଜାତୀୟ ରାଜପଥର ବାମ ପାର୍ଶ୍ୱରେ ଯାଇଅଛି । ଦୈତାରୀ-ପାରାଦୀପ ରାସ୍ତା ୪ ଲେନ ବିଶିଷ୍ଟ ଥିଲା । ଏହାକୁ ସରକାର ଏବେ ୮ ଲେନ ବିଶିଷ୍ଟ କରୁ ଅଛନ୍ତି ଓ ଏହି କାର୍ଯ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହୋଇ ଦ୍ରୁତ ଗତିରେ ଚାଲୁଅଛି । ନଦୀ, ନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ମଧ୍ୟ ଭାଗ ଦେଇ ୮ ଲେନ ବିଶିଷ୍ଟ ରାଜପଥ, ପଞ୍ଚୁପାଣ୍ଡବ ଛକ ଠାରୁ ନୀଳାଚଳ ଛକ ପର୍ଯ୍ୟନ୍ତ ନିର୍ମାଣ କରାଯିବା ସମୟରେ ଜିଲ୍ଲାର ଜଳସେଚନ ଓ ଜଳ ନିଷ୍କାସନ ଉପରେ ବହୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ... - [ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପ୍ରସ୍ତାବ](https://nishkarsha.com/12879-2/): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପ୍ରସ୍ତାବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କର #ଭୁବନେଶ୍ୱର(ଏନ୍‌.ଏମ୍‌.): ଉତ୍ତର ଓଡ଼ିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ଆର୍ଥିକ ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦ୍ୱାରା ଆର୍ଥିକ କ୍ଷେତ୍ରରେ ଅବହେଳିତ ଜିଲ୍ଲା ଗୁଡ଼ିକର ସନ୍ତୁଳିତ ବିକାଶ ସହ ଆଞ୍ଚଳିତ ବୈଷ୍ୟମତା ଦୂର ହୋଇପାରିବ । ପ୍ରାୟ ଏକ କୋଟି ଜନତା ବସବାସ କରୁଥିବା ଉତ୍ତର ଓଡ଼ିଶାର ଏହି ଚାରି ଜିଲା ଖଣି ଖାଦାନରେ ପରିପୂର୍ଣ୍ଣ । ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ରାଜକୋଷକୁ ଉତ୍ତର... - [ମଉଳି ଗଲା ବିଜେପି-ବିଜେଡି ମେଣ୍ଟ ଆଶା: ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ପୁଣି କହିଲେ ମନମୋହନ](https://nishkarsha.com/%e0%ac%ae%e0%ac%89%e0%ac%b3%e0%ac%bf-%e0%ac%97%e0%ac%b2%e0%ac%be-%e0%ac%ac%e0%ac%bf%e0%ac%9c%e0%ad%87%e0%ac%aa%e0%ac%bf-%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf-%e0%ac%ae%e0%ad%87/): ମଉଳି ଗଲା ବିଜେପି-ବିଜେଡି ମେଣ୍ଟ ଆଶା: ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ପୁଣି କହିଲେ ମନମୋହନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିଥିବାବେଳେ ଏବେ ମେଣ୍ଟ ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ମେଣ୍ଟ ନେଇ ବିଜେଡି ଏ ପର୍ଯ୍ୟନ୍ତ ମୁହଁ ଖୋଲିନଥିବାବେଳେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି କହି କର୍ମୀମାନେ ପ୍ରସଙ୍ଗରୁ ଏଡାଇ ଯାଇଛନ୍ତି । ଅନ୍ୟପକ୍ଷେ ମେଣ୍ଟକୁ ନେଇ ବିଜେପି ରାଜ୍ୟସଭାପତି, ପ୍ରଭାରୀ ତଥା ଅନ୍ୟ ନେତାମାନେ ଅସ୍ୱୀକାର କରିଛନ୍ତି । ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ନେତାମାନେ ଦୃଢ଼ୋକ୍ତି ବାଢ଼ିଛନ୍ତି । ତେବେ ଆଜି ଦିଲ୍ଲୀରୁ ଫେରିବା ପରେ ମାପିଚୁପି ମନ୍ତବ୍ୟ ରଖିଥିବା ବିଜେପି ସଭାପତି ମନମୋହନ ସାମଲ କିନ୍ତୁ ପୁଣି ଥରେ ନିଜ ପୁରୁଣା କଥା ଦୋହରାଇଛନ୍ତି । ମଧ୍ୟାହ୍ନ ସମୟରେ ମନମୋହନ... - [କଟକ କମିଶନରେଟ ପୁଲିସର ସଫଳତା:୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ](https://nishkarsha.com/%e0%ac%95%e0%ac%9f%e0%ac%95-%e0%ac%95%e0%ac%ae%e0%ac%bf%e0%ac%b6%e0%ac%a8%e0%ac%b0%e0%ad%87%e0%ac%9f-%e0%ac%aa%e0%ad%81%e0%ac%b2%e0%ac%bf%e0%ac%b8%e0%ac%b0-%e0%ac%b8%e0%ac%ab%e0%ac%b3%e0%ac%a4/): କଟକ କମିଶନରେଟ ପୁଲିସର ସଫଳତା:୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ #କଟକ(ଏନ୍‌.ଏମ୍‌.): କଟକ କମିଶନରେଟ ଆଜି ପୁଲିସ ହାତରେ ଦୁଇ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫୭ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । କଳାବଜାରରେ ଏହାର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପଶ୍ଚିମବଙ୍ଗର ମୁର୍ସିଦାବାଦର ସାଗରଡିହି ଥାନା ଅନ୍ତର୍ଗ ଈଶ୍ୱର ମାହାରା (୩୧) ଓ ବୁଧୁ ରାୟ(୩୦) । ସେମାନଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା ସହିତ ଗୋଟିଏ ଡବ୍ଲ୍ୟୁବି-୫୮-ବିଡି-୨୭୯୦ ନମ୍ବର ବିଶିଷ୍ଟ ସ୍କର୍ପିଓ ଗାଡ଼ି ମଧ୍ୟ ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଦ୍ୱୟ ମୁର୍ସିଦାବାଦରୁ ବ୍ରାଉନ୍ ସୁଗର ଆଣି ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ବାଟରେ ସେମାନେ ଭଦ୍ରକରେ କିଛି ବ୍ରାଉନ ସୁଗର ବିକ୍ରି କରିଥିଲେ । ତେବେ କୌଣସି ସୂତ୍ରରୁ... - [ବିଧାୟକଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍ଘାଟନ](https://nishkarsha.com/%e0%ac%ac%e0%ac%bf%e0%ac%a7%e0%ac%be%e0%ad%9f%e0%ac%95%e0%ac%99%e0%ad%8d%e0%ac%95-%e0%ac%a6%e0%ad%8d%e0%ad%b1%e0%ac%be%e0%ac%b0%e0%ac%be-%e0%ac%a8%e0%ad%82%e0%ac%a4%e0%ac%a8-%e0%ac%b6%e0%ad%8d/): ବିଧାୟକଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍ଘାଟନ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଥିବା କୟଳପଡ଼ା ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହକୁ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ତେବେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା ସହ ଶୈଖିକ ବାତାବରଣ ସୃଷ୍ଟି କରି ଶିକ୍ଷାର ମାନ ବୃଦ୍ଧି କରିବା ସହ ବିଦ୍ୟାର୍ଥୀମାନଙ୍କ ଆକୃଷ୍ଟ ବଢୁଥିବାବେଳେ ଆଜି ଉକ୍ତ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ପାଇଁ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ ଶ୍ରେଣୀ ଗୃହ ନିର୍ମିତ ହୋଇଛି । ତେବେ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସରପଞ୍ଚ ଶୈଳବାଳା ନାୟକ, ମୁଖ୍ୟବକ୍ତା ଭାବେ ସମିତି ସଭ୍ୟଙ୍କ ପ୍ରତିନିଧି ପ୍ରତାପ ସ୍ୱାଇଁ, ବିଦ୍ୟାଳୟର ଚେୟାରମ୍ୟାନ ବିକ୍ରମ ପରିଡ଼ା, ଭାଇସ ଚେୟାରମ୍ୟାନ ଅଞ୍ଜନା ସ୍ୱାଇଁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ଞାନ ବିଶ୍ୱାଳ,... - [କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍ ଲିଷ୍ଟ ଖାରଜ](https://nishkarsha.com/%e0%ac%95%e0%ac%a8%e0%ac%bf%e0%ac%b7%e0%ad%8d%e0%ac%a0-%e0%ac%b6%e0%ac%bf%e0%ac%95%e0%ad%8d%e0%ac%b7%e0%ac%95-%e0%ac%9a%e0%ad%9f%e0%ac%a8-%e0%ac%85%e0%ac%a8%e0%ac%bf%e0%ad%9f%e0%ac%ae%e0%ac%bf/): କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍ ଲିଷ୍ଟ ଖାରଜ #କଟକ (ଏନ.ଏମ୍‌.): କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓସେପା ପକ୍ଷରୁ ପ୍ରଥମେ ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ କରାଯାଇଥିଲା । ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏହାପରେ ତରବରିଆ ଭାବେ ରାଜ୍ୟ ସରକାର ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିଥିଲେ । ଆବେଦନକାରୀଙ୍କ ମୂଳ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ହଜାର ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକଙ୍କ ପାଇଁ ଓସେପା ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ସେଥିରେ ଥିବା ଧାରା ୮.୩ ଅନୁଯାୟୀ, ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଜିଲ୍ଲା ଭିତରେ ସୀମିତ ରହିବ... - [ମେଣ୍ଟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ](https://nishkarsha.com/%e0%ac%ae%e0%ad%87%e0%ac%a3%e0%ad%8d%e0%ac%9f-%e0%ac%9a%e0%ac%b0%e0%ad%8d%e0%ac%9a%e0%ad%8d%e0%ac%9a%e0%ac%be-%e0%ac%ad%e0%ac%bf%e0%ac%a4%e0%ac%b0%e0%ad%87-%e0%ac%a7%e0%ac%b0%e0%ad%8d%e0%ac%ae/): ମେଣ୍ଟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ #ନୂଆଦିଲ୍ଲୀ(ଏନ୍‌.ଏମ୍‌.): ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହା ଏକ ପ୍ରକାର ଚୁଡ଼ାନ୍ତ ହୋଇସାରିଛି । କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା । ଏ ନେଇ ଏଯାବତ ଶେଷ ହୋଇନି ବିଚାର ବିମର୍ଶ । ଦିଲ୍ଲୀରେ ଅଛନ୍ତି ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ । ଏହି ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଧର୍ମେନ୍ଦ୍ରଙ୍କ ନୂଆଦିଲ୍ଲୀ ସ୍ଥିତ ୧୯-କୃଷକ ରୋଡ୍ ସରକାରୀ ଘରେ ବୈଠକ ଚାଲିଥିବାବେଳେ ବୈଠକରେ ଧର୍ମେନ୍ଦ୍ରଙ୍କ ସହ ରାଜ୍ୟ ବିଜେପିର ବରିଷ୍ଠ ନେତା ସାମିଲ ଅଛନ୍ତି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର ଆସିପାରେ ବୋଲି କୁହାଯାଉଛି । ସେପଟେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ମେଣ୍ଟକୁ ନେଇ ଆମେ ଦ୍ୱନ୍ଦ୍ୱରେ ନାହୁଁ ।... - [ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି କଲେ ରାଜ୍ୟ ସରକାର](https://nishkarsha.com/%e0%ac%aa%e0%ac%9e%e0%ad%8d%e0%ac%9a%e0%ac%be%e0%ad%9f%e0%ac%a4%e0%ac%bf%e0%ac%b0%e0%ac%be%e0%ac%9c-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%a8%e0%ac%bf%e0%ac%a7%e0%ac%bf%e0%ac%99%e0%ad%8d/): ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି କଲେ ରାଜ୍ୟ ସରକାର #ଭୁବନେଶ୍ୱର(ଏନ୍‌.ଏମ୍‌.): ଏଥର ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଆସିଛି ଖୁସିର ଖବର । ରାଜ୍ୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର । ଶେଷରେ ସେମାନଙ୍କ ପାରିତୋଷିକ ଓ ଭତ୍ତା ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚଙ୍କ ଭତ୍ତା ବୃଦ୍ଧି ହୋଇଛି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସକୁ ପାଇବେ ୩୦ ହଜାର ଟଙ୍କା । ସେହିପରି ଜିଲ୍ଲା ପରିଷଦ ଉପସଭାପତି ମାସିକ ୨୦ ହଜାର ଟଙ୍କା, ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୧୦ ହଜାର ଟଙ୍କା ହୋଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ ହଜାର ଏବଂ ପଞ୍ଚାୟତ... - [ଶେଷ ପର୍ଯ୍ୟାୟରେ ମେଣ୍ଟ ଚର୍ଚ୍ଚା: ଶେଷ ହେଲା ବିଜେପିର ଚୁଡ଼ାନ୍ତ ବୈଠକ, ଅମିତ ଶାହ କରିପାରନ୍ତି ଘୋଷଣା !](https://nishkarsha.com/%e0%ac%b6%e0%ad%87%e0%ac%b7-%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%be%e0%ad%9f%e0%ac%b0%e0%ad%87-%e0%ac%ae%e0%ad%87%e0%ac%a3%e0%ad%8d%e0%ac%9f-%e0%ac%9a%e0%ac%b0%e0%ad%8d/): ଶେଷ ପର୍ଯ୍ୟାୟରେ ମେଣ୍ଟ ଚର୍ଚ୍ଚା: ଶେଷ ହେଲା ବିଜେପିର ଚୁଡ଼ାନ୍ତ ବୈଠକ, ଅମିତ ଶାହ କରିପାରନ୍ତି ଘୋଷଣା ! #ଭୁବନେଶ୍ୱର/ନୂଆଦିଲ୍ଲୀ(ଏନ୍‌.ଏମ୍‌.): ରାଜ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ରାଜ୍ୟ ବିଜେପି ନେତୃତ୍ୱ ଦିଲ୍ଲୀରେ ପହଞ୍ଚିବା ପରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେଣ୍ଟକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ତେବେ ଆଗାମୀ ନିର୍ବାଚନରେ ବିଜେପି ଓ ବିଜେଡି ମିଳିତ ଭାବେ ନିର୍ବାଚନ ଲଢ଼ିବେ । ଓଡ଼ିଶାରେ ୧୪୭ଟି ବିଧାନସଭା ଆସନ ରହିଥିବାବେଳେ ୨୧ଟି ଲୋକସଭା ଆସନ ରହିଛି । ତେବେ ବିଧାନସଭା ଆସନରେ ବିଜେଡି ପ୍ରାୟ ୯୮ ସିଟି ନେବାକୁ ଥିବାବେଳେ ବିଜେପି ୪୯ଟି ଆସନରେ ଠିଆ ହେବ । ସେହିଭଳି ଲୋକସଭା ସିଟରେ ବିଜେପି ୧୪ ଓ ବିଜେଡି ୭ ରହିବ ବୋଲି ବୈଠକରେ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ହୁଏତ ନିର୍ବାଚନ... - [ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା](https://nishkarsha.com/%e0%ac%93%e0%ac%a1%e0%ac%bc%e0%ac%bf%e0%ac%b6%e0%ac%be-%e0%ac%b0%e0%ac%be%e0%ac%9c%e0%ac%a8%e0%ad%80%e0%ac%a4%e0%ac%bf%e0%ac%b0%e0%ad%87-%e0%ac%ac%e0%ac%a2%e0%ac%bc%e0%ad%81%e0%ac%9b%e0%ac%bf/): ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ବିଜେପି-ବିଜେଡି ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଗୋଟିଏ ପଟେ ବିଜେପି-ବିଜେଡି ମଧ୍ୟରେ ପୂର୍ବଭଳି କାଦୁଅ ଫିଙ୍ଗା ହେଉନଥିବାବେଳେ ସ୍ପଷ୍ଟ ହେଉନି ମେଣ୍ଟ ନିଷ୍ପତ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାଗସ୍ତରେ ଆସି ଥିବାବେଳେ କର୍ମୀମାନେ ଭାବିଥିଲେ ଏଥର ବିଜେଡି ସରକାର ବିରୋଧରେ ବର୍ଷିବା ସହିତ କର୍ମୀମାନଙ୍କୁ ନିର୍ବାଚନନେଇ ଉତ୍ସାହିତ କରିବେ । ମାତ୍ର ସେଭଳି କିଛି ହୋଇନଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନାମ ଗାନ କରିବା ସହ ବିଜେପି ଲୋକସଭାରେ ୪୦୦ରୁ ଉର୍ଦ୍ଧ୍ୱ ଆସନ ଆଣିବା ଉପରେ ଫୋକସ କରିଥିଲେ । ତେଣୁ ଏହାକୁ ତର୍ଜମା କଲେ ପ୍ରଧାନମନ୍ତ୍ରୀ ବୋଧହୁଏ ଲୋକସଭା ଆସନକୁ ଗୁରୁତ୍ୱ ଦେଇ କେନ୍ଦ୍ରସରକାର ବିଜେପି ହାତରେ ରଖିବା ପାଇଁ ଯୋଜନା କରିଥିବା ଜଣାପଡ଼ିଥିଲା ।... - [କମିଶନରେଟ ପୁଲିସର ସଫଳତା: ଚୋରାବନ୍ଧୁକ କାରବାରର ଖୋଲିଲା ଗୁମର, ୪ ବନ୍ଧୁକ ୧୨ରାଉଣ୍ଡ ଗୁଳି ଜବତ](https://nishkarsha.com/%e0%ac%95%e0%ac%ae%e0%ac%bf%e0%ac%b6%e0%ac%a8%e0%ac%b0%e0%ad%87%e0%ac%9f-%e0%ac%aa%e0%ad%81%e0%ac%b2%e0%ac%bf%e0%ac%b8%e0%ac%b0-%e0%ac%b8%e0%ac%ab%e0%ac%b3%e0%ac%a4%e0%ac%be-%e0%ac%9a%e0%ad%8b/): କମିଶନରେଟ ପୁଲିସର ସଫଳତା: ଚୋରାବନ୍ଧୁକ କାରବାରର ଖୋଲିଲା ଗୁମର, ୪ ବନ୍ଧୁକ ୧୨ରାଉଣ୍ଡ ଗୁଳି ଜବତ ବିହାରରୁ ବନ୍ଧୁକ ଆଣି କରୁଥିଲେ ବେପାର, ୩ ଗିରିଫ ଜଗତପୁର(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସକୁ ମିଳିଛି ବଡ଼ ଧରଣର ସଫଳତା । ବିଭିନ୍ନ ଅପରାଧ ନିମନ୍ତେ ବ୍ୟବହୃତ ଚୋରା ବନ୍ଧୁକ ଯୋଗାଉଥିବା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ତେବେ ଏହି ବନ୍ଧୁକଗୁଡ଼ିକ ବିହାରଣୁ ଆଣି ଏଠାରେ ବିଭିନ୍ନ ଅପରାଧୀମାନଙ୍କୁ ବିକ୍ରି କରାଯାଉଥିବା ସମ୍ପର୍କରେ ପୁଲିସକୁ ମିଳିଛି ତଥ୍ୟ । ବେଆଇନ ଭାବେ ବନ୍ଧୁକ ବିକ୍ରି କରୁଥିବା ୩ ଅପରାଧୀଙ୍କୁ କଟକ କମିଶନରେଟ ପୁଲିସ ଗିରଫ କରିଛି । ଜଗତପୁର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ାଉ କରି ଏହି ୩ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ୪ଟି ବନ୍ଧୁକ ମଧ୍ୟରେ ଗୋଟିଏ ୯ଏମଏମ ପିସ୍ତଲ, ଗୋଟିଏ ୭.୬୫ଏମଏମ ପିସ୍ତଲ, ଗୋଟିଏ ରିଭଲଭର, ସହ... - [ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସ୍ୱଚ୍ଛ ଓ ଜଳ ସାଥୀ ମହିଳା: ଅଭିଯୋଗ ଜଣାଇବାକୁ ଛାଡ଼ିଲାନି ପୁଲିସ୍‌](https://nishkarsha.com/%e0%ac%aa%e0%ac%be%e0%ac%a3%e0%ad%8d%e0%ac%a1%e0%ac%bf%e0%ac%86%e0%ac%a8%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%85%e0%ac%b8%e0%ac%a8%e0%ad%8d%e0%ac%a4%e0%ad%8b%e0%ac%b7/): ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସ୍ୱଚ୍ଛ ଓ ଜଳ ସାଥୀ ମହିଳା: ଅଭିଯୋଗ ଜଣାଇବାକୁ ଛାଡ଼ିଲାନି ପୁଲିସ୍‌ #କଟକ(ଏନ୍‌.ଏମ୍‌.): ସିଏମସି ଅଧୀନରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ଜଳ ସାଥୀ ମହିଳାମାନଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି । କଟକ ଗସ୍ତରେ ଆସିଥିବା ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ସେମାନେ ଭେଟିବାକୁ ଚାହୁଁଥିଲେ । ପାଣ୍ଡିଆନଙ୍କୁ ଭେଟି ସେମାନେ ନିଜର ସମସ୍ୟା ସମ୍ପର୍କରେ କହିଥାଆନ୍ତେ । କିନ୍ତୁ କଟକ କମିଶନରେଟ ପୁଲିସ ମହିଳାମାନଙ୍କୁ ଏଥିପାଇଁ ଅନୁମତି ଦେଲାନାହିଁ । ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି କଟକର ବିଭିନ୍ନ କଲେଜରେ ଭିକେ ପାଣ୍ଡିଆନଙ୍କ “ନୂଆ ଓ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସମୟରେ ସ୍ୱଚ୍ଛସାଥୀ ଓ ଜଳସାଥୀ ମହିଳାମାନେ ସେମାନଙ୍କ ଦାବି ନେଇ ପାଣ୍ଡିଆନଙ୍କୁ ଭେଟିବାକୁ ଚାହିଁଥିଲେ । କମିଶନରେଟ ପୁଲିସ୍ ଭେଟିବାକୁ ମହିଳାମାନଙ୍କ ପାଖରେ ଅନୁମତି ନଥିବା କହି ସେମାନଙ୍କୁ ଘଟଣାସ୍ଥଳରୁ... - [ଚଚରାଭଟା ଗାଁରେ ଦୋକାନକୁ ମାଡ଼ି ଗଲା ଗଞ୍ଜେଇ ବୋଝେଇ ଟାଟାସୁମୋ ଗାଡି](https://nishkarsha.com/%e0%ac%9a%e0%ac%9a%e0%ac%b0%e0%ac%be%e0%ac%ad%e0%ac%9f%e0%ac%be-%e0%ac%97%e0%ac%be%e0%ac%81%e0%ac%b0%e0%ad%87-%e0%ac%a6%e0%ad%8b%e0%ac%95%e0%ac%be%e0%ac%a8%e0%ac%95%e0%ad%81-%e0%ac%ae%e0%ac%be/): ଚଚରାଭଟା ଗାଁରେ ଦୋକାନକୁ ମାଡ଼ି ଗଲା ଗଞ୍ଜେଇ ବୋଝେଇ ଟାଟାସୁମୋ ଗାଡି #ଖପ୍ରାଖୋଲ(ଏନ୍‌.ଏମ୍‌.): ବଲାଙ୍ଗୀର ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି । ବିଶେଷ କରି ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ବେଆଇନ ନିଶା କାରବାର ରୋକିବାରେ ପ୍ରଶାସନ ବିଫଳ ହେଉଥିବା ଚର୍ଚ୍ଚା ହେଉଛି । ବେଆଇନ ଗଞ୍ଜେଇ ଚାଲଣ ସମୟରେ ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏସବୁର ଗୁମର ଖୋଲିଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ଅନ୍ତର୍ଗତ ଚରାଭଟା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଟାଟା ସୁମୋ ଗାଡି ଭୋରୁ ଭୋରୁ ଏକ ଦୋକାନ ଘରକୁ ମାଡ଼ିଯାଇ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ ଓଆର୦୫ଏଫ ୩୬୨୩ ନମ୍ବର ବିଶିଷ୍ଟ ଟାଟା ସୁମୋ ଗଞ୍ଜେଇ ଭର୍ତ୍ତି କରି ଖପ୍ରାଖୋଲ ପଟୁ ରେଙ୍ଗାଲି ଗାଁ ପଟକୁ ଦ୍ରୁତ ଗତିରେ ଯାଇ ଚଚରାଭଟା ଗାଁ ଛକରେ ଥିବା ଏକ ଦୋକାନ ଘର ଉପରେ... - [ରାଜ୍ୟରେ ମେଣ୍ଟ ଚର୍ଚ୍ଚା ନେଇ ନୂଆମୋଡ଼: ବିଜେପି ଦୋହରାଇଲା ଏକା ଲଢ଼ିବୁ, ବିଜେଡି ନୀରବ](https://nishkarsha.com/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f%e0%ac%b0%e0%ad%87-%e0%ac%ae%e0%ad%87%e0%ac%a3%e0%ad%8d%e0%ac%9f-%e0%ac%9a%e0%ac%b0%e0%ad%8d%e0%ac%9a%e0%ad%8d%e0%ac%9a%e0%ac%be-%e0%ac%a8%e0%ad%87/): ରାଜ୍ୟରେ ମେଣ୍ଟ ଚର୍ଚ୍ଚା ନେଇ ନୂଆମୋଡ଼: ବିଜେପି ଦୋହରାଇଲା ଏକା ଲଢ଼ିବୁ, ବିଜେଡି ନୀରବ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଆଜି ପୁଣି ଥରେ ନୂଆମୋଡ଼ ନେଇଛି । ସମ୍ଭାବ୍ୟ ମେଣ୍ଟକୁ ନେଇ ଗତ ଦୁଇଦିନ ଧରି ଚାଲିଥିବା ରାଜନୀତିକ ହଟଚମଟ ଓ ଚର୍ଚ୍ଚାରେ ରାଜ୍ୟ ବିଜେପି ସଭାପତି ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ପୂର୍ବରୁ ମାର୍ଚ୍ଚ ୧ତାରିଖରେ ଦିଲ୍ଲୀରୁ ଫେରି ମନମୋହନ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ରାଜ୍ୟ ବିଜେପି ପକ୍ଷରୁ ଆଜି ସକାଳେ ଓ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଦୁଇଥର ମେଣ୍ଟ ସମ୍ଭାବନାକୁ ବାତିଲ କରାଯାଇଥିଲେ ମଧ୍ୟ ବିଜେଡିର ଏ ନେଇ ନିରବତା ସସପେନ୍ସକୁ ଅଧିକ ବଢ଼ାଇ ଦେଇଛି । ରାଜ୍ୟରେ ମେଣ୍ଟ ପାଇଁ ବିଜେଡି ଉପରେ ଚାପ ପକାଇ ନିଜ ପସନ୍ଦ ମୁତାବକ ଆସନ ନେବାକୁ ବିଜେପିର ଏହା... - [ଜାଗର ପାଇଁ ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ](https://nishkarsha.com/%e0%ac%9c%e0%ac%be%e0%ac%97%e0%ac%b0-%e0%ac%aa%e0%ac%be%e0%ac%87%e0%ac%81-%e0%ac%97%e0%ac%9c%e0%ac%be%e0%ac%a8%e0%ac%a8-%e0%ac%b8%e0%ad%87%e0%ac%ac%e0%ac%be-%e0%ac%b8%e0%ac%ae%e0%ac%bf%e0%ac%a4/): ଜାଗର ପାଇଁ ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ #ଜଗତପୁର(ଏନ୍‌.ଏମ୍‌.): ସ୍ଥାନୀୟ ନିମପୁରସ୍ଥିତ ବାବା କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହାଶିବ ରାତ୍ରୀ ବା ଜାଗର ଯାତ୍ରା ବଡ଼ ଯାକଜମକରେ ପାଳିତ ହୋଇଯାଇଛି । ଏହି ଅବସରରେ ସହଶ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଗଜାନନ ସେବା ସମିତି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ପାଣି ବୋତଲ ବିତରଣ କରାଯାଇଛି । ସମିତି ପକ୍ଷରୁ ପ୍ରତି ବର୍ଷ ଏହି ଜାଗର ଯାତ୍ରାରେ ଭକ୍ତ ମାନଙ୍କୁ ପାନୀୟ ଜଳ ବଣ୍ଟନ କରାଯିବା ସହ ପ୍ରତି ବର୍ଷ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣା ଚଷମା ବଣ୍ଟନ, ଜଳଛତ୍ର, ଶୀତବସ୍ତ୍ର ବଣ୍ଟନ କରାଯାଇଥାଏ । ଅନୁଷ୍ଠାନ ପକ୍ଷରୁ ଆଜିର ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ । ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀ, ୪୮ ନମ୍ବର ୱାର୍ଡ଼ କର୍ପୋରେଟର ନଳିନୀ ବେହେରା, ସୌମ୍ୟରଞ୍ଜନ ପଣ୍ଡା, ଦେବେନ୍ଦ୍ର ଦଳାଇ, ପ୍ରଶାନ୍ତ ପାଇକ,... - [ପବିତ୍ର ମହାଶିବରାତ୍ରି](https://nishkarsha.com/%e0%ac%aa%e0%ac%ac%e0%ac%bf%e0%ac%a4%e0%ad%8d%e0%ac%b0-%e0%ac%ae%e0%ac%b9%e0%ac%be%e0%ac%b6%e0%ac%bf%e0%ac%ac%e0%ac%b0%e0%ac%be%e0%ac%a4%e0%ad%8d%e0%ac%b0%e0%ac%bf/): ପବିତ୍ର ମହାଶିବରାତ୍ରି ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ଶିବରାତ୍ରୀ । ଜାଗର ଜାଳି ଉପବାସ ରହୁଥିବାରୁ ଏହାକୁ ଜାଗର ବୋଲି କୁହାଯାଏ । ଶିବ… ଏହି ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ସେ ଶାଶ୍ୱତ, ଚିରନ୍ତନ, ସତାତନ, ସର୍ବଜ୍ଞ, ସତ୍ୟ, ସୁନ୍ଦର ଏବଂ ସକଳ ବେଦ ସ୍ୱରୂପ । ସେ ଆଶୁବର ପ୍ରଦାନକାରୀ ଆଶୁତୋଷ ଏବଂ ଅକାଳମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ । ଜୀବନରୁ ପାପତାପରୁ ମୁକ୍ତି କରିବା ସହ ଯିଏ ଆଲୋକର ରାସ୍ତା ଦେଖାନ୍ତି ସେ ହେଉଛନ୍ତି ମହାଦେବ । ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣମାସରେ ମଳୟ ସାଥିରେ ଶିବରାତ୍ରୀର ଆଗମନେ ପଞ୍ଚମ ସ୍ୱରର ତାନେ କୋଇଲି ଗାଉଛି ଅଭିନନ୍ଦନିକା । ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ମହାଶିବରାତ୍ରୀ । ଶିବରାତ୍ରୀ ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ମହାଦେବଙ୍କ କରୁଣା ଅପାର । ଅନେକ... - [ରାଜ୍ୟରେ ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ](https://nishkarsha.com/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f%e0%ac%b0%e0%ad%87-%e0%ac%ae%e0%ad%87%e0%ac%a3%e0%ad%8d%e0%ac%9f%e0%ac%95%e0%ad%81-%e0%ac%a8%e0%ad%87%e0%ac%87-%e0%ac%b2%e0%ac%be%e0%ac%97%e0%ac%bf/): ରାଜ୍ୟରେ ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ ରାଜ୍ୟରେ ବିଜେପି ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି – ପୃଥ୍ୱୀରାଜ ହରିଚନ୍ଦନ #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ବିଭିନ୍ନ ରାଜନୈତିକ ଦଳରୁ ନେତାମାନଙ୍କ ଦଳବଦଳ ଘଟଣା ଯେତିକି ଚର୍ଚ୍ଚାକୁ ଆସୁଛି ତା’ ଠାରୁ ଅଧିକ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି ବିଜେଡି-ବିଜେପି ମେଣ୍ଟ ଆଲୋଚନା । ତେବେ ଉଭୟ ଦଳ ପକ୍ଷରୁ ମେଣ୍ଟକୁ ନେଇ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଏ ନେଇ ବିଭିନ୍ନ ପର୍ଯ୍ୟାୟରେ ଉଦ୍ୟମ ଚାଲିଥିବା ଦେଖିବାକୁ ମିଳିଛି । ତଥାପି ମେଣ୍ଟରକୁ ନେଇ ଅଡୁଆ ଅଙ୍କ ଛିଣ୍ଡୁନଥିବାଯୋଗୁଁ ଏ ନେଇ ଉଭୟ ଦଳ ନିଷ୍କର୍ଷରେ ପହଞ୍ଚି ପାରୁନଥିବା ଜଣାପଡ଼ିଛି । ତେବେ ମେଣ୍ଟକୁ ନେଇ ବିଜେଡିର ସେଭଳି କିଛି ଫାଇଦା ହେବ ନାହିଁ ବୋଲି ନିର୍ବାଚନ ସମୀକ୍ଷକମାନେ ମତ ଦେଇଛନ୍ତି । ପୂର୍ବରୁ୨୦୦୪ ମସିହା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ହୋଇଥିବାବେଳେ ବିଜେଡି ୬୧... - [ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଟି ଆରୋହୀ ଗୁରୁତର](https://nishkarsha.com/%e0%ac%ae%e0%ac%b0%e0%ad%8d%e0%ac%ae%e0%ac%a8%e0%ad%8d%e0%ac%a4%e0%ad%81%e0%ac%a6-%e0%ac%b8%e0%ac%a1%e0%ac%bc%e0%ac%95-%e0%ac%a6%e0%ad%81%e0%ac%b0%e0%ad%8d%e0%ac%98%e0%ac%9f%e0%ac%a3%e0%ac%be/): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଟି ଆରୋହୀ ଗୁରୁତର #ଜଗତପୁର(ଏନ୍‌.ଏମ୍‌.): କଟକ-ଚୌଦ୍ୱାର ରିଙ୍ଗବନ୍ଧରେ ଏକ ସଡକ ଦୁର୍ଘଟଣା ଘଟିବା ଦ୍ୱାରା ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସ୍କୁଟି ଆରୋହୀ ଜଣକ ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ଜଗତପୁର ଥାନା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ପଠା ଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଓଡି୦୫ଏଏକ୍ସ ୫୮୫୨ନମ୍ବର ବିଶିଷ୍ଟ ସ୍କୁଟି ନେଇ ଜଣେ ବ୍ୟକ୍ତି ଯାଉଥିବାବେଳେ ରିଙ୍ଗରୋଡ ଲକ୍ଷ୍ମଣପୁର ନିକଟ ହମ୍ପ୍ସରେ ହଠାତ ଭାରସ୍ୟାମ ହରାଇ ପଡ଼ିଯାଇଥିଲେ । ଫଳରେ ତାଙ୍କ ଶରୀରର ବିଭିନ୍ନ ଅଂଶ ଆଘାତପ୍ରାପ୍ତ ହେବା ସହ ସେ ଘଟଣାସ୍ଥଳରେ ଚେତା ହରାଇ ଦେଇଥିଲେ । ତେବେ ଉକ୍ତ ଯୁବକଙ୍କ ସଠିକ ପରିଚୟ ମିଳିପାରି ନାହିଁ । - [ରାଜ୍ୟସରକାର ବଢ଼ାଇଦେଲେ ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ](https://nishkarsha.com/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f%e0%ac%b8%e0%ac%b0%e0%ac%95%e0%ac%be%e0%ac%b0-%e0%ac%ac%e0%ac%a2%e0%ac%bc%e0%ac%be%e0%ac%87%e0%ac%a6%e0%ad%87%e0%ac%b2%e0%ad%87-%e0%ac%86%e0%ac%89%e0%ac%9f/): ରାଜ୍ୟସରକାର ବଢ଼ାଇଦେଲେ ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ #ଭୁବନେଶ୍ୱର(ଏନ୍‌.ଏମ୍‌.): ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ରାଜ୍ୟସରକାର ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ହାତ ଖୋଲି ଦେଇଛନ୍ତି । ସମସ୍ତ ବର୍ଗର କର୍ମଚାରୀଙ୍କ ନିମନ୍ତେ ବେତନ ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସର୍ଭିସ ପ୍ରୋଭାଇଡିଂ ଏଜେନ୍ସି ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ରାଜ୍ୟସରକାର ଆଉଟସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରିବା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଶୁଣାଣି ଆଦି ବ୍ୟବସ୍ଥା କରିଛନ୍ତି । ଅଭିଜ୍ଞତା ଥିବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଅଧିକ ପାରିଶ୍ରମିକ ମିଳିବ । ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ... - [ଦୀର୍ଘଦିନର ଦାବି ପୁରଣ କଲେ ମୁଖ୍ୟମନ୍ତ୍ରୀ: ଆନ୍ଦୋଳନରୁ ଓହରି କୃତଜ୍ଞତା ଜଣାଇଲା କଟକ ଜିଲ୍ଲା ଆଶାକର୍ମୀ ସଂଘ](https://nishkarsha.com/%e0%ac%a6%e0%ad%80%e0%ac%b0%e0%ad%8d%e0%ac%98%e0%ac%a6%e0%ac%bf%e0%ac%a8%e0%ac%b0-%e0%ac%a6%e0%ac%be%e0%ac%ac%e0%ac%bf-%e0%ac%aa%e0%ad%81%e0%ac%b0%e0%ac%a3-%e0%ac%95%e0%ac%b2%e0%ad%87-%e0%ac%ae/): ଦୀର୍ଘଦିନର ଦାବି ପୁରଣ କଲେ ମୁଖ୍ୟମନ୍ତ୍ରୀ: ଆନ୍ଦୋଳନରୁ ଓହରି କୃତଜ୍ଞତା ଜଣାଇଲା କଟକ ଜିଲ୍ଲା ଆଶାକର୍ମୀ ସଂଘ #କଟକ(ଏନ୍‌.ଏମ୍‌.): ରାଜ୍ୟସରକାର ଆଶାକର୍ମୀମାନଙ୍କ ବେତନ ବୃଦ୍ଧି କରିବାସହ ଅନ୍ୟାନ୍ୟ ସୁବିଧା ସୁଯୋଗ ନିମନ୍ତେ ଘୋଷଣା କରିଛନ୍ତି । ଏଥି ପୂର୍ବରୁ ଦାବି ନେଇ ଆଶାକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଥିବାବେଳେ ସରକାରଙ୍କ ଘୋଷଣା ଯୋଗୁଁ ଆନ୍ଦୋଳନକୁ ବନ୍ଦ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି । ସୂଚନା ଅନୁଯାୟୀ, ଦୀର୍ଘ ୧୮ବର୍ଷରୁ ଊର୍ଦ୍ଧକାଳ ଧରି ଆଶାକର୍ମୀମାନେ ଗାଁ ଗାଁ ବୁଲି ମା’ ଓ ଶିଶୁମାନଙ୍କର ଯତ୍ନ ନେଇ ଆସୁଥିଲାବେଳେ ଏମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା, ସ୍ଥାୟୀ ନିଯୁକ୍ତି ଏବଂ ପାରିଶ୍ରମିକ ବାବଦ ବେତନ ମିଳୁନଥିଲା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ସହିତ ସଂଘର କର୍ମକର୍ତ୍ତାମାନେ ବହୁବାର ଦାବିପତ୍ର ପ୍ରଦାନ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ମଧ୍ୟ ଦାବି ପୂରଣ ଦିଗରେ ଉଚିତ୍ ପଦକ୍ଷେପ ନିଆଯିବ... - [ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ](https://nishkarsha.com/%e0%ac%ae%e0%ad%81%e0%ac%96%e0%ad%8d%e0%ad%9f-%e0%ac%b6%e0%ac%be%e0%ac%b8%e0%ac%a8-%e0%ac%b8%e0%ac%9a%e0%ac%bf%e0%ac%ac%e0%ac%99%e0%ad%8d%e0%ac%95-%e0%ac%85%e0%ac%a7%e0%ad%8d%e0%ad%9f%e0%ac%95-2/): ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ #ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ୨୦୨୩-୨୪ଆର୍ôଥକ ବର୍ଷରେ ଫେବୃୟାରୀ୨୦୨୪ଶେଷ ସୁଦ୍ଧା ବିଭିନ୍ନ ବିଭାଗ ତଥା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସମ୍ପର୍କରେ ଅର୍ଥ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ବଜେଟରେ ଆର୍ôଥକ ଆବଣ୍ଟନ ଅନୁସାରେ ବିଭିନ୍ନ ବିଭାଗର ଗତବର୍ଷ ଫେବୃୟାରୀ ମାସ ଶେଷ ତୁଳନାରେ ଚଳିତ ବର୍ଷ ଫେବୃୟାରୀ ମାସ ଶେଷସୁଦ୍ଧା ବ୍ୟୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ଜଣାଯାଇଛି । ବୈଠକରେ ମୁଖ୍ୟଶାସନ... - [ଏପ୍ରିଲ ୮ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ](https://nishkarsha.com/%e0%ac%8f%e0%ac%aa%e0%ad%8d%e0%ac%b0%e0%ac%bf%e0%ac%b2-%e0%ad%ae%e0%ac%b0%e0%ad%87-%e0%ac%a6%e0%ad%87%e0%ac%96%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%ae%e0%ac%bf%e0%ac%b3%e0%ac%bf/): ଏପ୍ରିଲ ୮ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ସୂର୍ଯ୍ୟ ପରାଗ ଯୋଗୁଁ ଦିନ ହୋଇଯିବ ରାତି #ଭୁବନେଶ୍ୱର (ଏନ୍‌.ଏମ୍‌.): ଚଳିତ ବର୍ଷ ପୃଥିବାବାସୀ ଏକ ବିରଳ ମହାଜାଗତିକ ଦୃଶ୍ୟର ମୂକସାକ୍ଷୀ ହେବାକୁ ଯାଉଛନ୍ତି । ଏହି ମହାଜାଗତିକ ଦୃଶ୍ୟ ହେଉଛି ଆସନ୍ତା ମାସ ୮ ତାରିଖରେ ହେବାକୁ ଥିବା ପୂର୍ଣ୍ଣ ସୂର୍ଯ୍ୟ ପରାଗ । କାରଣ ଏହି ସମୟରେ ପରାଗ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଗ୍ରାସ କରିବ, ଯାହା ଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ । ବୈଜ୍ଞାନିକଙ୍କ କହିବା ଅନୁସାରେ, ଚଳିତ ବର୍ଷ ଯେଉଁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖାଯିବ ତାହା ଖୁବ୍ ବିରଳ । କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଏପରି ବିରଳ ଦୃଶ୍ୟ ଦେଖାଯିବ ନାହିଁ । ୨୦୪୪ ମସିହା ପର୍ଯ୍ୟନ୍ତ ଆମେରିକା ଆକାଶରେ ଏପରି ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବନି । ଏହା ଏପରି ଏକ ସୂର୍ଯ୍ୟ ପରାଗ ହେବାକୁ... - [କଳ୍ପନା ଜଳ୍ପନାର ଅନ୍ତ: ଶଙ୍ଖ ଧରିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ](https://nishkarsha.com/%e0%ac%95%e0%ac%b3%e0%ad%8d%e0%ac%aa%e0%ac%a8%e0%ac%be-%e0%ac%9c%e0%ac%b3%e0%ad%8d%e0%ac%aa%e0%ac%a8%e0%ac%be%e0%ac%b0-%e0%ac%85%e0%ac%a8%e0%ad%8d%e0%ac%a4-%e0%ac%b6%e0%ac%99%e0%ad%8d%e0%ac%96/): କଳ୍ପନା ଜଳ୍ପନାର ଅନ୍ତ: ଶଙ୍ଖ ଧରିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ #ଭୁବନେଶ୍ୱର/ କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଶଙ୍ଖ ଧରିଛନ୍ତି । ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି ; ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ମିଶିଛନ୍ତି । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି । କିଛିଦିନ ହେବ ଅରବିନ୍ଦ ବିଜେଡିରେ ଯୋଗ ଦେବେ ବୋଲି କଳ୍ପନା ଜଳ୍ପନା ଚାଲିଥିଲା । ଆଜି ଏହି ଚର୍ଚ୍ଚାର ଅନ୍ତ ଘଟିଛି । ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଅରବିନ୍ଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିଗ୍ରୀ ଇଞ୍ଜିନିୟରିଂ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଘରୋଇ ସଂସ୍ଥାର ଓଡ଼ିଶା ଶାଖାରେ କାମ କରୁଥିଲେ... - [ରାଜ୍ୟରେ ମେଣ୍ଟ ହେବା ନେଇ ସବୁଜ ସଂକେତ: ୧୨ରେ ଓଡ଼ିଶା ଆସିବେ ଅମିତ ଶାହ](https://nishkarsha.com/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f%e0%ac%b0%e0%ad%87-%e0%ac%ae%e0%ad%87%e0%ac%a3%e0%ad%8d%e0%ac%9f-%e0%ac%b9%e0%ad%87%e0%ac%ac%e0%ac%be-%e0%ac%a8%e0%ad%87%e0%ac%87-%e0%ac%b8%e0%ac%ac/): ରାଜ୍ୟରେ ମେଣ୍ଟ ହେବା ନେଇ ସବୁଜ ସଂକେତ: ୧୨ରେ ଓଡ଼ିଶା ଆସିବେ ଅମିତ ଶାହ ! #ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ସାଧାରଣ ନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଉଭୟ ଦଳପକ୍ଷରୁ କର୍ମକର୍ତ୍ତାଙ୍କୁ ନେଇ ହୋଇଥିବା ବୈଠକରେ ମେଣ୍ଟକୁ ସବୁଜ ସଂକେତ ମିଳିଥିବା ସୂଚନା ମିଳୁଛି । ଗୋଟିଏ ପଟେ ନବୀନ ନିବାସରେ ବିଜେଡି ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇ ଏ ନେଇ ଆଲୋଚନା ହୋଇଥିବାବେଳେ ଅନ୍ୟପଟେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ଆଲୋଚନାର ନିଷ୍କର୍ଷ ଜଣାପଡ଼ିନଥିଲେ ମଧ୍ୟ ମେଣ୍ଟ ହେବା ଏକ ପ୍ରକାର ଚୁଡ଼ାନ୍ତ ବୋଲି କୁହାଯାଉଛି । ତେବେ କେତେ ସିଟ ବୁଝାମଣାରେ ମେଣ୍ଟ ନିର୍ବାଚନ ଲଢ଼ିବ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ... - [କଳ୍ପନା ଜଳ୍ପନାର ଅନ୍ତ, ନବୀନ ନିବାସ ବୈଠକ: ବିଜେପି ସହ ମେଣ୍ଟ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ](https://nishkarsha.com/%e0%ac%95%e0%ac%b3%e0%ad%8d%e0%ac%aa%e0%ac%a8%e0%ac%be-%e0%ac%9c%e0%ac%b3%e0%ad%8d%e0%ac%aa%e0%ac%a8%e0%ac%be%e0%ac%b0-%e0%ac%85%e0%ac%a8%e0%ad%8d%e0%ac%a4-%e0%ac%a8%e0%ac%ac%e0%ad%80%e0%ac%a8/): କଳ୍ପନା ଜଳ୍ପନାର ଅନ୍ତ, ନବୀନ ନିବାସ ବୈଠକ: ବିଜେପି ସହ ମେଣ୍ଟ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ସାଧାରଣ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ପାଇଁ ରାସ୍ତା ଧିରେ ଧିରେ ପ୍ରଶସ୍ତ ହେବାରେ ଲାଗିଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଠିକ୍ ୧୫ବର୍ଷ ପରେ ପୁଣିଥରେ ନିର୍ବାଚନୀ ମେଣ୍ଟ ହେବାକୁ ଯାଉଛି । ଗତ ଦେଢ଼ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ମେଣ୍ଟ ଚର୍ଚ୍ଚା ଏବେ ସତ ପ୍ରମାଣିତ ହୋଇଛି । ନବୀନ ନିବାସରେ ଆଜି ଦଳର ବରିଷ୍ଠ ନେତାମାନଙ୍କ ସହ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ବିଜେପି ସହ ନିର୍ବାଚନୀ ମେଣ୍ଟ ନେଇ ସୂଚନା ଦେଇଥିବା ଜଣାପଡ଼ିଛି । ତେବେ ବିଜେପି ଓ ବିଜେଡି କେତେ ସିଟରେ ଲଢ଼ିବେ ଓ କେଉଁ ଫର୍ମୂଲାରେ ରାଜ୍ୟରେ ଦୁଇ ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ହେବ... - [ପାଟଣାଗଡରେ ବ୍ଳକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ](https://nishkarsha.com/%e0%ac%aa%e0%ac%be%e0%ac%9f%e0%ac%a3%e0%ac%be%e0%ac%97%e0%ac%a1%e0%ac%b0%e0%ad%87-%e0%ac%ac%e0%ad%8d%e0%ac%b3%e0%ac%95%e0%ac%b8%e0%ad%8d%e0%ac%a4%e0%ac%b0%e0%ad%80%e0%ad%9f-%e0%ac%aa%e0%ac%9e%e0%ad%8d/): ପାଟଣାଗଡରେ ବ୍ଳକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ #ପାଟଣାଗଡ଼(ଏନ୍‌.ଏମ୍‌.): ପ୍ରବାଦ ପୁରୁଷ ବିଜୁଙ୍କ ୧୦୮ ତମ୍ମ ଜୟନ୍ତୀ ପାଳନ ଅବସରରେ ପଞ୍ଚାୟତ ରାଜ ଓ ଲୋକସେବା ଦୀବସ ପାଟଣାଗଡ ବ୍ଳକ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଘ ସଭାପତି ଜନାର୍ଦ୍ଦନ ସିଂ ସାହୁ ମୂଖ୍ୟଅତିଥି , ପାଟଣେଶ୍ୱରୀ ମହିଲା ମହାବିଦ୍ୟାଳୟର ଅଧ୍ୟକ୍ଷ ଅମିତାଭ ଠାକୁର ମୂଖ୍ୟବକ୍ତା, ପାଟଣାଗଡ଼ ବିଡିଓ ସୁମନ୍ତ ମିଞ୍ଜ, ଜିପିଇଓ ନୀଳକାନ୍ତ କାଲସାଏ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତକୃତି ନିକଟରେ ପ୍ରଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ । ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀ । ୧୯୬୧ ମସିହାରୁ... - [ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ](https://nishkarsha.com/%e0%ac%9a%e0%ad%8c%e0%ac%a6%e0%ad%8d%e0%ad%b1%e0%ac%be%e0%ac%b0-%e0%ac%ae%e0%ac%b9%e0%ac%be%e0%ac%ac%e0%ac%bf%e0%ac%a6%e0%ad%8d%e0%ad%9f%e0%ac%be%e0%ac%b3%e0%ad%9f%e0%ac%b0%e0%ad%87-%e0%ac%9b%e0%ac%be/): ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ #ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଳା, ବାଣିଜ୍ୟ, ଓ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମ ନିର୍ଭରଶୀଳ ସୁରକ୍ଷା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ୧୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଯାରି ରହିବ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟ ସରକାରଙ୍କ ଛାତ୍ରୀମାନଙ୍କ ଆତ୍ମ ନିର୍ଭରଶୀଳ ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ସ୍ଥାନୀୟ ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଏବେ ଆରମ୍ଭ ହୋଇଛି ତେବେ କାର୍ଯ୍ୟକ୍ରମର ଆରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଦେବତା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ପ୍ରଭାବତୀ ପଢ଼ିଆରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଅଂଶ ଗ୍ରହଣ କରି ନିଜକୁ କିଭଳି ସମାଜରେ ଘଟୁଥିବା ଘଟଣା ଉପରେ ନିଜକୁ... - [ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଲେ ଆଇନଜୀବୀ ଅକ୍ଷୟ କୁମାର ପତି](https://nishkarsha.com/%e0%ac%86%e0%ac%a1%e0%ac%bf%e0%ac%b8%e0%ac%a8%e0%ac%be%e0%ac%b2-%e0%ac%b7%e0%ad%8d%e0%ac%9f%e0%ac%be%e0%ac%a3%e0%ad%8d%e0%ac%a1%e0%ac%bf%e0%ac%82-%e0%ac%95%e0%ac%be%e0%ac%89%e0%ac%a8%e0%ac%b8%e0%ac%bf/): ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଲେ ଆଇନଜୀବୀ ଅକ୍ଷୟ କୁମାର ପତି #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଆଇନଜୀବୀ ଅକ୍ଷୟ କୁମାର ପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଭିନ୍ନ ମୋକଦ୍ଦମାର ପରିଚାଳନା ନିମନ୍ତେ ଆଡ୍ ଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ଅନୁମୋଦନ କ୍ରମେ ଓଡ଼ିଶା ସରକଙ୍କ ଦ୍ୱାରା ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ପତିଙ୍କ ବିଭିନ୍ନ ମୋକଦ୍ଦମାର ପରିଚାଳନା ଦକ୍ଷତା ଓ ଅଭିଜ୍ଞତାକୁ ବିଚାର କରି ତାଙ୍କୁ ଏହି ପଦବୀରେ ନିଯୁକ୍ତି କରାଯାଇଛି । ଶ୍ରୀ ପତି ବର୍ତ୍ତମାନ ରାଜ୍ୟ ଅଇନିଜୀବୀ ପରିଷଦର ସଭ୍ୟ ଅଛନ୍ତି ଓ ପୂର୍ବରୁ କଟକ କ୍ରିମିନାଲ କୋର୍ଟସ୍ ବାର ଆସୋସିଏସନର ସର୍ବ କନିଷ୍ଠ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଉକ୍ତଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ ପରେ ଶ୍ରୀ ପତି ୧୯୯୭ ମସିହାରୁ କଟକର ବିଭିନ୍ନ ନ୍ୟାୟାଳୟରେ ଆଇନିଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । କିଭଳି ନିର୍ଦ୍ଧିଷ୍ଟ ସମୟ... - [ରାଜ୍ୟରେ ଶାଣିତ ହେଉଛି ମେଣ୍ଟ ଚର୍ଚ୍ଚା: ବିଜେପି ନେତାଙ୍କୁ ଦିଲ୍ଲୀ, ବିଜେଡି ନେତାଙ୍କୁ ନବୀନ ନିବାସକୁ ହେଲା ଡକରା](https://nishkarsha.com/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f%e0%ac%b0%e0%ad%87-%e0%ac%b6%e0%ac%be%e0%ac%a3%e0%ac%bf%e0%ac%a4-%e0%ac%b9%e0%ad%87%e0%ac%89%e0%ac%9b%e0%ac%bf-%e0%ac%ae%e0%ad%87%e0%ac%a3%e0%ad%8d/): ରାଜ୍ୟରେ ଶାଣିତ ହେଉଛି ମେଣ୍ଟ ଚର୍ଚ୍ଚା: ବିଜେପି ନେତାଙ୍କୁ ଦିଲ୍ଲୀ, ବିଜେଡି ନେତାଙ୍କୁ ନବୀନ ନିବାସକୁ ହେଲା ଡକରା #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ସେତିକି ଶାଣିତ ହେବାରେ ଲାଗିଛି । କିଛି ଦିନତଳେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ଉଭୟ ଦଳର ନେତାମାନେ ତାକୁ ଖଣ୍ଡନ କରିଥିଲେ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ଏବଂ ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା ଏଥି ସହିତ ବିଜେଡି ନେତାମାନଙ୍କୁ ନବୀନ ନିବାସରୁ ଡକରା ଆସିବା ଓ ବିଜେପି ନେତାମାନଙ୍କୁ ଦିଲ୍ଲୀ ଆସିବାକୁ ନିର୍ଦ୍ଦେଶ ଆସିବା ପରେ ରାଜ୍ୟରେ ମେଣ୍ଟକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ମେଣ୍ଟ ଚର୍ଚ୍ଚାକୁ ନେଇ ଉଭୟ ଦଳର ସାଧାରଣ କର୍ମୀମାନେ ନାପସନ୍ଦ କରୁଥିଲେ ମଧ୍ୟ ହାଇକମାଣ୍ଡଙ୍କ ଘୋଷଣାକୁ... - [ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦ ପାଇଁ ଅନ୍‌‌ଲାଇନ୍ ଆବେଦନ](https://nishkarsha.com/%e0%ac%93%e0%ac%a1%e0%ac%bc%e0%ac%bf%e0%ac%b6%e0%ac%be-%e0%ac%b9%e0%ac%be%e0%ac%87%e0%ac%95%e0%ad%8b%e0%ac%b0%e0%ad%8d%e0%ac%9f%e0%ac%b0%e0%ad%87-%e0%ad%a8%e0%ad%a9%e0%ac%9f%e0%ac%bf-%e0%ac%85/): ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦ ପାଇଁ ଅନ୍‌‌ଲାଇନ୍ ଆବେଦନ #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦବୀରେ ନିଯୁକ୍ତି ପାଇଁ ଅନ୍‌‌ଲାଇନ୍ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୭ ରହିଛି । ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ୧୭ ତାରିଖ ରାତି ୧୧ଟା ୫୯ମିନିଟ୍ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ରେ ଆବେଦନ କରିପାରିବେ । ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଓ ଦରମା ୨୩ଟି ଅନୁବାଦକ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ବୟସ ୨୦୨୪ ଫେବ୍ରୁଆରୀ ୨୯ ତାରିଖ ସୁଦ୍ଧା ୨୧ରୁ ଅଧିକ ହୋଇଥିବା ଆବଶ୍ୟକ ତଥା ୩୨ରୁ କମ୍ ହୋଇଥିବା ଉଚିତ୍ । ଏସ୍‌‌ସି, ଏସ୍‌‌ଟି, ଏସ୍‌‌ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି । ପ୍ରାର୍ଥୀମାନେ ଇଂରାଜୀ ବା ଓଡ଼ିଆ ଅନର୍ସ ରଖି ଯେ କୌଣସି... - [ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି: ୫୦ଅଭିଯୋଗ ସମାଧାନ](https://nishkarsha.com/%e0%ac%96%e0%ac%aa%e0%ad%8d%e0%ac%b0%e0%ac%be%e0%ac%96%e0%ad%8b%e0%ac%b2%e0%ac%b0%e0%ad%87-%e0%ac%9c%e0%ac%bf%e0%ac%b2%e0%ad%8d%e0%ac%b2%e0%ac%be%e0%ac%aa%e0%ac%be%e0%ac%b3-%e0%ac%93-%e0%ac%86/): ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି: ୫୦ଅଭିଯୋଗ ସମାଧାନ #ପାଟଣାଗଡ଼(ଏନ୍‌.ଏମ୍‌.): ସ୍ଥାନୀୟ ଖପ୍ରାଖୋଲ ବ୍ଲକ୍ ସଭା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସବାୱାଲ, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ଏହି ଅବସରରେ ମୋଟ ୫୦ଟି ଅଭିଯୋଗ ଶୁଣାଣି କରିଥିବା ବେଳେ ୪୬ଟି ବ୍ୟକ୍ତିଗତ ଓ ୪ଟି ଗୋଷ୍ଠିଗତ ଅଭିଯୋଗ ରହିଥିଲା । ଏହି ଅଭିଯୋଗ ମଧ୍ୟରୁ ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଡିଏଫ୍‌ଓ ସୁଦର୍ଶନ ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରା,... - [କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉପଲକ୍ଷେ ଜ୍ୟୋତି ରଥ ପରିକ୍ରମା ଶୁଭାରମ୍ଭ](https://nishkarsha.com/%e0%ac%95%e0%ac%ac%e0%ac%bf-%e0%ac%97%e0%ac%99%e0%ad%8d%e0%ac%97%e0%ac%be%e0%ac%a7%e0%ac%b0-%e0%ac%ae%e0%ad%87%e0%ac%b9%e0%ad%87%e0%ac%b0%e0%ac%99%e0%ad%8d%e0%ac%95-%e0%ac%b6%e0%ad%8d%e0%ac%b0/): କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉପଲକ୍ଷେ ଜ୍ୟୋତି ରଥ ପରିକ୍ରମା ଶୁଭାରମ୍ଭ #ପାଟଣାଗଡ(ଏନ୍‌.ଏମ୍‌.): ପାଟଣାଗଡ ଏନ୍‌ଏସି ସ୍ଥିତ ଭୁଲିଆ ଧର୍ମଶାଳା ଠାରେ ନିଖିଳ ଓଡ଼ିଶା ମେହେର (ଭୁଲିଆ)ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉତ୍ସବ ଓ ମହାସଭା ଉପଲକ୍ଷେ ଜ୍ୟୋତିରଥର ଶୁଭ ଆରମ୍ଭ ହୋଇଯାଇଛି । ଏହି ଜ୍ୟୋତି ରଥକୁ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ପ୍ରଥମେ ଶ୍ରୀ ମେହେର ରଥକୁ ପୁଜାଚର୍ଚ୍ଚାନା କରି ଶୁଭାରମ୍ଭ କରିବାପରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୁର୍ତ୍ତିରେ ଫୁଲମାଳ ଅର୍ପଣ କରିଥିଲେ । ପରେ ଜ୍ୟୋତି ରଥ ସହ ଭୁଲିଆ ସମାଜର ଶତାଧିକ ମହିଳା ଓ ପୁରୁଷ ସହରର ମୁଖ୍ୟରାସ୍ତା ଦେଇ ଏକ ଶୋଭାଯାତ୍ରାରେ ବାହାରି ଗଙ୍ଗାଧର ପାର୍କ ଠାରେ ପହଞ୍ଚିଥିଲେ । ସେଠାରେ ଥିବା କବି ଗଙ୍ଗାଧର ମେହେରଙ୍କ ପ୍ରର୍ତ୍ତିମୁର୍ତ୍ତିରେ... - [ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି](https://nishkarsha.com/%e0%ac%b6%e0%ac%bf%e0%ac%95%e0%ad%8d%e0%ac%b7%e0%ac%95%e0%ac%99%e0%ad%8d%e0%ac%95-%e0%ac%ae%e0%ac%be%e0%ac%a1%e0%ac%bc%e0%ac%b0%e0%ad%87-%e0%ac%b2%e0%ac%b9%e0%ad%81%e0%ac%b2%e0%ad%81%e0%ac%b9%e0%ac%be/): ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି #ପାଟଣାଗଡ଼(ଏନ୍‌.ଏମ୍‌.): ସରକାର ସର୍ବଶିକ୍ଷା ଅଭିଯାନ ଜରିଆରେ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ବ୍ୟବସ୍ଥା ଲାଗୁ କରିଛନ୍ତି । ଏପରିକି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହି ଆଦି ପାଠ୍ୟୋପକରଣ, ପୋଷାକ ପରିଚ୍ଛଦ ଯୋଗାଇ ଦିଆଯାଉଛି । ସେହିଭଳି ପ୍ରତ୍ୟେକ ସ୍କୁଲ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି; ଯେଉଁଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ନାଚ, ଗୀତ ଗପ ଆଦି ଜରିଆରେ ଶିକ୍ଷାଦାନ କରିପାରିବେ । ପୁନଶ୍ଚ ସ୍କୁଲରେ କୌଣସି ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମାଡ଼ ଗାଳି ଦେଇ ପାରିବେ ନାହିଁ ବୋଲି ନିୟମ ହୋଇଛି । ମାତ୍ର ସରକାରୀ ନିୟମକୁ ପାଳନ ନକରି ଛାତ୍ରଙ୍କୁ ଶିକ୍ଷକଙ୍କ ମାଡମାରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏଭଳି ଅଭିଯୋଗ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବେଲପଡା ବ୍ଲକ ଭରୁଆମୁଣ୍ଡାରୁ ଆସିଛି । ଭରୁଆମୁଣ୍ଡାରେଥିବା ଆଦର୍ଶ ବିଦ୍ୟାଳୟରେ ଜନୈକ... - [ହାଇକୋର୍ଟରେ ପ୍ରକାଶ ପାଇଲା ରାୟ: ମୋକିମଙ୍କ ନିର୍ବାଚନ ଅସିଦ୍ଧ, ହରାଇଲେ ବିଧାୟକ ପଦ](https://nishkarsha.com/%e0%ac%b9%e0%ac%be%e0%ac%87%e0%ac%95%e0%ad%8b%e0%ac%b0%e0%ad%8d%e0%ac%9f%e0%ac%b0%e0%ad%87-%e0%ac%aa%e0%ad%8d%e0%ac%b0%e0%ac%95%e0%ac%be%e0%ac%b6-%e0%ac%aa%e0%ac%be%e0%ac%87%e0%ac%b2%e0%ac%be/): ହାଇକୋର୍ଟରେ ପ୍ରକାଶ ପାଇଲା ରାୟ: ମୋକିମଙ୍କ ନିର୍ବାଚନ ଅସିଦ୍ଧ, ହରାଇଲେ ବିଧାୟକ ପଦ #କଟକ(ଏନ୍‌.ଏମ୍‌.): ହାଇକୋର୍ଟରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଛାଟ । ତାଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ବାରବାଟୀ-କଟକ ବିଧାୟକ ଇଂ. ମୋକିମ ନାମାଙ୍କନ ଦାଖଲ ସମୟରେ କେତେକ ତଥ୍ୟ ଦେଇନଥିବା ଅଭିଯୋଗର ମାମଲାରେ ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଗତ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ସେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିଲେ । ଏପରିକି ସେ ଜାଣିଶୁଣି କିଛି କାଟାଗୋରି ଛାଡ଼ି ଯାଇଥିଲେ । ନାମାଙ୍କନ ପତ୍ରରେ ଏସମ୍ପର୍କୀତ ତଥ୍ୟ ଲୁଚାଇଥିବାରୁ ତାହା ସୂଚନା ଅଧିକାର ଆଇନକୁ ଉଲ୍ଳଘଂନ କରୁଛି ବୋଲି ବିଜେଡି ନେତା ତଥା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ଦେବାଶିଷ ଏନେଇ ୨୦୧୯ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ... - [ନେତାଙ୍କୁ ଆକୃଷ୍ଟ କରୁଛି ମୋଦୀ କ୍ରେଜ: ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ ଓ ନରେନ ପଲେଇ](https://nishkarsha.com/%e0%ac%a8%e0%ad%87%e0%ac%a4%e0%ac%be%e0%ac%99%e0%ad%8d%e0%ac%95%e0%ad%81-%e0%ac%86%e0%ac%95%e0%ad%83%e0%ac%b7%e0%ad%8d%e0%ac%9f-%e0%ac%95%e0%ac%b0%e0%ad%81%e0%ac%9b%e0%ac%bf-%e0%ac%ae%e0%ad%8b/): ନେତାଙ୍କୁ ଆକୃଷ୍ଟ କରୁଛି ମୋଦୀ କ୍ରେଜ: ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ ଓ ନରେନ ପଲେଇ #ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରେଜ ଚାଲିଛି । ମୋଦୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ବହୁ ରାଜନେତା ନିଜ ନିଜ ଦଳ ଛାଡ଼ି ଏବେ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ତେବେ ଇତି ମଧ୍ୟରେ ରାଜ୍ୟ ବିଜେପି ମଧ୍ୟ ଆମଦାନୀ ନେତାକୁ ଧରି ସଂଗଠନକୁ ସୃଦୃଢ଼ କରିବାରେ ଲାଗିଛି । ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେଡି ଶିବିରରୁ ବହୁ କର୍ମୀ ଏବେ ବିଜେପି ମୁହାଁ ହେବା ସହ ପଦ୍ମ ଧରିଥିବା ଦେଖିବାକୁ ମିଳିଛି । ଏପରିକି କଂଗ୍ରେସ ଓ ବିଜେଡିର ଅନେକ ହେଭିୱେଟ୍ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି । ଯାହା କଂଗ୍ରେସ ଓ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି । ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା... - [ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କ ବନ୍ଧୁ ମିଳନ: ଶକ୍ତି ପ୍ରଦର୍ଶନ କଲେ ଯୁବନେତା ସୁକାନ୍ତ ସାହାଣୀ](https://nishkarsha.com/%e0%ac%9a%e0%ad%8c%e0%ac%a6%e0%ad%8d%e0%ad%b1%e0%ac%be%e0%ac%b0-%e0%ac%95%e0%ac%9f%e0%ac%95-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ac%ae%e0%ac%a3%e0%ad%8d-3/): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କ ବନ୍ଧୁ ମିଳନ: ଶକ୍ତି ପ୍ରଦର୍ଶନ କଲେ ଯୁବନେତା ସୁକାନ୍ତ ସାହାଣୀ #ଜଗତପୁର(ଏନ୍‌.ଏମ୍‌.): କଟକ ସହରର ଜଣାଶୁଣା ଯୁବନେତା ସୁକାନ୍ତ ଚନ୍ଦ୍ର ସାହାଣୀଙ୍କ ଆବାହାକତ୍ୱରେ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଜଗତପୁର ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରା ପୌରହିତ୍ୟ କରିଥିବାବେଳେ କଟକ ନଗର(ଜିଲ୍ଲା) କଂଗ୍ରେସ କମିଟି ମୁଖ୍ୟ-ମୁଖପାତ୍ର ମାନସ ପରିଡା ସଭା ସଞ୍ଚାଳନ କରିଥିଲେ । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପ୍ରାକ୍ତନ ମନ୍ତ୍ରୀ ବିଜୟଲଷ୍ମୀ ସାହୁ, କଂଗ୍ରେସ ନେତା ଉତ୍କଳ କେଶରୀ ରାଉତରାୟ ପ୍ରମୁଖ ଯୋଗଦେଇ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ କାମ କରିବାପାଇଁ ଆହ୍ୱାନ ଦେଇଥିଲେ । ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ସଭାପତି, ୱାର୍ଡ ସଭାପତି,... - [ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଯିବ ମେମୋ: ୫ରେ ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ !](https://nishkarsha.com/%e0%ac%aa%e0%ac%be%e0%ac%b0%e0%ac%be%e0%ac%a6%e0%ad%80%e0%ac%aa%e0%ac%b0%e0%ad%81-%e0%ac%95%e0%ad%87%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0%e0%ac%be%e0%ac%aa%e0%ac%a1%e0%ac%bc%e0%ac%be-%e0%ac%a6/): ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଯିବ ମେମୋ: ୫ରେ ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ ! #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଏଣିକି ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍ । ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଗଡ଼ିବ ମେମୋ ଟ୍ରେନ୍ । ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ, ୨୦୨୦ ମସିହାରେ ପାରାଦୀପ-ହରିଦାସପୁର ରେଳ ଲାଇନରେ ମାଲବାହୀ ଟ୍ରେନ୍ ଚାଲିଥିଲା । ତା’ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ପାଇଁ ଦାବି ହୋଇ ଆସୁଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କେନ୍ଦ୍ରାପଡ଼ା ଗସ୍ତ ସମୟରେ ସ୍ଥାନୀୟ ଲୋକ ପୁରୁଣା ଦାବି ଦୋହରାଇ ଥିଲେ । ଏହି ଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ଦାବି କରିଥିଲେ । ସ୍ଥାନୀୟ ଲୋକଙ୍କ... - [ସ୍କୁଲ ପଡିଆକୁ ଦଖଲ କରିବା ପ୍ରତିବାଦରେ ବିଧାୟକ ଓ ପୂର୍ବତନ ବିଧାୟକ କୁଶ ପତ୍ତଳିକା ଦାହ](https://nishkarsha.com/%e0%ac%b8%e0%ad%8d%e0%ac%95%e0%ad%81%e0%ac%b2-%e0%ac%aa%e0%ac%a1%e0%ac%bf%e0%ac%86%e0%ac%95%e0%ad%81-%e0%ac%a6%e0%ac%96%e0%ac%b2-%e0%ac%95%e0%ac%b0%e0%ac%bf%e0%ac%ac%e0%ac%be-%e0%ac%aa%e0%ad%8d/): ସ୍କୁଲ ପଡିଆକୁ ଦଖଲ କରିବା ପ୍ରତିବାଦରେ ବିଧାୟକ ଓ ପୂର୍ବତନ ବିଧାୟକ କୁଶ ପତ୍ତଳିକା ଦାହ #କଟକ(ଏନ୍‌.ଏମ୍‌.): ଯୋବ୍ରା ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ଚଞ୍ଚକତା ପୂର୍ବକ ଆରଏଣ୍ଡବିକୁ ହସ୍ତାନ୍ତର କରିବା ସହ ସେଠାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉଦ୍ୟମ କରୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଆଜି ସେଠାରେ ପ୍ରତିବାଦ ସଭା କରାଯାଇ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଆଗାମୀ ଦିନରେ ଏହି ନିଷ୍ପତିର ପରିବର୍ତ୍ତନ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତ କହିଛନ୍ତି । ବିଦ୍ୟାଳୟର ଖେଳପଡିଆର ୧ ଏକରରୁ ଊର୍ଦ୍ଧ୍ୱ ଜମି ଦଖଲ କରାଯାଇ ସେଠାରେ କଟକ ମହାନଗର ନିଗମର ଆବର୍ଜନା ତଥା କମ୍ପୋଷ୍ଟ ପ୍ରକ୍ରିୟାକରଣ ଗୃହ ନିର୍ମାଣ କରାଯାଇଛି । ଯାହାଫଳରେ ସେଠାକାର ଅଂଚଳବାସୀ ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି ।... - [ପାଟଣାଗଡ଼ରେ ବିଧାୟକଙ୍କ ଶକ୍ତିପ୍ରଦର୍ଶନ](https://nishkarsha.com/%e0%ac%aa%e0%ac%be%e0%ac%9f%e0%ac%a3%e0%ac%be%e0%ac%97%e0%ac%a1%e0%ac%bc%e0%ac%b0%e0%ad%87-%e0%ac%ac%e0%ac%bf%e0%ac%a7%e0%ac%be%e0%ad%9f%e0%ac%95%e0%ac%99%e0%ad%8d%e0%ac%95-%e0%ac%b6%e0%ac%95%e0%ad%8d/): ପାଟଣାଗଡ଼ରେ ବିଧାୟକଙ୍କ ଶକ୍ତିପ୍ରଦର୍ଶନ #ପାଟଣାଗଡ଼(ଏନ୍‌.ଏମ୍‌.): ସମ୍ପ୍ରତି ସାଧାରଣ ନିର୍ବାଚନକୁ ଦିନ କେଇଟା ବାକି ଥିବାବେଳେ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇଛି । ଏପରିକି ଲୋକପ୍ରତିନିଧିମାନେ ନିଜର ସ୍ଥିତିକୁ ସୁଦୃଢ଼ ଦର୍ଶାଇବା ପାଇଁ ବିଭିନ୍ନ ସ୍ଥାନରେ ଶକ୍ତିପ୍ରଦର୍ଶନ ସ୍ୱରୂପ ସାଧାରଣ ସଭା କରୁଥିବା ଦେଖିବାକୁ ମିଳିଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା,ପାଟଣାଗଡ଼ ବ୍ଲକ ୧୫ନମ୍ବର ଜୋନରେ ୧୦ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସହିତ ପ୍ରାୟ ୧୫ହଜାର ଜନସାଧାରଣଙ୍କୁ ନେଇ ସ୍ଥାନୀୟ ବିଧାୟକ ଏକ ବିଶାଳ ସମାବେଶରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରାଇଛନ୍ତି । ଏହି ଅବସରରେ ସମସ୍ତ ଜନସାଧାରଣ ନିଜେ ସଚେତନ ହୋଇ ଏଭଳି ଯୋଜନାକୁ ତ୍ୱରାନ୍ୱିତ ରଖିବା ପାଇଁ ମତଦାନ କରିବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଯୁଗୀମୁଣ୍ଡା ଠାରେ ବିଧାୟକ ସରୋଜ ମେହେର ଦ୍ୱାରା ଆୟୋଜିତ ବିରାଟ ମହିଳା ସମାବେଶ ଓ କର୍ମୀ ସମ୍ମିଳନୀରେ... - [୬ରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ଆସିବ ଓଡ଼ିଶାର ବିଜେପି ପ୍ରାର୍ଥୀ ତାଲିକା: ମନମୋହନ](https://nishkarsha.com/%e0%ad%ac%e0%ac%b0%e0%ad%87-%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ac%95%e0%ac%ae%e0%ac%bf%e0%ac%9f%e0%ac%bf/): ୬ରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ଆସିବ ଓଡ଼ିଶାର ବିଜେପି ପ୍ରାର୍ଥୀ ତାଲିକା: ମନମୋହନ #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବାବେଳେ ଓଡ଼ିଶାରେ ବିଜେପି କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନରହିବା ଏବଂ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆସନ୍ତା ୬ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ପ୍ରାର୍ଥୀ ତାଲିକା ଆସିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏ ନେଇ ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ୬ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ଏହି ବୈଠକ ପରେ କେନ୍ଦ୍ରକୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପଠାଯିବ । ଅନୁମୋଦନ ମିଳିଲା ପରେ ପ୍ରାର୍ଥୀଙ୍କ ନାମ... - [ଏବିଭିପିର ନଗର ସମ୍ମିଳନୀ](https://nishkarsha.com/%e0%ac%8f%e0%ac%ac%e0%ac%bf%e0%ac%ad%e0%ac%bf%e0%ac%aa%e0%ac%bf%e0%ac%b0-%e0%ac%a8%e0%ac%97%e0%ac%b0-%e0%ac%b8%e0%ac%ae%e0%ad%8d%e0%ac%ae%e0%ac%bf%e0%ac%b3%e0%ac%a8%e0%ad%80/): ଏବିଭିପିର ନଗର ସମ୍ମିଳନୀ #ବାସୁଦେବପୁର(ଏନ୍‌.ଏମ୍‌.): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାସୁଦେବପୁର ଶାଖାର ନଗର ସମ୍ମିଳନୀ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ନଗର ସମ୍ମିଳନୀରେ ବାଲେଶ୍ୱର ବିଭାଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ ଆଦର୍ଶ ଓ ବିଭିନ୍ନ ପ୍ରକାରର କାର୍ଯ୍ୟକର୍ମ ଉପରେ ରାଜ୍ୟ ସହ ସମ୍ପାଦକ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୁରାତନ ନଗର ଟିମକୁ ଭଙ୍ଗ କରାଯାଇ ନୂତନ ଟିମକୁ ନିର୍ବାଚନ ଅଧିକାରୀ ଭଦ୍ରକ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ଘୋଷଣା କରିଥିଲେ । ନୂତନ ସଭାପତି ଭାବରେ ପୂର୍ବରୁ ଥିବା ସଭାପତି ପୁଣି ଆଉ ଥରେ ୨୦୨୪/୨୫ ପାଇଁ ପୁରୁଷୋତ୍ତମ ବେହେରା ଓ ନଗର ସମ୍ପାଦକ ଭାବରେ ସର୍ବେଶ୍ୱର ବାରିକ୍‌, ଉପ... - [ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକରେ ଚେତାବନୀ: ପେନସନ ନାହିଁତ ଭୋଟ ନାହିଁ](https://nishkarsha.com/%e0%ac%87%e0%ac%aa%e0%ac%bf%e0%ac%8f%e0%ac%ab-%e0%ac%aa%e0%ad%87%e0%ac%a8%e0%ac%b8%e0%ac%a8%e0%ac%b0%e0%ad%8d%e0%ac%b8-%e0%ac%b8%e0%ac%99%e0%ad%8d%e0%ac%98%e0%ac%b0-%e0%ac%b0%e0%ac%be%e0%ac%9c-3/): ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକରେ ଚେତାବନୀ: ପେନସନ ନାହିଁତ ଭୋଟ ନାହିଁ #କଟକ(ଏନ୍‌.ଏମ୍‌.): ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇଂ. ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଏହି ବୈଠକରେ ସର୍ବଭାରତୀୟ ଉପସଭାପତି ତଥା ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା, ଉପଦେଷ୍ଟା ରଞ୍ଜନ ଖୁଣ୍ଟିଆ, ଗୌରାଙ୍ଗ ପାଣିଗ୍ରାହୀ, ନଟବର ଆଚାର‌୍ୟ୍ୟ, କାର‌୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ୩୭ ଜଣ ପ୍ରତିନିଧି ଯୋଗଦେଇଥିଲେ । କେନ୍ଦ୍ର ସରକାର ସର୍ବନିମ୍ନ ପେନସନ ୯ହଜାର ଟଙ୍କା ସହ ମହଙ୍ଗା ଭତ୍ତା ପ୍ରଦାନ ଘୋଷଣା ନକରିବା ଦ୍ୱାରା ଓଡିଶା ସହ ସାରାଦେଶର ୭୬ ଲକ୍ଷ ଇପିଏଫ ପେନସନଧାରୀ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଥିବା ବିଷୟ ପ୍ରମୁଖ କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ଇପିଏଫ ସଂଗଠନ... - [ବୋଧପୂର ପଞ୍ଚାୟତରେ ଆମ ବ୍ୟାଙ୍କ୍ ସେବା ଉଦ୍‌ଘାଟନ](https://nishkarsha.com/%e0%ac%ac%e0%ad%8b%e0%ac%a7%e0%ac%aa%e0%ad%82%e0%ac%b0-%e0%ac%aa%e0%ac%9e%e0%ad%8d%e0%ac%9a%e0%ac%be%e0%ad%9f%e0%ac%a4%e0%ac%b0%e0%ad%87-%e0%ac%86%e0%ac%ae-%e0%ac%ac%e0%ad%8d%e0%ad%9f%e0%ac%be/): ବୋଧପୂର ପଞ୍ଚାୟତରେ ଆମ ବ୍ୟାଙ୍କ୍ ସେବା ଉଦ୍‌ଘାଟନ #କଟକ ସଦର(ଏନ୍‌.ଏମ୍‌.): ଘର ଦୁଆର ମୁଁହରେ ଲୋକଙ୍କୁ ମିଳିଲା ବ୍ୟାଙ୍କ୍ ସୁବିଧା । ବୋଧପୂର ମଲିଆ ବାଙ୍କ ପଡିଆ ନିକଟରେ ପଞ୍ଜାବ୍ ନ୍ୟାସନାଲ୍ ବ୍ୟାଙ୍କ୍ ଶାଖାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବୋଧପୂର ସରପଞ୍ଚ ପ୍ରଶାନ୍ତ ବେହେରା, ସମାଜସେବୀ ରୀନା ରଥ ଯୋଗଦେଇଥିଲେ । ଏହି ବ୍ୟାଙ୍କର ଉଦ୍‌ଘାଟନୀ ଉତ୍ସବରେ ନାନପୁର, ପାଇ କଣ, ଫୂଲରା, ବୋଧପୂର ଗ୍ରାମର ଶତାଧିକ ଜନସାଧାରଣ ଉପସ୍ଥିତଥିଲେ । ଏଥିସହିତ ମହିଳା ଗ୍ରୁପର ସଦସ୍ୟା, ଏମବିକେ, ସିଆରପି, ଇସି ମେମ୍ବର, ଅଙ୍ଗନୱାଡି କର୍ମୀ, ଆଶା କର୍ମଚାରୀ ପ୍ରମୁଖ ଊପସ୍ଥିତ ରହିଥିଲେ । ତେବେ ଆୟୋଜିତ ସଭାକୁ ଜିଆରଏସ ପ୍ରିୟଦର୍ଶିନୀ ମହାନ୍ତି ପରିଚଳାନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ବେହେରା, ସରୋଜ ବେହେରା, ସଂଯୁକ୍ତା ବେହେରା, ନାରାୟଣ ଭୋଇ, କଳ୍ପତରୁ ମହାରଣା, ଭୁବନମୋହନ ସେଠୀ, ସୁଶାନ୍ତ ବେହେରା, ନରୋତ୍ତମ ଦାସ୍... - [ସ୍ପଷ୍ଟ କଲା ଉଭୟ ଦଳ: ‘ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ହେବନି ମେଣ୍ଟ’](https://nishkarsha.com/%e0%ac%b8%e0%ad%8d%e0%ac%aa%e0%ac%b7%e0%ad%8d%e0%ac%9f-%e0%ac%95%e0%ac%b2%e0%ac%be-%e0%ac%89%e0%ac%ad%e0%ad%9f-%e0%ac%a6%e0%ac%b3-%e0%ac%93%e0%ac%a1%e0%ac%bc%e0%ac%bf%e0%ac%b6%e0%ac%be/): ସ୍ପଷ୍ଟ କଲା ଉଭୟ ଦଳ: ‘ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ହେବନି ମେଣ୍ଟ’ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ରାଜନୀତି ମହଲରେ ଯେଉଁ ଚର୍ଚ୍ଚା ହେଉଥିଲେ ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଉଭୟ ଦଳର ମୁଖ୍ୟ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ମେଣ୍ଟ ହେବ ନାହିଁ । ଏକାକୀ ବିଜେପି ଲଢ଼ିବ । ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ଏହି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ବିଜେଡି ସହ କୌଣସି ମେଣ୍ଟ ହେବନି । ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକା ଲଢିବ । ବିଜେପି ଲୋକସଭାରେ ୨୧ସିଟ୍ ଜିତିବ । ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଏପରିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ । ସେ... - [୫ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ](https://nishkarsha.com/%e0%ad%ab%e0%ac%b0%e0%ad%87-%e0%ac%86%e0%ac%b8%e0%ac%bf%e0%ac%ac%e0%ad%87-%e0%ac%aa%e0%ad%8d%e0%ac%b0%e0%ac%a7%e0%ac%be%e0%ac%a8%e0%ac%ae%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0%e0%ad%80/): ୫ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାର୍ଚ୍ଚ ୫ତାରିଖରେ ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲଠାରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବରେ ଯୋଗଦେବା ସହ ବିଜେପିର ଏକ ଦଳୀୟ ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ପାଇଁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ତେଲେଙ୍ଗାନାରେ ୨ଦୁଇ ଦିନିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ । ମୁଖ୍ୟସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୫ତାରିଖ ଅପରାହ୍ନରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଜପୁରର ଚଣ୍ଡିଖୋଲକୁ ଯାଇ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।... - [ନୂଆଦିଲ୍ଲୀରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ!](https://nishkarsha.com/%e0%ac%a8%e0%ad%82%e0%ac%86%e0%ac%a6%e0%ac%bf%e0%ac%b2%e0%ad%8d%e0%ac%b2%e0%ad%80%e0%ac%b0%e0%ad%87-%e0%ac%ac%e0%ac%bf%e0%ac%9c%e0%ad%87%e0%ac%aa%e0%ac%bf-%e0%ac%93-%e0%ac%ac%e0%ac%bf%e0%ac%9c/): ନୂଆଦିଲ୍ଲୀରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ! #ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଏଠାରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ଚୂଡ଼ାନ୍ତ କରାଯାଇଥିବା ଜଣାଯାଇଛି । ଏନେଇ ଆନୁଷ୍ଠାନିକ ଘୋଷଣା ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହେବାକୁ ଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କର ଆସନ୍ତା ସପ୍ତାହରେ ଓଡ଼ିଶା ଗ୍ରସ୍ତ ସମୟରେ ଉଭୟ ନେତାଙ୍କର ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି । ବିଜେଡି ମଧ୍ୟ ଖୁବ ଶୀଘ୍ର ଜାତୀୟ ଗଣତାନ୍ତ୍ରିକ ସମ୍ମୁଖ୍ୟ(ଏନ.ଡି.ଏ)ରେ ଯୋଗ ଦେବାକୁ ଯାଉଥିବାର ସୂଚନା ମିଳିଛି । ଉଭୟ ଦଳର ବହୁ ପ୍ରଭାବଶାଳୀ ସୂତ୍ରରୁ ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ମଧ୍ୟ ଅନ୍ତିମ ରୂପରେଖ ଦିଆଯାଇ ସାରିଛି । ସେହି ଅନୁଯାୟୀ ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ... - [ଶ୍ରମ ଅଧିକାରୀଙ୍କ ମେରୀ ରାୟ ନୀତି: ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା ରାଶି](https://nishkarsha.com/%e0%ac%b6%e0%ad%8d%e0%ac%b0%e0%ac%ae-%e0%ac%85%e0%ac%a7%e0%ac%bf%e0%ac%95%e0%ac%be%e0%ac%b0%e0%ad%80%e0%ac%99%e0%ad%8d%e0%ac%95-%e0%ac%ae%e0%ad%87%e0%ac%b0%e0%ad%80-%e0%ac%b0%e0%ac%be%e0%ad%9f/): ଶ୍ରମ ଅଧିକାରୀଙ୍କ ମେରୀ ରାୟ ନୀତି: ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା ରାଶି #ପାଟଣାଗଡ଼ (ଏନ୍‌.ଏମ୍‌.): ସରକାର ଶ୍ରମିକମାନଙ୍କର କଲ୍ୟାଣ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ମେରୀ ରାୟନୀତି ଯୋଗୁଁ ସରକାରୀ ସହାୟତା ହିତାଧିକାରୀଙ୍କ ପାଇଁ ଅପହଞ୍ଚ ହୋଇ ରହି ଯାଉଛି । ସେଥି ମଧ୍ୟରୁ ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ଘର, ସାଇକେଲ, ଯନ୍ତ୍ରପାତି, ବୋଟ୍ ଟୋପି, ହଏଣ୍ଡଗ୍ଳୋଭ ଆଦି ଶ୍ରମିକ କାର୍ଡ ହିତାଧିକାରୀଙ୍କୁ ଯୋଗାଇ ଦେଉଥିବାବେଳେ ଅନେକ ହିତାଧିକାରୀ ଉକ୍ତ ଯୋଜନାରୁ ସରକାରୀ ସହାୟତା ରାଶି ପାଇବାରେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଧୁମାଭଟା ପଞ୍ଚାୟତ ଡାହିମାଲ ଗ୍ରାମର ଝଗଡୁ ଦେଓ, ହରିହର ବାଗ, ଯଶୋବନ୍ତ ବାଗ, ମନବୋଧ ସାହୁ,ଋଷୁ ଦେଓ, ରାଧେଶ୍ୟାମ ମାଝି, ଯୁବା ଗ୍ରାମର ଗୌରୀ ବରିହା, ସତ୍ୟବାଦୀ ବରିହା, ପାଟଣାଗଡ଼ ବ୍ଳକର ମଥୁରା ତମୁନିଆ,... - [ଓଡ଼ିଆ ବରପୂତ୍ରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ କରିବା ଦାବିରେ ବିକ୍ଷୋଭ](https://nishkarsha.com/%e0%ac%93%e0%ac%a1%e0%ac%bc%e0%ac%bf%e0%ac%86-%e0%ac%ac%e0%ac%b0%e0%ac%aa%e0%ad%82%e0%ac%a4%e0%ad%8d%e0%ac%b0%e0%ac%99%e0%ad%8d%e0%ac%95-%e0%ac%a8%e0%ac%be%e0%ac%ae%e0%ac%b0%e0%ad%87-%e0%ac%ac/): ଓଡ଼ିଆ ବରପୂତ୍ରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ କରିବା ଦାବିରେ ବିକ୍ଷୋଭ #ଭୁବନେଶ୍ୱର (ଏନ୍‌.ଏମ୍‌.): ଦୀର୍ଘ ଦିନର ପ୍ରତୀକ୍ଷା ପରେ ଉଦଘାଟିତ ହେଉଥିବା ଭୁବନେଶ୍ୱର ବରମୁଣ୍ଡା ମୁଖ୍ୟ ବସଷ୍ଟାଣ୍ଡ ଜଣେ ଓଡ଼ିଆ ବରପୂତ୍ରଙ୍କ ନାମରେ ନାମକରଣ ନହେବା ଅନେକ ଓଡ଼ିଆ ସ୍ୱାଭିମାନୀ ବ୍ୟକ୍ତିଙ୍କୁ ବ୍ୟଥିତ କରିଛି । ଓଡ଼ିଆଙ୍କ ରାଜକୋଷରୁ ଅର୍ଥ ବ୍ୟୟ କରାଯାଇ ସେହି ଅର୍ଥରେ ଓଡ଼ିଆ ସ୍ୱାଭିମାନକୁ ବାରମ୍ବାର ଆଘାତ କରିବା ଓଡ଼ିଆଙ୍କ ସହନଶୀଳତାକୁ ଆହ୍ୱାନ କରୁଛି ବୋଲି ମତ ପ୍ରକାଶ ପାଇଛି । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ଥିବା ରାସ୍ତାକୁ ବଦଳାଇ ମଦର ଟେରେସାଙ୍କ ନାଁରେ କରିବା, ହକି ଆଳରେ ବଲିଉଡ୍ ଚଳଚ୍ଚିତ୍ରର ବିଶେଷ ଦାମୀ ଭାଈଜାନ୍ ମାନଙ୍କୁ ଆପ୍ୟାୟିତ କରିବା, ଶ୍ରୀମନ୍ଦିର ଭିତରେ କାମିୟା ଜାନି ଭଳି ଗୋମାଂସ ଭକ୍ଷୀଙ୍କୁ ପୁରାଇବା, ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଇଂରାଜୀ ମାଧ୍ୟମ ପିଲାଙ୍କୁ ଉଦଘୋଷିକା କରି ପୁଣି ଓଡ଼ିଆଙ୍କ ତାତ୍ସଲ୍ୟ କରିବା ପରେ... - [ସହର ବିକାଶରେ ନୂଆ ମାଇଲଷ୍ଟୋନ: ବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର](https://nishkarsha.com/%e0%ac%b8%e0%ac%b9%e0%ac%b0-%e0%ac%ac%e0%ac%bf%e0%ac%95%e0%ac%be%e0%ac%b6%e0%ac%b0%e0%ad%87-%e0%ac%a8%e0%ad%82%e0%ac%86-%e0%ac%ae%e0%ac%be%e0%ac%87%e0%ac%b2%e0%ac%b7%e0%ad%8d%e0%ac%9f%e0%ad%8b/): ସହର ବିକାଶରେ ନୂଆ ମାଇଲଷ୍ଟୋନ: ବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଏହି ସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହେବ- ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇଭ-ଟି ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଫେବର ଟାଇଲ ରାସ୍ତା, ସ୍ୱେରେଜ ସିଷ୍ଟମ ଓ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ । ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫାଇଭ-ଟି ଉପକ୍ରମରେ ହେଉଥିବା ଏହି ସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ... - [ଗଡଗଡେଶ୍ୱର ମନ୍ଦିରର ଜିର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି](https://nishkarsha.com/%e0%ac%97%e0%ac%a1%e0%ac%97%e0%ac%a1%e0%ad%87%e0%ac%b6%e0%ad%8d%e0%ad%b1%e0%ac%b0-%e0%ac%ae%e0%ac%a8%e0%ad%8d%e0%ac%a6%e0%ac%bf%e0%ac%b0%e0%ac%b0-%e0%ac%9c%e0%ac%bf%e0%ac%b0%e0%ad%8d%e0%ac%a3%e0%ad%8d/): ଗଡଗଡେଶ୍ୱର ମନ୍ଦିରର ଜିର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି #କଟକ(ଏନ୍‌.ଏମ୍‌.): କଟକ ସହରରେ ବୈଷ୍ଣବ ଧର୍ମ ଆଗମନର ମୁକସାଖୀ ମହାନଦୀର ଗଡ଼ଗଡ଼ିଆ ଘାଟରେ ଥିବା ଗଡଗଡେଶ୍ୱର ମନ୍ଦିରର ଜିଣ୍ଣୋଦ୍ଧାର ସହ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ଚୁଡାନ୍ତ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କମିଟି ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି । ମହାନଦୀ କୂଳରେ ଆବାହମାନ କାଳରୁ ପୂଜା ପାଇ ଆସୁଛନ୍ତି ଶ୍ରୀ ଶ୍ରୀ ଗଡଗଡେଶ୍ୱର ବା ଗଡଗଡିଆ ମହାଦେବ । କଟକର ବିଭିନ୍ନ ଶୈବପୀଠମାନଙ୍କ ମଧ୍ୟରୁ ଏହି ପୀଠ ଅନ୍ୟତମ । ଏହି ଶୈବପୀଠର ଜିର୍ଣ୍ଣୋଦ୍ଧାର ମହୋତ୍ସବ ଅବସରରେ ଆସନ୍ତା ଫାଲଗୁନ ମାସ କୁଷ୍ଠପକ୍ଷ ଷଷ୍ଠୀ ତିଥିରେ ତଥା ମାର୍ଚ୍ଚ ମାସ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାରମ୍ପରିକ ରୀତି ନୀତି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ ବୋଲି କମିଟି... - [ଭୁବନେଶ୍ୱରରେ ଆସୋଚାମ୍ ପକ୍ଷରୁ ଓଡିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୪](https://nishkarsha.com/%e0%ac%ad%e0%ad%81%e0%ac%ac%e0%ac%a8%e0%ad%87%e0%ac%b6%e0%ad%8d%e0%ad%b1%e0%ac%b0%e0%ac%b0%e0%ad%87-%e0%ac%86%e0%ac%b8%e0%ad%8b%e0%ac%9a%e0%ac%be%e0%ac%ae%e0%ad%8d-%e0%ac%aa%e0%ac%95%e0%ad%8d%e0%ac%b7/): ବ୍ୟବସାୟ କରିବାର ସହଜତା ଓ ସୁଗମତା ଦୃଷ୍ଟିରୁ ଓଡିଶା ଅନ୍ୟତମ ସର୍ବୋତମ ରାଜ୍ୟ: ଇପିକଲ ଏମ୍‌ଡି ଭୁବନେଶ୍ୱରରେ ଆସୋଚାମ୍ ପକ୍ଷରୁ ଓଡିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୪ #ଭୁବନେଶ୍ୱର(ଏନ୍‌.ଏମ୍‌.): ଇପିକଲ ଓ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭୂପେନ୍ଦ୍ର ସିଂହ ପୁନିଆ ଓଡିଶାକୁ ବ୍ୟବସାୟ କରିବାର ଖର୍ଚ୍ଚ ଓ ସୁଗମ ବ୍ୟବସ୍ଥା ଦୃଷ୍ଟିରୁ ଦେଶର ଅନ୍ୟତମ ସର୍ବୋତମ ରାଜ୍ୟ ଭାବେ ଆଲୋକପାତ କରିଛନ୍ତି । ଭୁବନେଶ୍ୱରରେ ଆସୋଚାମ ଦ୍ୱାରା ଆୟୋଜିତ ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭରେ ନିଜର ମତବ୍ୟକ୍ତ କରି ଶ୍ରୀ ପୁନିଆ କହିଛନ୍ତି ଯେ, ‘ଓଡିଶାକୁ ପାରମ୍ପରିକ ଭାବେ ଖଣି ଓ ଧାତୁ ଆଧାରିତ ଶିଳ୍ପ ରାଜ୍ୟ ଭାବେ ବିବେଚନା କରାଯାଇଥାଏ । ବର୍ତ୍ତମାନ ଆମେ ପୋଷାକ ନିର୍ମାଣ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ଅନ୍ୟାନ୍ୟ କ୍ଷେତ୍ରଗୁଡିକୁ ପ୍ରବେଶ କରି ବିବିଧୀକରଣ କରୁଛୁ । ଆମେ ଆଇଟି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରୁଛୁ । ଏଠାରେ ଶ୍ରମ ମୂଲ୍ୟ ପ୍ରତିଯୋଗୀପୂର୍ଣ୍ଣ ରହିଛି... - [ଦାଦନ ଶ୍ରମିକକୁ ବନ୍ଧକ ଘଟଣା: ସର୍ଦାର ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ତତ୍ପର, ନିଦାବିଷ୍ଣୁ ପାଲଟିଛି ପୁଲିସ](https://nishkarsha.com/%e0%ac%a6%e0%ac%be%e0%ac%a6%e0%ac%a8-%e0%ac%b6%e0%ad%8d%e0%ac%b0%e0%ac%ae%e0%ac%bf%e0%ac%95%e0%ac%95%e0%ad%81-%e0%ac%ac%e0%ac%a8%e0%ad%8d%e0%ac%a7%e0%ac%95-%e0%ac%98%e0%ac%9f%e0%ac%a3%e0%ac%be/): ଦାଦନ ଶ୍ରମିକକୁ ବନ୍ଧକ ଘଟଣା: ସର୍ଦ୍ଦାର ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ତତ୍ପର, ନିଦାବିଷ୍ଣୁ ପାଲଟିଛି ପୁଲିସ #ପାଟଣାଗଡ଼(ଏନ୍‌.ଏମ୍‌.): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଖଲିଆ ଗାଁର ଦାଦନ ଶ୍ରମିକ ପରିବାରକୁ ସର୍ଦ୍ଦାର ବନ୍ଧକ ରଖି ଟଙ୍କା ଅସୁଲ କରିବା ଘଟଣାରେ ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି ସମ୍ପୃକ୍ତ ଦାଦନ ସର୍ଦ୍ଦାର ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଦାଦନ ସର୍ଦାର ଜଣକ କେବେ ଗିରଫ ହେବ ତାକୁ ନେଇ ଅପେକ୍ଷା । ଅନ୍ୟପଟେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ମଧ୍ୟ ନିଦାବିଷ୍ଣୁ ସାଜିଛି ପାଟଣାଗଡ଼ ପୁଲିସ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥୁବା ସର୍ଦ୍ଦାରକୁ ଗିରଫ କରିବା ବଦଳରେ ତାକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଲୋକଙ୍କ ମନରେ ସ୍ଥାନୀୟ ପୁଲିସ ପ୍ରତି ଭରଷା... - [ବହୁ ପ୍ରତିକ୍ଷିତ ବାସୁଦେବ ମନ୍ତେଇ ପୋଲର ଶିଳାନ୍ୟାସ](https://nishkarsha.com/%e0%ac%ac%e0%ac%b9%e0%ad%81-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%95%e0%ad%8d%e0%ac%b7%e0%ac%bf%e0%ac%a4-%e0%ac%ac%e0%ac%be%e0%ac%b8%e0%ad%81%e0%ac%a6%e0%ad%87%e0%ac%ac-%e0%ac%ae/): ବହୁ ପ୍ରତିକ୍ଷିତ ବାସୁଦେବ ମନ୍ତେଇ ପୋଲର ଶିଳାନ୍ୟାସ #ବାସୁଦେବପୁର(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବହୁ ପ୍ରତିକ୍ଷିତ ମନ୍ତେଇ ନଦୀରେ ବାଲିଆପାଳ ଘାଟ ଓ ଚାରିବାଟିଆ ଘାଟ ଠାରେ ନୂତନ ସେତୁ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ୍ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ଏହି ନୂତନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ବାସୁଦେବପୁର ଠାରୁ ଏକ ବିରାଟ ମୋଟର ସାଇକେଲ ରାଲିରେ ସ୍ୱାଗତ ପୂର୍ବକ ପ୍ରଥମେ ବାସୁଦେବପୁର ମତାଜୀ ମଠ ଠାରୁ କରଞ୍ଜଆଡିଆ ଭାୟା (ବିଦେଇପୂର) ଏବଂ କରଞ୍ଜଆଡିଆରୁ ଚାରିବାଟିଆ ଭାୟା (ଗୋବିନ୍ଦପୁର) ଦେଇ ମୋଟର ସାଇକେଲ ଶୋଭାଯାତ୍ରାରେ ଶିଳାନ୍ୟାସସ୍ଥଳକୁ ନିଆ ଯାଇଥିଲା । - [ବୋଧପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ: ଲୋକଙ୍କ ଅଭିଯୋଗ ଶୁଣିଲେ ଓ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ](https://nishkarsha.com/%e0%ac%ac%e0%ad%8b%e0%ac%a7%e0%ac%aa%e0%ad%81%e0%ac%b0-%e0%ac%aa%e0%ac%9e%e0%ad%8d%e0%ac%9a%e0%ac%be%e0%ad%9f%e0%ac%a4%e0%ac%b0%e0%ad%87-%e0%ac%95%e0%ac%b0%e0%ad%8d%e0%ac%ae%e0%ad%80-%e0%ac%b8/): ବୋଧପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ: ଲୋକଙ୍କ ଅଭିଯୋଗ ଶୁଣିଲେ ଓ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ #କଟକ ସଦର(ଏନ୍‌.ଏମ୍‌.): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଧପୁର ପଞ୍ଚାୟତରେ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସ୍ଥାନୀୟ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକ ଶ୍ରୀ ବେହେରା ବୋଧପୁର ପଞ୍ଚାୟତରେ ପହଞ୍ଚିବା ପରେ ବିଜେଡି କର୍ମୀ ଓ ପଞ୍ଚାୟତ ବାସୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା । ପରେ ବୋଧପୁର ଗ୍ରାମର ନିମାଇଁ ଚରଣ ଦାସଙ୍କ ବାସଭବନରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଧାୟକ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ବିଧାୟକ କର୍ମୀମାନଙ୍କ ସହିତ ମତ ବିନିମୟ କରିବା ସହ ପଞ୍ଚାୟତର ରହିଥିବା ଛୋଟ ମୋଟ ସମସ୍ୟା ଉପରେ ଆଲୋଚନା କରି ସମାଧାନ ପାଁଇ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଆୟୋଜିତ ମିଶ୍ରଣ... - [ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍‌-ସଂଶୋଧକଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବ](https://nishkarsha.com/%e0%ac%93%e0%ac%a1%e0%ac%bc%e0%ac%bf%e0%ac%86-%e0%ac%ad%e0%ac%be%e0%ac%b7%e0%ac%be%e0%ac%b0-%e0%ac%b6%e0%ad%8d%e0%ac%b0%e0%ad%87%e0%ac%b7%e0%ad%8d%e0%ac%a0-%e0%ac%aa%e0%ad%8d%e0%ac%b0%e0%ad%81/): ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍‌-ସଂଶୋଧକଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବ #କଟକ(ଏନ୍‌.ଏମ୍‌.): ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍‌-ସଂଶୋଧକଙ୍କୁ ଚୟନ କରି ପ୍ରତ୍ୟେକ ବର୍ଷ ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ଆଜି ସ୍ଥାନୀୟ ଗାନ୍ଧି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତ କହିଥିଲେ ଯେ, ସମ୍ପ୍ରତି ମୁଦ୍ରଣ ପ୍ରଯୁକ୍ତିବିଦ୍ୟାର ଯଥେଷ୍ଟ ଉନ୍ନତି ଘଟିଥିବାରୁ ଓଡ଼ିଆ ଭାଷାରେ ଅଧିକ ସଂଖ୍ୟକ ପୁସ୍ତକ ପ୍ରକାଶିତ ହେଉଛି । ମାତ୍ର ପ୍ରକାଶିତ ପୁସ୍ତକଗୁଡ଼ିକରେ ବନାନଗତ ତଥା ବ୍ୟାକରଣଗତ ତ୍ରୁଟି ଭରିରହୁଥିବା ଦେଖିବାକୁ ମିଳୁଛି । ଏଥିଯୋଗୁଁ ଓଡ଼ିଆ ଭାଷା ଓ ସାହିତ୍ୟ ବିକୃତ ଓ ବିକଳାଙ୍ଗ ହୋଇ ଯାଉଛି । ଗୁରୁତ୍ୱ ସହକାରେ ପ୍ରୁଫ୍‌-ଦେଖା ହେଉ ନଥିବାରୁ ତ୍ରୁଟିସବୁ ସଂଶୋଧନ ହୋଇପାରୁ ନାହିଁ । ଉର୍ଣ୍ଣତ ଦେଶଗୁଡ଼ିକରେ ପ୍ରୁଫ୍‌-ସଂଶୋଧନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ... - [ଫାଇପ-ଟି ଅଧ୍ୟକ୍ଷଙ୍କ ଘୋଷଣା: ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’, ମାର୍ଚ୍ଚ ୫ରୁ ଆରମ୍ଭ ହେବ ପଞ୍ଜିକରଣ](https://nishkarsha.com/%e0%ac%ab%e0%ac%be%e0%ac%87%e0%ac%aa-%e0%ac%9f%e0%ac%bf-%e0%ac%85%e0%ac%a7%e0%ad%8d%e0%ad%9f%e0%ac%95%e0%ad%8d%e0%ac%b7%e0%ac%99%e0%ad%8d%e0%ac%95-%e0%ac%98%e0%ad%8b%e0%ac%b7%e0%ac%a3%e0%ac%be/): ଫାଇପ-ଟି ଅଧ୍ୟକ୍ଷଙ୍କ ଘୋଷଣା: ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’, ମାର୍ଚ୍ଚ ୫ରୁ ଆରମ୍ଭ ହେବ ପଞ୍ଜିକରଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ମାଗଣା ପୋଷାକ ପ୍ରଦାନ, ଶିକ୍ଷକ ପୁରସ୍କାର, ଲାପଟପ୍ ପ୍ରଦାନ, ଛାତ୍ରବୃତ୍ତି ଆଦି ଅନେକ ଯୋଜନା ଲାଗୁ କରିଛନ୍ତି । ତେବେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’ । ଏହା ଏକ ପଏଣ୍ଟ ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡ ହୋଇଥିବାବେଳେ ଏହା ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ । ଏହି ମ୍ୟାଜିକ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ୫ ତାରିଖରୁ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖରେ ଅର୍ଥାତ ସ୍ୱାଧୀନତା ଦିବସ ଅବସରରେ ତାହାକୁ ବଣ୍ଟନ କରାଯିବ... - [ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଅଣଦେଖା ଅଭିଯୋଗ: ସିଟି ଇଞ୍ଜିନିୟରଙ୍କୁ ରିପୋର୍ଟ ମାଗିଲେ କମିଶନର](https://nishkarsha.com/%e0%ac%ac%e0%ac%be%e0%ac%b2%e0%ac%bf%e0%ac%95%e0%ad%81%e0%ac%a6%e0%ac%be-%e0%ac%97%e0%ad%8d%e0%ac%b0%e0%ac%be%e0%ac%ae%e0%ad%8d%e0%ad%9f-%e0%ac%b6%e0%ad%8d%e0%ac%ae%e0%ac%b6%e0%ac%be%e0%ac%a8-2/): ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଅଣଦେଖା ଅଭିଯୋଗ: ସିଟି ଇଞ୍ଜିନିୟରଙ୍କୁ ରିପୋର୍ଟ ମାଗିଲେ କମିଶନର #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୫୬ ନମ୍ବର ୱାର୍ଡ ଅନ୍ତର୍ଗତ ଓ କଟକ ସଦର ଥାନା ଅଧିନ ବାଲିକୁଦା ଗ୍ରାମ୍ୟ ଶ୍ମଶାନଟି ଦୀର୍ଘ ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଦୀପତଳ ଅନ୍ଧାର ଭଳି ଏହି ଗ୍ରାମ୍ୟ ଶ୍ମଶାନକୁ ସରକାରୀ ଓ ପ୍ରଶାସନିକସ୍ତରରେ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି । ବାଲିକୁଦା ଗ୍ରାମ୍ୟ ଶ୍ମଶାନରେ ଏକ ସ୍ଥାୟୀ ଶବଦାହ ଗୃହ ନିର୍ମାଣ, ପାଣିର ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ଚାରି ପାର୍ଶ୍ୱରେ ସ୍ଥାୟୀ ପାଚେରୀ ନିର୍ମାଣ ଇତ୍ୟାଦି କରାଯିବାର ବିଶେଷ ଆବଶ୍ୟକତା ରହିଥିବାବେଳେ ଏସବୁ ଉପରେ ସିଏମସି ଆଦୌ ଗୁରୁତ୍ୱ ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପୁନଶ୍ଚ ଏହି ଶ୍ମଶାନର କିଛି ଅଂଶ ଜବରଦଖଲକାରୀଙ୍କ ଠାରୁ ଉଦ୍ଧାର କରାଯିବା ସହିତ ସରକାରଙ୍କ ସହରାଞ୍ଚଳ ପାଇଁ ଲୋକାଭିମୁଖୀ ମୁକ୍ତା ଯୋଜନା ଉନ୍ନତିକରଣ କରାଯିବାକୁ କଟକ ଆମ୍ବେଦକର ସ୍ମୃତି ପରିଷଦ... - [ଆଶା କର୍ମଚାରୀମାନଙ୍କ ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ](https://nishkarsha.com/%e0%ac%86%e0%ac%b6%e0%ac%be-%e0%ac%95%e0%ac%b0%e0%ad%8d%e0%ac%ae%e0%ac%9a%e0%ac%be%e0%ac%b0%e0%ad%80%e0%ac%ae%e0%ac%be%e0%ac%a8%e0%ac%99%e0%ad%8d%e0%ac%95-%e0%ac%a6%e0%ac%be%e0%ac%ac%e0%ac%bf/): ଆଶା କର୍ମଚାରୀମାନଙ୍କ ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ #କଟକ(ଏନ୍‌.ଏମ୍‌.): ରାଜ୍ୟରେ ଆଶାକର୍ମୀମାନଙ୍କୁ ସରକାର ସର୍ବଦା ଅଣଦେଖା କରୁଛନ୍ତି । ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାବି କରି ଆସୁଥିଲେ ମଧ୍ୟ ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ତେଣୁ ଆଉ ଆଗକୁ ଏଭଳି ବୈମାତୃକ ମନୋଭାବକୁ ସହ୍ୟ କରିହେବ ନାହିଁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଭିଯୋଗ ଅନୁଯାୟୀ, ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ଏବଂ ଓଡ଼ିଶା ସରକାର ଏଥିପାଇଁ ଜାତୀୟସ୍ତରରେ ପ୍ରଶଂସା ପାଇ ଆସୁଥିଲାବେଳେ ଆଶାକର୍ମୀ ମାନଙ୍କର ନିଷ୍ଠାପର ଉଦ୍ୟମ ଫଳରେ ଏହା ସମ୍ଭବପର ହୋଇ ପାରିଛି । ମାତ୍ର ରାଜ୍ୟ ସରକାର ଏହି ଆଶାକର୍ମୀ ମାନଙ୍କୁ ଅଣଦେଖା କରିଆସୁଛନ୍ତି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ଆଶାକର୍ମୀ ମାନେ ଗାଁ... - [ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଗ୍ରାମୀଣ ଡାକ ସେବକସଙ୍ଘର ବାର୍ଷିକ ସମ୍ମିଳନୀ](https://nishkarsha.com/%e0%ac%85%e0%ac%96%e0%ac%bf%e0%ac%b3-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%aa%e0%ad%8b%e0%ac%b7%e0%ad%8d%e0%ac%9f%e0%ac%ae%e0%ad%8d%e0%ad%9f%e0%ac%be%e0%ac%a8-%e0%ac%8f%e0%ac%ae%e0%ac%9f/): ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଗ୍ରାମୀଣ ଡାକ ସେବକସଙ୍ଘର ବାର୍ଷିକ ସମ୍ମିଳନୀ #କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଡାକ ସେବକସଙ୍ଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ସହରର ହୋଟେଲ ଗୋଲଡେନ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଲିୟାକତ ଅଲ୍ଲୀ, ସୂର୍ଯ୍ୟକାନ୍ତ ସାମଲ, ଅଶୋକ କୁମାର ପଣ୍ଡାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସହିଦ ବେଦୀରେ ମାଲ୍ୟାର୍ପଣ ପରେ ସମ୍ମିଳନୀକୁ ଉଦଘାଟନ କରି ଶ୍ରମିକନେତା ଗୟାଧର ଧଳ ଦେଶ ଆଜି ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି ବୋଲି ଆହ୍ୱାନ ଦେଇଥିଲେ । ମୋଦି ସରକାର ସମୟରେ ବୃହତ ଶିଳ୍ପପତିମାନଙ୍କୁ ଋଣ ଛାଡ ସହିତ ଟିକସ ରିହାତି ଦିଆଯାଉଥିବାବେଳେ ଦେଶର ଗରିବ ଚାଷୀ, ମୂଲିଆ, ଶ୍ରମିକ, କର୍ମଚାରୀ ଓ ଗ୍ରାମୀଣ ମହିଳାମାନଙ୍କ ଉପରେ ଅର୍ଥନୈତିକ ବୋଝ ବଢି ବଢି ଚାଲିଛି ବୋଲି କହିଥିଲେ । ସାରା ଦେଶର ଆଜି ସମସ୍ତେ... ## Pages - [Home](https://nishkarsha.com/) - [Nishkarsha E-Paper​](https://nishkarsha.com/elementor-27501/): Nishkarsha E-Paper NISHKARSHA-VOL-06-ISSUE-48.pdf NISHKARSHA VOL-5 Issue-34 (August-19 to August-25_2024) NISHKARSHA VOL-5 Issue-33 (August-12 to August-18_2024) NISHKARSHA VOL-5 Issue-32 (August-05 to August-11_2024) NISHKARSHA VOL-5 Issue-31 (July-29 to August-04_2024) NISHKARSHA VOL-5 Issue-30 (July-22 to July-28_2024) NISHKARSHA VOL-5 Issue-29 (July-15 to July-21_2024) NISHKARSHA VOL-5 Issue-28 (July-08 to July-14_2024) NISHKARSHA VOL-5 Issue-27 (July-01 to July-07_2024) NISHKARSHA VOL-5 Issue-26 (June-24 to June-30_2024) NISHKARSHA VOL-5 Issue-25 (June-17 to June-23_2024) NISHKARSHA VOL-5 Issue-24 (June-10 to June-16_2024) NISHKARSHA VOL-5 Issue-23 (June-03 to June-09_2024) NISHKARSHA VOL-5 Issue-22 (May-27 to June-02_2024) NISHKARSHA VOL-5 Issue-21 (May-20 to May-26_2024) NISHKARSHA VOL-5 Issue-20 (May-13 to May-19_2024) NISHKARSHA VOL-5 Issue-19 (May-06 to May-12_2024) NISHKARSHA... - [HOME](https://nishkarsha.com/elementor-27404/): ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟିତ ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ ByNishkarsha November 30, 2025 ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଗ୍ରହଣୀୟ: ହାଇକୋର୍ଟ ByNishkarsha November 30, 2025 Top News ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି: ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୮ରୁ ସକାଳୁଆ କୋର୍ଟ ବିଜେଡି ଛାଡ଼ିଦେଲେ ୪ ଅଭିନେତା: ଶଙ୍ଖକୁ ବାଏ ବାଏ କଲେ ଅନୁଭବ, ଆକାଶ, ଅରିନ୍ଦମ, ସିଦ୍ଧାନ୍ତ ଚୌଦ୍ୱାର-କଟକ ବିଧାୟକ ଭାବେ... - [About Us](https://nishkarsha.com/about-us/): NISHKARSHA is the Official website of NISHKARSHA MEDIA ENTERTAINMENT & PUBLICATION (Regd. No: UDYAM-OD-07-0002813) an odisha based Media House. NISHKARSHA News paper (RNI Regd. No: ODIODI/2020/78909) Publishing of Newspaper & Operation of other websites that Act as portals to the internet. such as media site providing periodically updated content.   ADDRESS NISHKARSHA MEDIA ENTERTAINMENT & PUBLICATION At: Badachanchoo, PO: Nakhara, Via: Choudwar, Dist: Cuttack, PIN : 754025 (ODISHA) Email : nishkarshamedia.admn@gmail.com Contact No : 8895134289, 9937619039 WhatsApp No: 8895134289 Email for News : nishkarsha.media@gmail.com Email for ADVT. : nishakarsha.advt@gmail.com Editor Email : nishkarsha.editor@gmail.com [comment]: # (Generated by Hostinger Tools Plugin)