ୟାସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ୨ଜଣଙ୍କ ମୁଣ୍ଡ ନେଲା ବାତ୍ୟା
ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ଯୋଗୁଁ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଉତ୍ତର ଓଡ଼ିଶାରେ ବାତ୍ୟା ଅଧିକ ତାଣ୍ଡବ ରଚିଛି । ବାତ୍ୟା ଯୋଗୁ ୨ଜଣଙ୍କର ମୃତ୍ୟୁ ହେବା ସୂଚନା ମିଳିଥିବାବେଳେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି । ବାତ୍ୟା ‘ୟାସ’ ଉତ୍ତର ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ପରେ ଏବେ ତାହା ଝାଡ଼ଖଣ୍ଡ ଅଭିମୁଖେ ମୁହାଁଇଥିବାବେଳେ ପ୍ରାଥମିକ…
