ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ କଟକ ଆଗରେ

କଟକ(ଏନ୍‌.ଏମ୍‌.): ଆଜି କଟକ ଜିଲ୍ଲାର କରୋନା ସଂକ୍ରମଣ ସଂଖ୍ୟା ସମଗ୍ର ରାଜ୍ୟରେ ସର୍ବାଧିକ ରହିଛି । ଅନ୍ୟ ଜିଲ୍ଲା ଅପେକ୍ଷା କଟକ ଜିଲ୍ଲାରେ ଆଜି ୯୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୩୮୩ଜଣ, ଗ୍ରାମାଞ୍ଚଳରୁ ୫୬୯ଜଣ ଏବଂ ଅନ୍ୟ ଜିଲ୍ଲାରୁ ୨୧ଜଣ ଅଛନ୍ତି । ସେହିପରି ଆଜି ୯୧୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସହରରୁ ୫୯୭ଜଣ ଏବଂ ଗ୍ରାମାଞ୍ଚଳରୁ ୩୧୯ଜଣ ସୁସ୍ଥ ହୋଇଛନ୍ତି । ଆଜି ଗ୍ରାମାଞ୍ଚଳରୁ…

Read More

ପବିତ୍ର ଅକ୍ଷୟ ତୃତୀୟାର ହାର୍ଦ୍ଧିକ ଅଭିନନ୍ଦନ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାଠକ ପାଠିକାମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ନିଷ୍କର୍ଷ ମିଡ଼ିଆ ଆରମ୍ଭ କରିଛି ଡିଜିଟାଲ ପ୍ଲାଟଫର୍ମ ଏଥିରେ ଆପଣମାନେ ପାଇ ପାରିବେ ୨୪ଘଣ୍ଟିଆ ତାଜା ଖବର, ନିଷ୍କର୍ଷ ସାପ୍ତାହିକ ଖବର କାଗଜ, ୟୁଟୁବ୍ ଚାନେଲ ଓ ଫେସବୁକ ପେଜ ଆପଣଙ୍କୁ ସବୁବେଳେ ତାଜା ଖବର ପହଞ୍ଚାଇବା ଆମ୍ଭର ଲକ୍ଷ୍ୟ । ସର୍ଚ୍ଚ କରନ୍ତୁ nishkarsha.com facebook & youtube : @nishkarsha media ପ୍ରତ୍ୟେକଟି ଖବର ଉପରେ ଆମ୍ଭର ନଜର

Read More

JEE Main 2021 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପରେ ଏବେ JEE Mainର ମେ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ନ୍ୟାଶନାଲ୍ ଟେଷ୍ଟିଂ ସେଣ୍ଟର (ଏନଟିଏ) ଏ ନେଇ ନୋଟିସ୍ ଜାରି କରିଛି । ନୋଟିସ୍ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରୀୟାଲ୍ ନିଶଙ୍କ ଟ୍ୱିଟ୍ କରି ଏହାର ସୂଚନା ଦେଇଛି । ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତ, କୋଭିଡ୍‌-୧୯ର ବର୍ତ୍ତମାନ ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଇଇ (ମେନ୍‌) ମେ’…

Read More

ବିରୋଧୀ ଦଳ ନେତା କିଏ ହେବେ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମମତା ବାନାର୍ଜୀ। ହେଲେ ନିର୍ବାଚନ ବେଳେ ଟିଏମସି ଯେଉଁ ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲା ତାହା ଶେଷ ହୋଇନାହିଁ, ବରଂ ଆଗକୁ ଆହୁରି ଜୋରଦାର ‘ଖେଲା ହୋବେ’ ବୋଲି ବିଜେପି ଆଭାସ ଦେଇ ସାରିଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିବା ଟିଏମସି ସୁୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ନିର୍ବାଚନୀ ହିଂସାକୁ…

Read More

ଗାର୍ଲଫ୍ରେଣ୍ଡଙ୍କ ଅନୁମତିରେ ମେଲିଣ୍ଡାଙ୍କୁ ବିବାହ କରିଥିଲେ ବିଲ ଗେଟ୍ସ

ୱାଶିଂଟନ: ବିବାହର ୨୭ ବର୍ଷ ପରେ ବିଶ୍ୱର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆସିଛି ଏହାର ଏକ ନୂଆ ଆଙ୍ଗେଲ। ଏହି ହାଇ ପ୍ରୋଫାଇଲ ବିଚ୍ଛେଦ ପରେ ବିଲ ଗେଟ୍ସଙ୍କ ପୁରୁଣା ପ୍ରେମିକା ଏନ୍‌ ବିନୱେଲ୍ଡଙ୍କ ଉପରେ ପଡ଼ିଛି ସମସ୍ତଙ୍କ ନଜର।

Read More

କରୋନାରେ ବୋଲିଓଡ଼ ଅଭିନେତାଙ୍କ ମୃତ୍ୟୁ

ବମ୍ବେ: ଆର୍ମି ଅଫିସର ଭାବେ ଅବସର ନେବା ପରେ ଅଭିନୟରେ ଆରମ୍ଭ କରିଥିଲେ କ୍ୟାରିଅର। ଦୀର୍ଘ ୧୭ ବର୍ଷର କ୍ୟାରିଅରେ ବିଭିନ୍ନ ହିଟ ଫିଲ୍ମ ଓ ପପୁଲାର ଟେଲି ସିରିଏଲରେ ନିଜ ଅଭିନୟର ଯାଦୁ ଚଲାଇ ପାରିଥିବା ଜଣାଶୁଣା ଅଭିନେତା ବିକ୍ରମଜିତ କନୱରପାଲଙ୍କର ଗତକାଲି ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଏହି ୫୨ ବର୍ଷୀୟ ଅଭିନେତାଙ୍କ ବିୟୋଗରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି। ଏନେଇ ଫିଲ୍ମମେକର ଅଶୋକ ପଣ୍ଡିତ ଟ୍ୱିଟରରେ…

Read More

କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ପୂର୍ବ ଦିନର ରେକର୍ଡ ଭାଙ୍ଗୁଛି। ଯାହାକୁ ନେଇ ସାରା ଦେଶ ଚିନ୍ତିତ। ଏବେ ଏହି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ବିଦେଶୀ କମ୍ପାନୀର ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର। ଜରୁରୀକାଳୀନ ଭାବରେ ଏହି ଔଷଧ ବ୍ୟବହାର ହେବ ବୋଲି ଜଣାପଡ଼ିଛି। ଫାର୍ମା କମ୍ପାନୀ ରୋଚେ ଇଣ୍ଡିଆ (Roche India) କହିଛି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କମ୍ପାନୀ…

Read More

ଆଇପିଏଲ ହେଲା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅଧାରୁ ସ୍ଥଗିତ ହୋଇଛି ଫାଟଫଟ କ୍ରିକେଟ ଆଇପିଏଲ। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରୁ ଚଳିତ ବର୍ଷ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏ ସମ୍ପର୍କ ବସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆପିଏଲର ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କରୋନା ପାଇଁ ଭାରତ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।

Read More