କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରସ୍ତୁତି ତଦାରଖ କଲେ ପ୍ରମୁଖ ଶାସନ ସଚିବ
କେନ୍ଦ୍ରାପଡ଼ା (ଏନ୍.ଏମ୍.): କେନ୍ଦ୍ରାପଡ଼ାରେ ବାତ୍ୟା ୟାସର ମୁକାବିଲା ପାଇଁ ପ୍ରଶାସନି ପ୍ରସ୍ତୁତିର ତଦାରଖ ନିମନ୍ତେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ସଚିବ ଶ୍ରୀ ଶର୍ମା କେନ୍ଦ୍ରପଡ଼ାରେ ପହଞ୍ଚô ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରଶାସନ ପକ୍ଷରୁ ପ୍ରସ୍ତୁ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଶ୍ରୀ ଶର୍ମାକୁଙ୍କୁ ଅବଗତ କରାଇଥିଲେ…
