କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩ #ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସମ୍ପ୍ରତି ରାଜ୍ୟ କ୍ୟାବିନେଟ୍ ଫସଲ ବିବିଧିକରଣ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ, ବିଶେଷ କରି ମେଗା ଉଠା ଜଳସେଚନ ପ୍ରକଳ୍ପର ଆୟକଟ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।…
