ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର

ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବାଳକ/ବାଳିକା ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଜଗତପୁର ଗ୍ରାମ ଖେଳପଡିଆରେ ଆଜି ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁ ମୁଖ୍ୟବକ୍ତା ଲିଙ୍ଗରାଜ ପୃଷ୍ଟି ,ସମ୍ମାନୀୟ ଅତିଥି ସୁମିତ୍ରା ବେହେରା, ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ଦେବେନ୍ଦ୍ର…

Read More

‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ

‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ବିଦ୍ୟୁତ ହେଉଛି ବିକାଶର ଜୀବନରେଖା । ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ । ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନକରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ…

Read More

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨ ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ଥାନୀୟ ଜୟଦେବବିହାର ସ୍ଥାିତ ଉତ୍ସବ ଓଡିଶୀ ଅଡିଟୋରିଉମ ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍‌ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ, ସଂସ୍କୃତି ଏବଂ ଓଡ଼ିଆ ଭାଷା ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶଦାସ ନାୟକ ପ୍ରମୁଖ ଯୋଗଦେଇ ଏହି ଅନୁଷ୍ଠାନର କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ…

Read More

‘ଦେହ ଦପ୍ତର’ ଲୋକାର୍ପଣ ସମାରୋହ: ‘ସାହିତ୍ୟରେ ସାଧାରଣ ଲୋକଙ୍କ କଥା ରହିବା ଆବଶ୍ୟକ’

‘ଦେହ ଦପ୍ତର’ ଲୋକାର୍ପଣ ସମାରୋହ: ‘ସାହିତ୍ୟରେ ସାଧାରଣ ଲୋକଙ୍କ କଥା ରହିବା ଆବଶ୍ୟକ’ ଭୁବନେଶ୍ୱର(ଏନ୍‌.ଏମ୍‌.): ସାହିତ୍ୟରେ ସାଧାରଣ ଲୋକଙ୍କ କଥା ପ୍ରତିଫଳିତ ହେବା ଆବଶ୍ୟକ । ସମକାଳୀନ କବିତାରେ ସମାଜମନସ୍କତା ଅଧିକ ଭାବରେ ପରିସ୍ପୁଟିତ ହେଉଛି ଏବଂ ଏହା ସାହିତ୍ୟକୁ ଅଧିକ ଲୋକାଭିମୁଖୀ କରିପାରୁଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମତ ଦେଇଛନ୍ତି । ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ପୂର୍ବତନ ପ୍ରଶାସକ ତଥା…

Read More

ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଚୌଦ୍ୱାର(ଏନ୍‍.ଏମ୍‍.): ଜନସାଧାରଣଙ୍କୁ ସୁରକ୍ଷା ତଥା ଆଇନଶୃଙ୍ଖଳା ପରିସ୍ଥିତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଘୋଷଣା ହୋଇଥିବା ପୁଲିସ ସହାୟତା କେନ୍ଦ୍ର ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି । ତେବେ ଏହି ପ୍ରକଳ୍ପର ବିଳମ୍ବ ସମ୍ପର୍କରେ କାହାରି ପାଖରେ ସନ୍ତୋଷ ଜନକ ଉତ୍ତର ମିଳୁନଥିବା ନେଇ ଏହି ଘୋଷଣା କେବଳ ପାଣି ଫୋଟକାଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ…

Read More

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏକୁଳର ହେଲୁ ନା ସେ କୂଳର

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏ କୂଳର ହେଲୁ ନା ସେ କୂଳର ରାସ୍ତାରେ ଲହଡି ମାରୁଛି ଡ୍ରେନର ନର୍ଦ୍ଦମାପାଣି ବୁଝିବ କିଏ ? ‘ମେୟର ଏକାହିଁ ସାହା ଭରସା’ ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେବା ଏକ ସାଧାରଣ ଘଟଣା ହୋଇ ପଡ଼ିଛି । ସିଏମସି ଅନ୍ତର୍ଗତ ୫୯ଟି ଯାକ ୱାର୍ଡ଼ରେ କିଛିନାକିଛି ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ କରିବାରେ ସିଏମସି କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ବିଶେଷ କରି…

Read More

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର ଭୁବନେଶ୍ୱର(ଏନ୍‌.ଏମ୍‌.) : ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଛି । ଏହାର ଶୀର୍ଷକ ରହିଛି ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଆଇଆଇଏମର ଆସୋସିଏଟ…

Read More

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ସମୁଦ୍ର କୂଳରେ ଅନୁଷ୍ଠିତ ହୋଇଯାଇଛି ବିଚ କନେକ୍ଟ (ସଂଯୋଗ:ସ୍ୱର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ । ଏହି ଅବସରରେ ଆଜି ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଜୁମ୍ବା ନୃତ୍ୟ, ନିମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ୱାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ ପେଣ୍ଟିଂ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ପିରାମିଡ, ରିଙ୍ଗ ଥ୍ରୋ…

Read More

ଓଡ଼ିଶାର ଡାଇରେକ୍ଟ ସେଲିଂ ଶିଳ୍ପରେ ୧୩.୩% ଅଭିବୃଦ୍ଧି, ୨୦୨୦-୨୧ରେ ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି: ସର୍ଭେ

ଓଡ଼ିଶାର ଡାଇରେକ୍ଟ ସେଲିଂ ଶିଳ୍ପରେ ୧୩.୩% ଅଭିବୃଦ୍ଧି, ୨୦୨୦-୨୧ରେ ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି: ସର୍ଭେ ଭୁବନେଶ୍ୱର(ଏନ୍‌.ଏମ୍‌.) : ଓଡ଼ିଶାରେ ଡାଇରେକ୍ଟ ସେଲିଂ (ପ୍ରତ୍ୟକ୍ଷ ବିକ୍ରୟ) ଶିଳ୍ପ କୋଭିଡ୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିକୂଳ ବ୍ୟବସାୟ ପରିବେଶ ସତ୍ତ୍ୱେ ୧୩.୩% ଅଭିବୃଦ୍ଧି ହାର ହାସଲ କରିବା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୧୦୩୪ କୋଟି ଟଙ୍କାରେ ପହଞ୍ଚିଥିବା ଇଣ୍ଡିଆନ ଡାଇରେକ୍ଟ ସେଲିଂ ଆସୋସିଏସନ୍‍ (ଆଇଡିଏସ୍‍ଏ) ପକ୍ଷରୁ ଏଠାରେ ପ୍ରକାଶିତ ଏକ ବାର୍ଷିକ…

Read More

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ ମାହାଙ୍ଗା(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନିନା ବେଉରା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ନୀନାଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ନୀନା ରାୟଗଡା ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ ନୀନା ରାୟଗଡାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା…

Read More

ଅବହେଳିତ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ: ୬୫୦ ଜଣରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ୧୦ ଶିକ୍ଷକ

ଅବହେଳିତ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ: ୬୫୦ ଜଣରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ୧୦ ଶିକ୍ଷକ ଜଗତପୁର(ଏନ୍‌.ଏମ୍‌.): ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ସର୍ବଶିକ୍ଷା ଅଭିଯାନ, ମୋ ସ୍କୁଲ ଯୋଜନା, ମିଶନ ଜିରୋ ଏଫ ଭଳି ଅନେକ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି…

Read More

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜଳସମ୍ପଦ ବିଭାଗ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀ ଦାସବର୍ମା ଉପସ୍ଥିତ ଯନ୍ତ୍ରୀ ତଥା ଅଧିକାରୀମାନଙ୍କୁ ଖୁବ୍‌ଶୀଘ୍ର ପ୍ରକଳ୍ପ…

Read More