କଟକ ସହରରୁ ଜଳନିଷ୍କାସନ ନେଇ ସିଏମସି କମିଶନରଙ୍କ ସହ ସାଂସଦଙ୍କ ଆଲୋଚନା
କଟକ(ଏନ୍.ଏମ୍.): କଟକ ସହରରେ ଠିକ୍ଭାବେ ନାଳନର୍ଦ୍ଦମା ସଫେଇ ତଥା ପଙ୍କୋଦ୍ଧାର ନହେଉଥିବା ଯୋଗୁଁ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ୨୬ ତାରିଖ ବେଳକୁ ପ୍ରବଳ ବର୍ଷା ହେବା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯିବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ବିଶେଷ କରି ସହରର ମୁଖ୍ୟନର୍ଦ୍ଦମାରେ ବକ୍ସଡ୍ରେନ ନିର୍ମାଣ ଅଧାପନ୍ତରିଆ ଭାବେ ହୋଇଥିବା ଯୋଗୁଁ ଡ୍ରେନର ବିଭିନ୍ନ ସ୍ଥାନରେ ଆବର୍ଜନା ଜମା ହୋଇ ଜଳନିଷ୍କାସନରେ ବାଧକ ସାଜୁଛି…
