ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ
ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ ପୁରୀ(ଏନ୍.ଏମ୍.): ଶ୍ରୀକ୍ଷେତ୍ର ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେବା ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)ର ଏକ ସ୍ୱତନ୍ତ୍ର ଟିମ୍ ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି । ପୁରୀରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଏୟାରପୋର୍ଟ…
