ଚିଲିକାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ଚିଲିକାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳ କ୍ଷେତ୍ର ପରିଦର୍ଶନରେ ଯାଇ ଉଭୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ବରକୁଳସ୍ଥିତ ଆର୍ଦ୍ରଭୂମି ଗବେଷଣା ଓ ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି…

Read More

ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ

ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ନିର୍ମାଣ ଚାଲିଥିବା ଶୁଦ୍ଧିଗୃହ ଓ ତୁଠ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ୱାର୍ଡର ଜନସାଧାରଣ ଶବ ସଂସ୍କାର ଓ ଶୁଦ୍ଧିକ୍ରିୟା ନିମନ୍ତେ ନିମପୁର ଗ୍ରାମ୍ୟ ଶ୍ମଶାନ ଉପରେ ନିର୍ଭର କରିଥାନ୍ତି । ମାତ୍ର ସିଏମସି ଅଧିନରେ ଏହି ଶ୍ମଶାନଟି ରହିଥିଲେ ମଧ୍ୟ ଅଦ୍ୟାବଧି ତାହା ପଞ୍ଜିକୃତ…

Read More

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର କଟକ(ଏନ୍‌.ଏମ୍‌.): ପବିତ୍ର ପଣା ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥିକମାନେ ତୃଷାର୍ତ୍ତ ରହିବା ସ୍ୱାଭାବିକ । ସେମାନଙ୍କୁ ଜଳମୁନ୍ଦାଏ ଯୋଗାଇ ତୃଷା ମେଣ୍ଟାଇ ପାରିଲେ ମାନବ ଧର୍ମ ସାର୍ଥକ ହେବ ବୋଲି ବିଶ୍ୱାସ ରହିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଭଳି ମା’ ଶାରଳା ମହିଳା ସଂଗଠନ…

Read More

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନିମପୁର ଶବର ସାହି ଅଞ୍ଚଳର ବହୁ ପୁରାତନ ଅଧିଷ୍ଠାତ୍ରୀ ଦେବୀ ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲି ଏକ କଳସ ଶୋଭାଯାତ୍ରା ମା’ଙ୍କ ପୀଠରୁ ବାହାରି ମହାନଦୀ ଘାଟରୁ ଜଳ ପୂର୍ଣ୍ଣ କଳସୀ ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଦୀପ ଦେହୁରୀ ଓ ପୁଷ୍ପା ଦେହୁରୀ କର୍ତ୍ତା ଓ କର୍ତ୍ତିଭାବେ ସଂକଳ୍ପ ନେଇଥିଲେ । କଟକଚଣ୍ଡୀ ମନ୍ଦିରର ପୂଜକ ପଣ୍ଡିତ…

Read More

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି-ପୋଡାବର ରାସ୍ତାରୁ ବିଦେଶୀ ମଦ ବୋଝେଇ ପିକଅପ ଗାଡିକୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ଚମ୍ପତି ଗ୍ରାମର ରାକା ଓରଫ ରାକେଶ ଭୋଇ(୩୦) ବୋଲି ଜଣାପଡ଼ିଛି । ପୁଲିସ ପୂର୍ବରୁ ଏହି ଲୁଟ ଘଟଣାରେ ପିକଅପ ଗାଡି ଡ୍ରାଇଭର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଥିଲା…

Read More

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ନୂଆପଡ଼ା ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥି ସହିତ ପରିଷଦ ପକ୍ଷରୁ କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ବାଲିକୁଦାଛକ ନିକଟରେ ଉଦ୍‌ଘାଟିତ ଏହି ଜଳଛତ୍ର କେନ୍ଦ୍ର ଉଦ୍‌ଘାଟନ ହୋଇଥିଲା । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରଭାବରୁ ତୃଷ୍ଣା ମେଣ୍ଟାଇବା ଉଦ୍ଦେଶ୍ୟରେ ଏହି ଜଳଛତ୍ର ଖୋଲା ଯାଇଥିବା ପରିଷଦ ପକ୍ଷରୁ…

Read More

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇ.ବି ରୋଡ ସ୍ଥିତ ନିମପୁର ନୂତନ ବସ୍ତିରେ ମା ତାରାତାରିଣୀଙ୍କ ବାର୍ଷିକୋତ୍ସବ ଉପଲକ୍ଷେ ପବିତ୍ର ଝାମୁଯାତ୍ରା ବହୁ ନୀତିକାନ୍ତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି । ମା’ଙ୍କ ମୁଖ୍ୟ ଦେହୁରୀ କୃଷ୍ଣ ନାୟକଙ୍କ ଦ୍ୱାରା ଏହି ଯାତ୍ରା ପରିଚାଳନା କରାଯାଇଥିଲା । ଦୀର୍ଘ ୧୫ ବର୍ଷଧରି ମାଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ମା’ଙ୍କ ପୀଠରେ ଝାମୁଯାତ୍ରାକୁ ସ୍ଥଗିତ…

Read More

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ୨ଗୋଟି ଶ୍ରେଣୀ ଗୃହ ପାଇଁ ଶିଳାନ୍ୟାସ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଦୁଇଗୋଟି ଶ୍ରେଣୀଗୃହର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥିଭାବେ ସିଏମସି ଡେପୁଟି-ମେୟର ଦମୟନ୍ତୀ ମାଝି ଯୋଗ ଦେଇଥିଲେ…

Read More

“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଜଗତପୁର (ଏନ୍‌.ଏମ୍‌.): ଗଣମାଧ୍ୟମ ଶୃଙ୍ଖଳିତ ସମାଜର ରକ୍ଷାକର୍ତ୍ତା । ଗଣତନ୍ତ୍ରର ଅନ୍ୟ ୩ଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଭଳି ଗଣମାଧ୍ୟମ ମଧ୍ୟ ନିଜ କର୍ତ୍ତବ୍ୟର ଗୁରୁତ୍ୱ ବହନକରେ । ତେଣୁ କେହି କେହି ଏହାକୁ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବୋଲି କହିଥାନ୍ତି । ମାତ୍ର ଏବେ ଗଣମାଧ୍ୟମ ଉପରେ ଯେଉଁଭଳି ଆକ୍ରମଣ ହେଉଛି ତାହା ଭବିଷ୍ୟତରେ ଗଣତନ୍ତ୍ରର ସୁରକ୍ଷା ନେଇ ପ୍ରଶ୍ନବାଚୀ…

Read More

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତ ଅଧିନସ୍ଥ ବଣୁଆ ମହାପୁରୁଷ ପୀଠରେ ମନ୍ତ୍ରୀ ପ୍ରତାପ ଜେନା ମିଶନ ଶକ୍ତିର ନୂତନ ଗୃହ ଉଦ୍‌ଘାଟନ କରିଛନ୍ତି । କୁଆଁପାଳ ତାରିଣୀ ମନ୍ଦିର ପାଖରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ନିଜ ସହ ଧର୍ମିଣୀଙ୍କ ସହ ପ୍ରଭୁ ବଣୁଆ ମହାପୁରୁଷଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ…

Read More

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ୨ଟି ବିଜ୍ଞପିତ ଅଞ୍ଚଳ ଗୋଟିଏ ପୌରାଞ୍ଚଳ ଓ ଗୋଟିଏ ମହାନଗର ନିଗମରେ ଆଜି ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବିଜ୍ଞପିତ ଅଞ୍ଚଳ ଓ ପୌରପରିଷଦ ସମେତ କଟକ ମହାନଗର ନିଗମରେ ଅଧ୍ୟକ୍ଷ ଏବଂ ମେୟରଙ୍କ ଶପଥ ଗ୍ରହଣ କରିଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ସହିଦ ଭବନରେ…

Read More