ଘୁଞ୍ଚିବ ମାଟି୍ରକ ପରୀକ୍ଷା ଫଳ ପ୍ରକାଶନ !

୨୮ ପର୍ଯ୍ୟନ୍ତ ଘୁଞ୍ଚିଲା ଟାବୁଲେସନ ଯାଞ୍ଚ: ଆସନ୍ତା ୨୯ରୁ ଜୁନ ୭ ମଧ୍ୟରେ ହେବ ମାର୍କ ଅପଲୋଡ କଟକ(ଏନ୍.ଏମ୍.): ଚଳିତ ବର୍ଷ ମେଟି୍ରକ ପରୀକ୍ଷା ଫଳକୁ କେତେକ କାରଣ ଯୋଗୁଁ ଘୁଞ୍ଚାଯାଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ସୂତ୍ରରୁ ଜଣାପଡ଼ିଛି । ସମ୍ପ୍ରତି କରୋନା ମହାମାରୀ ଏବଂ ସମ୍ଭାବ୍ୟ ବାତ୍ୟା ‘ୟାଶ’କୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଚାଲିଥିବା ଟାବୁଲେସନ ରେଜିଷ୍ଟର ଯାଞ୍ଚର ଶେଷ ତାରିଖ ଏବଂ ବୋର୍ଡ ୱେବସାଇଟରେ ମେଣ୍ଟର ସ୍କୁଲଗୁଡିକ ପକ୍ଷରୁ ମାର୍କ…

Read More

ଆରଡିସିଙ୍କ ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ପରିଦର୍ଶନ

କଟକ(ଏନ୍.ଏମ୍.): ତାଳଦଣ୍ଡା କେନାଲ ରାସ୍ତା କାମକୁ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ପରିଦର୍ଶନ କରିଛନ୍ତି । କଟକ ବଡ଼ମେଡ଼ିକାଲ ସମ୍ପ୍ରସାରଣ ପରିପ୍ରେକ୍ଷୀରେ ତାଳଦଣ୍ଡା ବର୍ଦ୍ଧିତ ରାସ୍ତା କାମକୁ ଆରଡିସି ଅନିଲ କୁମାର ସାମଲ ଅନୁଧ୍ୟାନ କରିବା ସହ ନିର୍ଦ୍ଦାରିତ ସମୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ତାଳଦଣ୍ଡା ରାସ୍ତାର ବାମପାଶ୍ୱର୍ରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଉ ୪ଶହ ପରିବାରକୁ ଆସନ୍ତା ୨ସପ୍ତାହ ମଧ୍ୟରେ ସ୍ଥାନାନ୍ତର କରାଯିବ । ସରକାରୀ ଜମିରେ…

Read More

ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ସନ୍ତ୍ରାସବାଦ ନିରୋଧ ଶପଥ ପାଠ

କଟକ(ଏନ୍.ଏମ୍.): ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ସନ୍ତ୍ରାସବାଦ ନିରୋଧ ଶପଥ ପାଠ କରାଯାଇଛି । ଏହି ଉପଲକ୍ଷେ ଦିନ ୧୧ ଘଟିକା ସମୟରେ ମୁଖ୍ୟ କାର୍ଯ୍ୟାଳୟପରିସରରେ ଅଧିକାରୀ/କର୍ମଚାରୀମାନେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଦେଶର ଅହିଂସା ଓ ସହନଶୀଳତା ପରମ୍ପରା ଉପରେ ଦୃଢ ବିଶ୍ୱାସ ରଖୀ ସମସ୍ତ ଶକ୍ତି ସହିତ ଆତଙ୍କବାଦ ଓ ହିଂସାର ବିରୋଧ କରିବା ସହ ମାନବଜୀବନ ଓ…

Read More

କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବା ରହସ୍ୟ

ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ କରୋନା ମାହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । କରୋନା ନିୟନ୍ତ୍ରଣ ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଆଜିବି ଜନସାଧାରଣଙ୍କ ମନରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ବିଶେଷକରି କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବୃଦ୍ଧି କରାଯାଇଥିବା ଅବଧିକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଦେ୍ର୍ଦଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ…

Read More

ସାମୁଦ୍ରିକ ଝଡ଼ ୟାସକୁ ନେଇ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

କଟକ(ଏନ୍.ଏମ୍): ଆଗକୁ ଆସୁଥିବା ସାମୁଦ୍ରିକ ଝଡ଼ ୟାସକୁ ମୁକାବିଲା କରିବା ସମ୍ପର୍କରେ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈକଠ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାକୁତିକ ବିପର୍ଯ୍ୟୟ କମିଟି ବୈଠକ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ମନ୍ତ୍ରୀ, ସାଂସଦ, ବିଧାୟକ ମାନଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ ଅଧିକାରୀ ମାନଙ୍କ ସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ବିଷୟରେ ବିଷଦ୍ ଆଲୋଚନା କରିଥିଲେ…

Read More

ଚୋରା ଚାଲାଣ ବେଳେ ଧରାପଡିଲା ଖଣିଜ ପଦାର୍ଥ : ୫୦ କ୍ୱିଣ୍ଟାଲ କ୍ରୋମାଇଟ ଜବତ, ୩ ଗିରଫ

କଟକ(ଏନ୍.ଏମ୍.) ଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି । ସେମାନେ ହେଲେ ଶିଖରପୁର ଉପର ସାହିର ବିକାଶ ଗୁପ୍ତା(୨୬), ଉତ୍ତରପ୍ରଦେଶର ରାମନୟନ ୟାଦବ(୫୫), ମଙ୍ଗୁଳି ଅଞ୍ଚଳରେ ରହୁଥିବା କଲିକତାର ଲାଲେ ସ(୫୩) । ଏମାନଙ୍କ ଠାରୁ ଗୋଟିଏ ଟ୍ରକ ସହ ୫୦ କ୍ୱିଣ୍ଟାଲ କ୍ରୋମାଇଟ ଜବତ କରିଛି । ସୂଚନା ଅନୁଯାୟୀ, ଗୁରୁବାର ଦିନ ପ୍ରାୟ ୧୦ଟା ବେଳେ ଶିଖରପୁର ଅଞ୍ଚଳରୁ ଖଣିଜ ପଦାର୍ଥ ଚୋରା…

Read More

ଘୋଷଣା କଲା ମାଇକ୍ରୋସଫ୍ଟ: ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର

ନୂଆଦିଲ୍ଲୀ (ଏଜେନ୍ସି): କାଳର ପରିବର୍ତ୍ତନରେ ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର । ଏହି ୱେବ୍ ବ୍ରାଉଜର ଆସନ୍ତା ୨୦୨୨ମସିହାରେ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ୨୦୨୧ ମସିହା ଜୁନରେ ଇଣ୍ଟରନେଟ୍ ଏକ୍ସପ୍ଲୋରରକୁ ବନ୍ଦ କରାଯିବ ବୋଲି ଗତବର୍ଷ ଅଗଷ୍ଟରେ ଶୁଣିବାକୁ ମିଳିଥିଲା । ମାତ୍ର ଏବେ ମାଇକ୍ରୋସଫ୍ଟ ନିଜେ ଏ ସମ୍ପର୍କରେ ଘୋଷଣା କରିବା ସହିତ ୨୫ ବର୍ଷ ପୁରୁଣା ଏହି ୱେବ୍ ବ୍ରାଉଜରକୁ ବନ୍ଦ…

Read More

‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ : ଆଗୁଆ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି କରୋନା ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ ଭାବେ ଉଭା ହୋଇଛି । ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ବୋଲି ଆଜି ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀର ସ୍ୱାସ୍ଥ୍ୟକର୍ମୀଙ୍କୁ ଭର୍ଚ୍ୟୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ ପୁଣି କହିଛନ୍ତି ଯେ, କୋଭିଡ୍ ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ କ୍ରମଶଃ ଏହି ମାରାତ୍ମକ ରୋଗଦ୍ୱାରା ଅଧିକ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । କରୋନାଭାଇସ୍ ଗୋଟାଏ…

Read More

ମହାରାଷ୍ଟ୍ରର ଗଢ଼ଚିରୌଲୀରେ ପୁଲିସ ସହିତ ଗୁଳିବିନିମୟ: ୧୩ ମାଓବାଦୀ ନିହତ

ମୁମ୍ବାଇ(ଏଜେନ୍ସି): ମହାରାଷ୍ଟ୍ର ଅଞ୍ଚଳରେ ମାଓବାଦୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ତେବେ ଏହାକୁ ମୁକାବିଲା କରିବା ପାଇଁ ମହାରାଷ୍ଟ୍ର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ଗଢ଼ଚିରୌଲୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ମହାରାଷ୍ଟ୍ର ପୁଲିସର ‘ସି-୬୦’ କମାଣ୍ଡୋମାନଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ୧୩ଜଣ ମାଓବାଦୀ ନିହତ ହୋଇଥିବା କଥା ଶୁକ୍ରବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ସଭା କରିବା ଲାଗି ମାଓବାଦୀମାନେ କୋତମି ଫାଣ୍ଡି ନିକଟବର୍ତ୍ତୀ…

Read More

କରୋନା କଟକଣା ବାଟବଣା: ରାସ୍ତାରେ ଜଗିଛି ପୋଲିସ, ଗଳିକନ୍ଦିରେ ଜମୁଛି ଆସର

କୋର୍ଡ ୱାର୍ଡରେ ବିକି୍ର ହେଉଛି ମଦ, ଗଞ୍ଜେଇ ଓ ଭାଙ୍ଗ କଟକ(ଏନ୍.ଏମ୍.): ସମ୍ପ୍ରତ୍ତି ରାଜ୍ୟରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣ ଦ୍ରୁତ ହେଉଛି । ଦୈନିକ ୧୦ ହଜାର ଉପରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥିତିରେ ମହାମାରୀକୁ ରୋକିବା ଲାଗି ରାଜ୍ୟ ସରକାର ଆସନ୍ତା ୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ତାଲାବନ୍ଦରେ ଜନସାଧାରଣ ଘରେ ରହିବା ଦ୍ୱାରା ସକି୍ରୟ କରୋନା ଚେନକୁ ବ୍ରେକ ଦିଆଯାଇ ପାରିବ । କିନ୍ତୁ…

Read More

କୋଭିସେଲ୍ଫକୁ ଆଇସିଏମଆର ଅନୁମୋଦନ : ଏଥର ଘରେ କରିପାରିବେ କରୋନା ପରୀକ୍ଷା,

ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ଅହେତୁକ ବୃଦ୍ଧି ପାଇବା ଯୋଗୁଁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ତେବେ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ପଜେଟିଭ ରୋଗୀଙ୍କୁ ଚିହ୍ନଟ କରିବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଭାରତ ଦିନକୁ ୧୬-୧୯ ଲକ୍ଷ ନମୁନା ପରୀକ୍ଷା କରୁଛି । ତଥାପି, ଆହୁରି ଅଧିକ ନମୂନା ପରୀକ୍ଷାର ଆବଶ୍ୟକତା ରହିଛି । ଲ୍ୟାବ ଦ୍ୱାରା କୋଭିଡ -୧୯ ପାଇଁ…

Read More

ସିଏମସି କର୍ମଚାରୀଙ୍କ କରୋନା କଟକଣାକୁ ଫୁ….

ଚାଲିଥିଲା ମଦ ମାଂସର ଆସର: ଚଢ଼ାଉ କଲା ପୁଲିସ୍ କଟକ (ଏନ୍.ଏମ୍.): କଟକ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ କଟକ ସହରରେ କରୋନା ମୁକାବିଲା ନିମନ୍ତେ କଟକରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ତାଲାବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇ ଯାଇଥିବାବେଳେ କଟକରେ ଖୋଦ ସିଏମସିର କିଛି କର୍ମଚାରୀଙ୍କ ମଦ ମାଂସ ଆସର ଚାଲିଛି । ସହରର ନଳିନୀ…

Read More