ମହାମାରୀ, ବାତ୍ୟା ସମୀକ୍ଷା ସହ ରୂପାନ୍ତର ନିମନ୍ତେ ଜିଲ୍ଳାପାଳଙ୍କ ୫ଟି ବିଦ୍ୟାଳୟ ପରିଦର୍ଶନ
କଟକ(ଏନ୍.ଏମ୍.): ଜିଲ୍ଲାରେ କୋଭିଡ ମହାମାରୀ ତଥା ୟାସ ବାତ୍ୟା ମୁକବିଲା ନିମନ୍ତେ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତ୍ୟେହ ତତ୍ତ୍ୱାବଧାନରେ ପ୍ରଶାସନିକ କାର୍ଯ୍ୟ ସଫଳ ହୋଇପାରିଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ଜିଲ୍ଳାପାଳଙ୍କ ନିଦେ୍ର୍ଧଶରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଦ୍ୱାରା ପ୍ରାୟତଃ ହଜାରେରୁ ଉର୍ଦ୍ଧ୍ୱ ବହୁତ ଗ୍ରାମ ଏବେବି କରୋନା ପ୍ରଭାବରୁ ବଞ୍ଚôତ ହୋଇ ଗ୍ରୀନ ଜୋନରେ ରହିଛନ୍ତି ବୋଲି…
