ଆଠଗଡ଼ରେ ନଭେମ୍ବର ୨୪ରୁ ଗଡଜାତ ମହୋତ୍ସବ
ଆଠଗଡ଼ରେ ନଭେମ୍ବର ୨୪ରୁ ଗଡଜାତ ମହୋତ୍ସବ #ଆଠଗଡ଼(ଏନ୍.ଏମ୍.): କଟକ ଆଠଗଡ ଅଞ୍ଚଳ ପ୍ରଖ୍ୟାତ ସାଂସ୍କୃତିକ କାର୍ଯ୍ୟକ୍ରମ ଗଡଜାତ ମହୋତ୍ସବ -୨୦୨୨ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଡଜାତ ପରିକ୍ରମା ଆୟୋଜନରେ ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଗଡଜାତ ପରିକ୍ରମା ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ପୌରହିତ୍ୟ କରିଥିଲେ । ବୈଠକରେ ଅନୁଷ୍ଠାନ ସମ୍ପାଦକ ଲଲାଟେନ୍ଦୁ ସେନାପତି ମହୋତ୍ସବ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ଆସନ୍ତା ନଭେମ୍ବର ୨୪ ରୁ ୨୮…
