ମଣିପୁରରେ ମୃଦୁ ଭୂମିକମ୍ପ

କଟକ,(ଏନ୍‌.ଏମ୍‌.): ଆଜି ସକାଳୁ ମଣିପୁର ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତିବ୍ରତା ରିକ୍ଟରସ୍କେଲରେ ୪.୩ ରହିଥିଲା । ତେବେ ଏହି ଭୂମିକମ୍ପ ହାଲୁକା ରହିଥିବା କୁହାଯାଉଛି । ସୂଚନା ଅନୁଯାୟୀ ଆଜି ସକାଳ ୬ଟା ୫୬ମିନିଟ ସମୟରେ ହଠାତ୍‌ ହାଲୁକା ଝଟକା ଅନୁଭବ ହୋଇଥିଲା । ତେବେ ଏହି ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇପଡ଼ିଥିଲେ ମଧ୍ୟ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି ।

Read More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୬ରେ ଛୁଇଁବ ଉପକୂଳ

ଭୁବନେଶ୍ୱର (ଏନ୍‌.ଏମ୍‌.): ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ଆଇଏମଡିର ପୂର୍ବ ଆକଳନ ଠିକ୍ ସାବ୍ୟସ୍ତ ହୋଇଛି । ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ଆସନ୍ତା୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଆଇଏମ୍ଡି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଏହି ବାତ୍ୟା କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି…

Read More

ଲାଲୁଙ୍କୁ କ୍ଲିନଚିଟ ଦେଲା ସିବିଆଇ !

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଡିଏଲଏଫ ଲାଞ୍ଚ କାରବାର ମାମଲାରେ ସିବିଆଇ କ୍ଲିନଚିଟ୍ ଦେଇଥିବା ଜଣାପଡ଼ିଛି । ସିବିଆଇ ସୂତ୍ରରୁ ଏଭଳି ତଥ୍ୟ ମିଳିଥିବା ଜଣାପଡ଼ିଛି । ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲଏଫ ଲାଞ୍ଚ କାରବାର ମାମଲା ଘଟିଥିଲା । ଶ୍ରୀ ଯାଦବ ଏଥିରେ ସାମିଲ ଥିବା ସନେ୍ଦହ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ସୂଚନା ଅନୁଯାୟୀ, ସିବିଆଇର ଅର୍ଥନୀତି ଅପରାଧ ଶାଖା…

Read More

କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବା ରହସ୍ୟ

ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ କରୋନା ମାହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । କରୋନା ନିୟନ୍ତ୍ରଣ ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଆଜିବି ଜନସାଧାରଣଙ୍କ ମନରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ବିଶେଷକରି କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବୃଦ୍ଧି କରାଯାଇଥିବା ଅବଧିକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଦେ୍ର୍ଦଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ…

Read More

ଘୋଷଣା କଲା ମାଇକ୍ରୋସଫ୍ଟ: ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର

ନୂଆଦିଲ୍ଲୀ (ଏଜେନ୍ସି): କାଳର ପରିବର୍ତ୍ତନରେ ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର । ଏହି ୱେବ୍ ବ୍ରାଉଜର ଆସନ୍ତା ୨୦୨୨ମସିହାରେ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ୨୦୨୧ ମସିହା ଜୁନରେ ଇଣ୍ଟରନେଟ୍ ଏକ୍ସପ୍ଲୋରରକୁ ବନ୍ଦ କରାଯିବ ବୋଲି ଗତବର୍ଷ ଅଗଷ୍ଟରେ ଶୁଣିବାକୁ ମିଳିଥିଲା । ମାତ୍ର ଏବେ ମାଇକ୍ରୋସଫ୍ଟ ନିଜେ ଏ ସମ୍ପର୍କରେ ଘୋଷଣା କରିବା ସହିତ ୨୫ ବର୍ଷ ପୁରୁଣା ଏହି ୱେବ୍ ବ୍ରାଉଜରକୁ ବନ୍ଦ…

Read More

‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ : ଆଗୁଆ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି କରୋନା ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ ଭାବେ ଉଭା ହୋଇଛି । ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ବୋଲି ଆଜି ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀର ସ୍ୱାସ୍ଥ୍ୟକର୍ମୀଙ୍କୁ ଭର୍ଚ୍ୟୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ ପୁଣି କହିଛନ୍ତି ଯେ, କୋଭିଡ୍ ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ କ୍ରମଶଃ ଏହି ମାରାତ୍ମକ ରୋଗଦ୍ୱାରା ଅଧିକ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । କରୋନାଭାଇସ୍ ଗୋଟାଏ…

Read More

ମହାରାଷ୍ଟ୍ରର ଗଢ଼ଚିରୌଲୀରେ ପୁଲିସ ସହିତ ଗୁଳିବିନିମୟ: ୧୩ ମାଓବାଦୀ ନିହତ

ମୁମ୍ବାଇ(ଏଜେନ୍ସି): ମହାରାଷ୍ଟ୍ର ଅଞ୍ଚଳରେ ମାଓବାଦୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ତେବେ ଏହାକୁ ମୁକାବିଲା କରିବା ପାଇଁ ମହାରାଷ୍ଟ୍ର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ଗଢ଼ଚିରୌଲୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ମହାରାଷ୍ଟ୍ର ପୁଲିସର ‘ସି-୬୦’ କମାଣ୍ଡୋମାନଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ୧୩ଜଣ ମାଓବାଦୀ ନିହତ ହୋଇଥିବା କଥା ଶୁକ୍ରବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ସଭା କରିବା ଲାଗି ମାଓବାଦୀମାନେ କୋତମି ଫାଣ୍ଡି ନିକଟବର୍ତ୍ତୀ…

Read More

କୋଭିସେଲ୍ଫକୁ ଆଇସିଏମଆର ଅନୁମୋଦନ : ଏଥର ଘରେ କରିପାରିବେ କରୋନା ପରୀକ୍ଷା,

ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ଅହେତୁକ ବୃଦ୍ଧି ପାଇବା ଯୋଗୁଁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ତେବେ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ପଜେଟିଭ ରୋଗୀଙ୍କୁ ଚିହ୍ନଟ କରିବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଭାରତ ଦିନକୁ ୧୬-୧୯ ଲକ୍ଷ ନମୁନା ପରୀକ୍ଷା କରୁଛି । ତଥାପି, ଆହୁରି ଅଧିକ ନମୂନା ପରୀକ୍ଷାର ଆବଶ୍ୟକତା ରହିଛି । ଲ୍ୟାବ ଦ୍ୱାରା କୋଭିଡ -୧୯ ପାଇଁ…

Read More

ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଭୀଷଣ ବା ଅତିଭୀଷଣ ହୋଇପାରେ : ଆଇଏମଡି

ଭୁବନେଶ୍ୱର(ଏନ୍.ଏମ୍.): ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟାର ନାମ ରହିବ ‘ୟାସ୍’ । ଓମାନ୍ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି । ୟାସ୍ ଅର୍ଥ ହେଉଛି ‘ନିରାଶ’ । ଏହା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ଆଇଏମଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ ଆର.କେ ଜେନାମଣି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ମେ’ ୨୨ ତାରିଖରେ ବାତ୍ୟା ନେଇ ସଠିକ୍ ଆକଳନ କରାଯାଇପାରିବ । ବାତ୍ୟା…

Read More

ଗୁଜରାଟରେ ତଉତେର ତାଣ୍ଡବ: ବାତ୍ୟା ଦୁର୍ବଳ, ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ (ଏଜେନ୍ସି): ସାମୁଦ୍ରିକ ଝଡ଼ ତଉତେ ଗୁଜରାଟରେ ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିବା ପରେ ଏବେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ତଉତେ ସମ୍ପ୍ରତି ଅବପାତର ରୂପ ନେଇ ସାରିବା ପରେ ଦକ୍ଷିଣ ରାଜସ୍ଥାନ ଓ ଗୁଜରାଟରେ ସମାନ୍ତରଳ ଭାବେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟା ଦୁର୍ବଳ ହୋଇସାରିଥିଲେ ମଧ୍ୟ ଅବପାତ ପ୍ରଭାବରେ ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗର…

Read More

ଦିଲ୍ଲୀ ସରକାରଙ୍କ ଘୋଷଣା : କରୋନା ମୃତ୍ୟୁ ପରିବାରଙ୍କୁ ମିଳିବ ୫୦ହଜାର ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀର ଜନସାଧଣଙ୍କ ମଧ୍ୟରୁ ଯଦି କାହାରି କରୋନା ଜନିତ ମୃତ୍ୟୁ ହୁଏ ତେବେ ଉକ୍ତ ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥି ସହିତ ତାଙ୍କ ପରିବାରକୁ ମାସିକ ୨ହଜାର ୫ଶହ ଟଙ୍କାର ଭତ୍ତା ଦିଆଯିବ । ପୁନଶ୍ଚ ଯେଉଁ ନାବାଳକ-ନାବାଳିକାଙ୍କ ପିତାମାତାଙ୍କ କରୋନାଜନିତ ମୃତ୍ୟୁ ହୁଏ ଓ ସେମାନେ ଅନାଥ ହୋଇ ଯାଆନ୍ତି ସେମାନଙ୍କୁ…

Read More

ଆସାମରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଆସାମରେ ଶୁକ୍ରବାର ଦିନ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ମିଳିଥିବା ସୂଚନା ମୁତାବକ ସକାଳ ପ୍ରାୟ ୬ଟା ୧୩ ମିନିଟରେ ମୋରିଗାନ୍ ଅଞ୍ଚଳରେ ଏହି ଝଟକା ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୨.୮ । ସକାଳ ପ୍ରାୟ ୬ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ୍ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଲୋକ ମାନେ ଭୟରେ ଘରୁ ବାହାରକୁ ଚାଲି…

Read More