ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ
ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ ନୂଆଦିଲ୍ଲୀ (ଏଜେନ୍ସି): ବିଭିନ୍ନ କ୍ରିକେଟରଙ୍କୁ ଜାତୀୟ ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ବିସିସିଆଇ । ବରିଷ୍ଠ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଗତ ୨୨ ବର୍ଷ ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଖେଳୁଥିବା ମିତାଲି ରାଜ୍ଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ସୁପାରିସ କରାଯାଇଛି । ପୁଣି ୩ ଆନ୍ତର୍ଜାତିକ କ୍ରିକେଟର ଶିଖର ଧାୱନ, କେ.ଏଲ୍….
