‘ଦେହ ଦପ୍ତର’ ଲୋକାର୍ପଣ ସମାରୋହ: ‘ସାହିତ୍ୟରେ ସାଧାରଣ ଲୋକଙ୍କ କଥା ରହିବା ଆବଶ୍ୟକ’
‘ଦେହ ଦପ୍ତର’ ଲୋକାର୍ପଣ ସମାରୋହ: ‘ସାହିତ୍ୟରେ ସାଧାରଣ ଲୋକଙ୍କ କଥା ରହିବା ଆବଶ୍ୟକ’ ଭୁବନେଶ୍ୱର(ଏନ୍.ଏମ୍.): ସାହିତ୍ୟରେ ସାଧାରଣ ଲୋକଙ୍କ କଥା ପ୍ରତିଫଳିତ ହେବା ଆବଶ୍ୟକ । ସମକାଳୀନ କବିତାରେ ସମାଜମନସ୍କତା ଅଧିକ ଭାବରେ ପରିସ୍ପୁଟିତ ହେଉଛି ଏବଂ ଏହା ସାହିତ୍ୟକୁ ଅଧିକ ଲୋକାଭିମୁଖୀ କରିପାରୁଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମତ ଦେଇଛନ୍ତି । ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ପୂର୍ବତନ ପ୍ରଶାସକ ତଥା…
