କଟକ(ଏନ୍.ଏମ୍.): ସରକାର ଗଣମାଧ୍ୟମକୁ ବର୍ଗୀକରଣ କରି କ୍ଷୁଦ୍ର ଓ ମଧ୍ୟମ ଗଣମାଧ୍ୟମ ସଂସ୍ଥା ପ୍ରତି ଅବହେଳା ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଭାରତ ଭଳି ଗୋଟିଏ ଜନମଙ୍ଗଳ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ଅପରିହାର୍ଯ୍ୟ । ଜନପ୍ରତିନିଧିଙ୍କ ଦ୍ୱାରା ଜନସାଧାରଣଙ୍କ କଲ୍ୟାଣ ଉଦେ୍ଦଶ୍ୟରେ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇ ଥାଏ, ତାହାକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟପାଳିକାର ଦାୟିତ୍ୱ ରହିଛି, ସେହିପରି ଏହି କାର୍ଯ୍ୟ ସୂଚାରୁରୂପେ କାର୍ଯ୍ୟକାରୀ ହେବା ଓ ଏହା ନ୍ୟାୟିକ ବ୍ୟବସ୍ଥାରେ ହେଉଛିକି ନାହିଁ ତାହାକୁ ଅନୁଧ୍ୟାନ କରିବା ଦାୟିତ୍ୱ ନ୍ୟାୟପାଳିକାର ରହିଛି । ତେବେ ଏହି ତିନି ବ୍ୟବସ୍ଥା ସାଧାରଣ ଜନତାଙ୍କ ପାଇଁ କରୁଥିବା କାର୍ଯ୍ୟ ଲୋକଲୋଚନକୁ ଆଣିବା ପାଇଁ ଯେଉଁ ମାଧ୍ୟମ ଆବଶ୍ୟକ ତାହା ହିଁ ଗଣମାଧ୍ୟମ । ତେଣୁ ଏହାକୁ ଚତୃର୍ଥସ୍ତମ୍ଭ ବୋଲି କହିଥାନ୍ତି । ଗଣମାଧ୍ୟମ ଗଣତନ୍ତ୍ର ରାଷ୍ଟ୍ରର ଶାସନ ବ୍ୟବସ୍ଥା ଠାରୁ ଆରମ୍ଭ କରି ସେବା ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ନିରପେକ୍ଷ ଭାବରେ ଅନୁଧ୍ୟାନ କରିଥାଏ । ଯାହାକି ଜନସାଧରଣଙ୍କର ଏକ ଜାଗ୍ରତ ପ୍ରହରୀ ଭାବରେ ନିଜ ଦାୟିତ୍ୱକୁ ନିଭାଇ ଆସିଛି । ସେଥିପାଇଁ ଗଣମାଧ୍ୟମକୁ ଯଦିଓ ଭାରତୀୟ ସମ୍ବିଧାନରେ କୌଣସି ଲିଖିତ କ୍ଷମତା ବା ସମ୍ମାନ ଦିଆଯାଇ ନାହିଁ, ତଥାପି ଏହାର କାର୍ଯ୍ୟକୁ ସ୍ୱୀକୃତି ଦିଆଯାଉଛି । ଏହି ଗଣମାଧ୍ୟମ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇ କାର୍ଯ୍ୟ କରୁଛି, ଯଥା ପ୍ରିନ୍ଟ ମିଡିଆ (ମୁଦ୍ରିତ ଗଣମାଧ୍ୟମ), ଇଲେକ୍ଟ୍ରୋନିକ୍ସ ମିଡିଆ (ବୈଦୁ୍ୟତିକ ଗଣମାଧ୍ୟମ) । ଏହି ଗଣ ମାଧ୍ୟମରେ କାର୍ଯ୍ୟ କରୁଥିବା ସଂସ୍ଥା ଗୁଡିକର ପରିଚାଳନା ଦାୟିତ୍ୱ ନିର୍ବାହ କରିଥାଆନ୍ତି ସେହି ସଂସ୍ଥାର ଖବର କାଗଜର ମାଲିକାନା ସତ୍ତ୍ୱଥିବା ଅଧିକାରୀ, ଯାହା କି ପ୍ରତ୍ୟେକ ଖବର କାଗଜର ପ୍ରକାଶନ ସହିତ ସଂପାଦନା ଦାୟିତ୍ୱକୁ ତୁଲାଇ ଥାଆନ୍ତି । ଏହି ଗଣ ମାଧ୍ୟମ ସଂସ୍ଥା ଗୁଡିକ ନିଜ ଖବର କାଗଜ ପାଇଁ ଖବର ସହିତ ବିଜ୍ଞାପନ ସଂଗ୍ରହ ଆଦି କାର୍ଯ୍ୟ କରିବା ପାଇଁ ଦେଶ, ରାଜ୍ୟ, ଜିଲ୍ଲା ଓ ବ୍ଲକ ଆଦି ଅଞ୍ଚଳରେ ସାମ୍ବାଦିକ ନିଯୁକ୍ତି କରିଥାଆନ୍ତି । ଏମାନଙ୍କୁ କ୍ଷେତ୍ରୀୟ କର୍ମଚାରୀ ଭାବରେ ଗଣା ଯାଇଥାଏ । ସଂଗୃହିତ ସମ୍ବାଦ ଓ ବିଜ୍ଞାପନକୁ ପ୍ରକାଶନ କରିବା ପାଇଁ ମୂଖ୍ୟ କାର୍ଯ୍ୟାଳୟରେ ଯଥା ସଂପାଦକ,ସହ ସଂପାଦକ,ପରିଚାଳନା ସଂପାଦକ, କାର୍ଯ୍ୟନିର୍ବାହୀ ସହିତ ଡି.ଟି.ପି ଅପରେଟର ଠାରୁ ଆରମ୍ଭ କରି ଲେଆଉଟ ଡିଜାଇନର, ପ୍ଲେଟ ମେକର, ମେସିନ ମ୍ୟାନ ସହିତ ଅନ୍ୟାନ୍ୟ ବହୁ କର୍ମଚାରୀ କାର୍ଯ୍ୟାଳୟ ପରିଚାଳନା ପାଇଁ ଆବଶ୍ୟକତା ଅନୁଯାୟୀ କର୍ମଚାରୀ ନିଯୁକ୍ତି କରି ସଂସ୍ଥାକୁ ପରିଚାଳନା କରାଯାଇଥାଏ । ଦୈନିକ ଖବର କାଗଜ ପ୍ରକାଶନ ପାଇଁ ଏ ସବୁ ବ୍ୟବସ୍ଥା ବାଧ୍ୟତା ମୂଳକ ଭାବରେ କରିବାକୁ ପଡିଥାଏ । ଏଣୁ ଦୈନିକ ସମ୍ବାଦ ପତ୍ରର ମାଲିକ ମାନେ ସାଧାରଣତଃ ଆର୍ଥôକ ସ୍ୱଚ୍ଛଳ ବା ବହୁ ଅର୍ଥର ଅଧିକାରୀ ହୋଇଥିବା ଲକ୍ଷ କରାଯାଉଛି । ଏପରିକି ସେମାନଙ୍କ ମଧ୍ୟରୁ ଆମ ରାଜ୍ୟରେ ମୂଖ୍ୟତଃ ବହୁ ରାଜନେତା, ଶିଳ୍ପ ପତି, ପୁଞ୍ଜିପତି ରହିଛନ୍ତି । ଏମାନଙ୍କର ବ୍ୟବସାୟୀକ କାରବାରରୁ ମିଳିଥିବା ଲାଭାଶଂରେ କାଗଜ ଛାପିବା ସହିତ ନିଜର କଳା ଟଙ୍କା ତଥା ରାଜନୈତିକ ପତିଆରାକୁ ଅକ୍ଷୁର୍ଣ୍ଣ ରଖିବା ମୂଖ୍ୟ ଉଦେ୍ଦଶ୍ୟ ବୋଲି ମନେ ହେଉଛି । ମାତ୍ର ପରୋକ୍ଷରେ ଦୈନିକ ସମ୍ବାଦପତ୍ର ବ୍ୟତୀତ ସାପ୍ତାହିକ ଓ ପାକ୍ଷିକ ସମ୍ବାଦପତ୍ର ମଧ୍ୟ ଆମ ରାଜ୍ୟରେ ନିୟମିତ ଭାବରେ ପ୍ରକାଶିତ ହୋଇ ଆସୁଅଛି । ଯାହାକୁ କୁହାଯାଉଛି କ୍ଷୁଦ୍ର, ମଧ୍ୟମ ସମ୍ବାଦ ପତ୍ର । ଦୈନିକ ସମ୍ବାଦ ପତ୍ର ପ୍ରକାଶନର ପରିଚାଳନା ପାଇଁ ଯେଉଁ ବ୍ୟବସ୍ଥା ଦରକାର, ସାପ୍ତାହିକ ଓ ପାକ୍ଷିକ ସମ୍ବାଦପତ୍ର ପରିଚାଳନା କରିବା ପାଇଁ ଠିକ୍ ସେହି ଅନୁପାତରେ ସାମ୍ବାଦିକ ସହିତ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟାଳୟର ଆବଶ୍ୟକତା ରହିଛି । ଏଠାରେ କେବଳ ବ୍ୟତିକ୍ରମ ହେଉଛି ଦୈନିକ ଖବର କାଗଜ ଛପା ପାଇଁ ଦୈନିକ ଅର୍ଥର ଆବଶ୍ୟକତା ରହିଥିବାବେଳେ ସାପ୍ତାହିକ ତଥା ପାକ୍ଷିକ ସମ୍ବାଦପତ୍ର ଛପା ପାଇଁ ସେହି ଅନୁପାତରେ ଟିକିଏ କମ୍ ଅର୍ଥର ଆବଶ୍ୟକତା ରହିଛି । ଦୈନିକ ଓ ସାପ୍ତାହିକ, ପାକ୍ଷିକ ସମ୍ବାଦ ପତ୍ର, ଉଭୟକୁ ଭାରତ ସରକାର ଗଣମାଧ୍ୟମ ଶିଳ୍ପର ମାନ୍ୟତା ଦେଇ ଆସିଛନ୍ତି । ଏଣୁ ଉଭୟକୁ ସମ୍ବାଦ ପତ୍ର ଛାପିବା ପାଇଁ ସ୍ୱତ୍ତାଧିକାରୀ, ପ୍ରକାଶକ, ମୁଦ୍ରାକାର, ଛାପାଖାନା ଓ ସମ୍ପାଦକ ଆଦିର ପୂର୍ଣ୍ଣ ବିବରଣୀ ପତ୍ର ବା ଘୋଷଣାନାମା ଓ ପ୍ରସ୍ତାବିତ ଖବର କାଗଜର ପ୍ରଥମ ସଂସ୍କରଣକୁ ଛାପି ସ୍ଥାନୀୟ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ କରାଇ ଭାରତ ସରକାରଙ୍କ ସୂଚନା ଓ ପତ୍ର ବିନିମୟ ନିବନ୍ଧକ, ନୂଆଦିଲ୍ଲୀ କାର୍ଯ୍ୟାଳୟକୁ ପଠା ଯାଇଥାଏ । ଉକ୍ତ ଦସ୍ତାବିଜ୍କୁ ଅନୁଧ୍ୟାନ କରି ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ ବିଭାଗର ନିବନ୍ଧକଙ୍କ ଦ୍ୱାରା ଗଣମାଧ୍ୟମ ଅଧିକାର ବା ପୂର୍ବ ଅନୁମୋଦିତ ଖବର କାଗଜର ନାମ ଅନୁଯାୟୀ ସମ୍ବାଦ ପରିବେଷଣ ପାଇଁ ଏକ ପଞ୍ଜିକୃତ ପତ୍ର ବା ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ ପ୍ରକାଶକଙ୍କ ନିକଟକୁ ଆସିଥାଏ । ଉକ୍ତ ପତ୍ରର କ୍ଷମତା ହାସଲ କରି ଖବର କାଗଜ ମାଲିକ ନିଜ ସଂସ୍ଥାକୁ ପରିଚାଳନା କରିବା ସହିତ ଖବର କାଗଜ ଛାପିବା ଅଧିକାର ପାଇଥାଏ । ଏଣୁ ଭାରତର ସରକାରଙ୍କ ସୂଚନା ଓ ପତ୍ର ବିନିମୟ ନିବନ୍ଧକଙ୍କ ସ୍ୱୀକୃତିକୁ ରାଜ୍ୟ ସରକାରଙ୍କ ସୂଚନା ଓ ପତ୍ର ବିନିମୟ ବିଭାଗର ଅଧିକାରୀ ଗ୍ରହଣ କରିବାରେ କେଉଁ ଅସୁବିଧା ରହିଛି, ତାହା ଜଣା ପଡୁ ନାହିଁ । ଓଡିଶା ରାଜ୍ୟରେ ପ୍ରକାଶିତ ହୋଇ ଆସୁଥିବା ସାପ୍ତାହିକ ଓ ପାକ୍ଷିକ ସମ୍ବାଦପତ୍ର ଗୁଡିକୁ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ କରାଇବାରେ ଅସୁବିଧା କେଉଁଠି ରହିଛି, ତାହା ବିଚାର କରିବାର ରହିଛି । କାରଣ ଆମ ରାଜ୍ୟ ସରକାରଙ୍କର ଉକ୍ତ ବିଭାଗ ଦ୍ୱାରା ଗଠନ କରାଯାଇଥିବା ସମ୍ବାଦପତ୍ର ସ୍ୱୀକୃତି କମିଟିର କାର୍ଯ୍ୟକାଳ ସରି ଯାଇଛି । ଯାହାକି ପୁନଃ ନୂତନ କମିଟି ଗଠନ କରାଯାଉ ନଥିବାରୁ ବହୁ ବର୍ଷ ଏହି ଧରି ସମ୍ବାଦ ପରିବେଷଣ ସହିତ ସମ୍ବାଦପତ୍ର ଛାପି କାର୍ଯ୍ୟକ୍ଷମ ଥିବା ସମ୍ବାଦପତ୍ର ଗୁଡିକୁ ରାଜ୍ୟ ସରକାରଙ୍କ ସୂଚନା ଓ ପତ୍ର ବିନିମୟ ଅଧିକାରୀଙ୍କ ସ୍ୱୀକୃତି ପାଇବାରୁ ବଞ୍ଚôତ ହୋଇ ଆସୁଛନ୍ତି, ଯାହାକି ଜଣେ ଭାରତୀୟ ନାଗରିକର କର୍ମସଂସ୍ଥାନ ଅଧିକାର ପରିସରଭୁକ୍ତ ଅଟେ । ଏଠାରେ ସୂଚନା ଥାଉକି ଏକା କାମ, ଏକା ଦାୟିତ୍ୱ ରହିଥିବା ବେଳେ ବ୍ୟତିକ୍ରମ କଣ ପାଇଁ କରାଯାଉଛି ତାହାର ଉତ୍ତର ମିଳୁନାହିଁ । ରାଜ୍ୟ ସରକାରଙ୍କ ସୂଚନା ଓ ପତ୍ର ବିନିମୟ ବିଭାଗ, ଦୈନିକ ଖବର କାଗଜ ଓ ବୈଦୁ୍ୟତିକ ଗଣମାଧ୍ୟମ ଶିଳ୍ପ ସଂସ୍ଥାର ମୂଖ୍ୟ ଅଧିକାରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କର୍ମଚାରୀ, ସାମ୍ବାଦିକ ଆଦିକୁ ଗଣମାଧ୍ୟମର ସ୍ୱୀକୃତି ମିଳିବା ସହିତଆଗ ଧାଡିର କରୋନା ଯୋଦ୍ଧା ଘୋଷଣା କରି ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥôକ,ସାମାଜିକ ଓ ସ୍ୱାସ୍ଥ୍ୟବୀମା ଭଳି ସୁବିଧା ସୁଯୋଗ ଯୋଗାଇ ଆସୁଥିବାବେଳେ ସାପ୍ତାହିକ ଓ ପାକ୍ଷିକ ସମ୍ବାଦ ପତ୍ର ପ୍ରକାଶନ ଶିଳ୍ପର ମୂଖ୍ୟ ଅଧିକାରୀ ତଥା କର୍ମଚାରୀମାନଙ୍କୁ ସମାନ ମାନ୍ୟତା ନମିଳିବା ହେତୁ, ଏହା ଓଡିଶା ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବ ବୋଲି ମଧ୍ୟମ ଓ କ୍ଷୁଦ୍ର ସମ୍ବାଦପତ୍ର ପ୍ରକାଶନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ମହଲରେ ତିବ୍ର ନିନ୍ଦା କରାଯାଉଛି । ବିଶେଷ ଭାବରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଭୟଭୟତା ରହିଥିବା ସମୟରେ ଏହାକୁ ବେଖାତିର କରି ଦୈନିକ ସମ୍ବାଦପତ୍ର ପ୍ରକାଶନ ସଂସ୍ଥାର ସାମ୍ବାଦିକମାନଙ୍କ ଭଳି ଏହି ସାପ୍ତାହିକ ତଥା ପାକ୍ଷିକ ସମ୍ବାପତ୍ର ପ୍ରକାଶନ ସଂସ୍ଥାର ମାଲିକ, ସାମ୍ବାଦିକ ଓ କର୍ମଚାରୀମାନେ ନିୟମିତ ଭାବରେ ନିଜକୁ ଖବର ସଂଗ୍ରହ ତଥା ପ୍ରସାରଣ ଦିଗରେ ନିୟୋଜିତ ହୋଇ ଆସୁଛନ୍ତି । ଯାହାକି ସମାଜକୁ ସତ୍ୟ ଓ ପ୍ରକୃତ ତଥ୍ୟ ଯୋଗାଇବାରେ ଏମାନଙ୍କର ଭୂମିକା ଯଥେଷ୍ଟ ଅଧିକ ରହିଆସିଛି । ଏଣୁ ଏମାନଙ୍କୁ ଗୌଣ ଦୃଷ୍ଟିରେ ଦେଖିବା ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାରୁ ବଞ୍ଚôତ କରି ଆସୁଥିବା ବିଷୟ ଅତି ନିନ୍ଦନୀୟ ଅଟେ । ଏଣୁ ଏହାକୁ ରାଜ୍ୟ ସରକାର ବିଚାର କରି ଯଥା ଶିଘ୍ର ମଧ୍ୟମ ଓ କ୍ଷୁଦ୍ର ସମ୍ବାଦ ପତ୍ରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବା ପାଇଁ ସଂଘ ପକ୍ଷରୁ ଦୃଢ ଦାବି କରାଯାଉଛି ।

By admin

Leave a Reply

Your email address will not be published. Required fields are marked *