୨୭ରୁ ବିଶ୍ୱଶାନ୍ତି ମହାଯଜ୍ଞ


ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଉଦା ଗ୍ରାମର ଅନନ୍ତଗୋପାଳ ଆଶ୍ରମ (ଛୁଆବାବା ମଠ)ରେ ଆସନ୍ତା ୨୭ରୁ ହେବ ବିଶ୍ୱଶାନ୍ତି ମହାଯଜ୍ଞ। ନବନିର୍ମିତ ଅନନ୍ତ ଗୋପାଳଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଲାଗି ବିଶ୍ୱଶାନ୍ତି ମହାଯଜ୍ଞ କରାଯିବ। ଏନେଇ ୨୭ ତାରିଖରେ ଅଙ୍କୁରାରୋପଣ, ୨୮ ତାରିଖରେ କଳସ ଯାତ୍ରା କରାଯିବ। ୨୯ତାରିଖରୁ ଯଜ୍ଞ ଆରମ୍ଭ ହୋଇ ୩୧ ତାରିଖରେ ପୂର୍ଣ୍ଣାହୁତି ହେବ। ପୂର୍ଣ୍ଣାହୁତିର ଅପରାହ୍ନରେ ସାଧୁ ସମ୍ମିଳନୀ କରାଯିବ। ପ୍ରତ୍ୟେହ କୁନି ପ୍ରବଚକ କେଶବ ଦ୍ୱିତୀକୃଷ୍ଣ ଓ ଶ୍ରୀଶ୍ରୀ ଅମୃତାନନ୍ଦ ମହାରାଜଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ କରାଯିବ। ଶେଷ ଦିନ କଣ୍ଠଶିଳ୍ପୀ ସୁବାସ ଦାସ ଓ ଶୈଳଭାମା ମହାପାତ୍ର ଭଜନ ପରିବେଷଣ କରିବେ ବୋଲି ମଠାଧୀଶ ବାବା ଶ୍ରୀଶ୍ରୀ କମଳାକାନ୍ତ ଦାସ ମହାରାଜ ଜଣାଇଛନ୍ତି। ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱଶାନ୍ତି ଯଜ୍ଞର ଆଶିଷ ଲାଭ କରିବାକୁ ମଠ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ମହାଯଜ୍ଞପରି ଧାର୍ମିିକ କାମରେ ଯୋଗଦାନ କରିବାକୁ ମଉଦା ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *