ପୁର ପଲ୍ଲୀରେ ଭାଗବତ ଜନ୍ମ

#କଟକ (ଏନ୍.ଏମ୍.) : ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଅବସରରେ ପାଳନ କରାଯାଏ ଭାଗବତ ଜନ୍ମ ଉତ୍ସବ। ଭାଗବତ ଜନ୍ମ ଅବସରରେ ଗାଁ ଠୁ ସହର ହୋଇ ଉଠିଛି ଉତ୍ସବ ମୁଖର। ଶଙ୍କରପୁର ବାରିକ୍ସାହିରେ ଭାଗବତଗୋଷ୍ଠୀ ପକ୍ଷରୁ ଭାଗବତ ଜନ୍ମୋତ୍ସବ ଏବଂ ଭାବପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାବବତ ଗୋଷ୍ଠିର ସଭାପତି ମନୋରମା ବାରିକ୍ ଓ ସମ୍ପାଦକ ମୁରଲୀଧର ଜେନାଙ୍କ ଅଧ୍ୟକ୍ଷତାରେ ଭାଗବତଙ୍କୁ ନେଇ ସୁସଜ୍ଜିତ ରଥରେ ଏକ ଶୋଭାଯାତ୍ରା ବିଭିନ୍ନ ସାହି ପରିକ୍ରମା କରିଥିଲା । ଗୋପୀନାଥ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରି ବାରିକ୍ସାହି, ତଳସାହି, ନୂଆ ସାହି, ଢିଅସାହି, ପରିଡାସାହି, ପାନିଆପଡା, ବଳଭଦ୍ରପୁର, ଛତ୍ରବଜାର, ଲିଙ୍କ୍ରୋଡ୍ ଆଦି ପରିକ୍ରମା କରି ଭାଗବତଟୁଙ୍ଗୀରେ ପହିଁଥିଲା। ଏହି ଅବସରରେ ଭାଗବନ ପଠନ କରାଯିବା ସହିତ ଭାଗବତ ଆଲୋଚନା, ପ୍ରବଚନ, ଯଜ୍ଞ, ଭଜନସଂଧ୍ୟା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ମହନ୍ତି ଛାଟୋଇ, ଲକ୍ଷ୍ମୀଧର ବାରିକ୍, ପ୍ରଶାନ୍ତ ବାରିକ୍, ରାଜକିଶୋର ଜେନା, ନୋଭାବତୀ ଜେନା, ଗୀତା ପାତ୍ର, ଗୌରୀ ଛାଟୋଇ, ନିରଞ୍ଜନ ବାରିକ୍, ସୁକାନ୍ତ ବାରିକ୍, ଭ୍ରମରବର ପଣ୍ଡା, ପୂର୍ବତନ କର୍ପୋରେଟର୍ ଧର୍ମାନନ୍ଦ ପାତ୍ର, ଯତୀନ୍ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

