ପୂର୍ବ ଭାରତର ପ୍ରଥମ ମିଲେଟ୍ ରେସ୍ତୋରାଂ ‘ମାଣ୍ଡିଆର ହାଣ୍ଡିଶାଳ’ର ଶୁଭ ଉଦଘାଟନ


ଭୁବନେଶ୍ୱର(ଏନ୍‌.ଏମ୍‌.): ଆଇ.ଏଚ.ଏମ, ଭୁବନେଶ୍ୱର ଠାରେ ମିଲେଟ୍ ବା ମାଣ୍ଡିଆର ଏକ ସ୍ୱତନ୍ତ୍ର ତଥା ଅନନ୍ୟ ରେସ୍ତୋରାଂ “ମାଣ୍ଡିଆର ହାଣ୍ଡିଶାଳ’ର ଶୁଭ ଉଦଘାଟନ ସହିତ ଲୋଗୋ ଉନ୍ମୋଚନ ହୋଇଯାଇଛି। ହେଲଥ ଅନ ଟପ୍‌ର ସି.ଇ.ଓ ଡକ୍ଟର ଗୌରବ ରାଲହନଙ୍କ ପ୍ରତିନିଧିତ୍ୱରେ ଏହି ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମିଲେଟ୍‌ର ବ୍ରାଣ୍ଡ ଆମ୍ବାସଡ଼ର ସେଫ୍ ବିକାଶ ଚାୱଲା ଯୋଗଦେଇଥିଲେ। ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୮ର ଟପ୍ ୨୨ ନମ୍ବର ପ୍ରତିଯୋଗୀ ସେଫ୍ ମଧୁସ୍ମିତା ସୋରେନଙ୍କ କରକମଳରେ ଏହି ଲୋଗୋ ଉନ୍ମୋଚନ ହୋଇଛି।

Leave a Reply

Your email address will not be published. Required fields are marked *