କର୍ମସ୍ଥଳୀରେ ଥଇଥାନ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମ୍‌ସି ସମ୍ମୁଖରେ ବିକ୍ଷୋଭ


କଟକ(ଏନ୍‌.ଏମ୍‌.): ପ୍ରେସ୍ ଛକ ତେଲୁଗୁ ବସ୍ତି ବାସିନ୍ଦାଙ୍କୁ କର୍ମସ୍ଥଳୀରେ ଥଇଥାନ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି। ଏଥିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆବାହକ ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ବସ୍ତି ନେତା ଦିପକ ଦାସ, ସ୍ୱାଧିନୀ ବେହେରା, ସିପ୍ରା ମହାନ୍ତି, ସୁକାନ୍ତ ନାୟକ, ଉମେଶ ଦାସ, ହେମନ୍ତ ଦାସ, ଜି. ଲଳିତା, ସିମା ଦାସ, ପି. ସିମାନ୍ଦ୍ରି ରାଓ ଜେ. ମୁନା ରାଓ, ପି. ତ୍ରୀନାଥ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ। ଏଠାରେ ଉଲେଖ୍‌ଯ ଯୋଗ୍ୟ ଯେ ପୂର୍ବର ସରକାରଙ୍କ ସମୟରେ ଏହି ବସ୍ତି ଟିକୁ ଲୋକଙ୍କ ଅନିଛା ସତ୍ୱେ ନରଣପୁର ସ୍ଥାନାନ୍ତରିତ କରିବାକୁ କୁହା ଯାଇଥିଲା। ବସ୍ତି ବାସିନ୍ଦାଙ୍କ ଉପରେ ମଧ୍‌ଯ ବହୁ ଚାପ ସୃଷ୍ଟି କରା ଯାଇଥିଲା। ଏହି ବସ୍ତିର ବାସିନ୍ଦାମାନେ କରଜ କରି କିଛି ଲୋକ ୧୫ ହଜାର ଟଙ୍କା ସିଏମସି ରେ ଦାଖଲ କରିଥିଲେ। ତାହା ସହିତ ଲୋକଙ୍କୁ ବାଧ୍‌ଯ କରା ଯାଇଥିଲା ଦେଢ ଲକ୍ଷ ଟଙ୍କା ଲୋନ୍ କରି ସୁଧ ସହ ସୁଜିବା ପାଇଁ। ଏଥି ସହ ସିଏମସି ବସ୍ତି ଦାୟିତ୍ୱ ରେ ଥିବା ପ୍ରଶାସନ ବସ୍ତିର କିଛି ଲୋକଙ୍କ ଉପରେ ଚାପ ପକାଇ ତାଙ୍କ ନାମରେ ଲୋନ୍ କରାଇ ଦେଇଥିଲେ। ବର୍ତ୍ତମାନ ଦିନ ମଜୁରିଆ ବସ୍ତି ବାସିନ୍ଦାମାନେ ଘୋର ଅଭାବ ଅନାଟନ ମଧ୍ୟରେ ରହୁ ଥିବାରୁ ସେମାନଙ୍କ ଦ୍ୱାରା ଲୋନ୍ ସୁଝିବା ସମ୍ଭବ ହେଉନାହିଁ। ଏଣୁ ବସ୍ତି ବାସିନ୍ଦାମାନେ ଜୀବିକା ହରାଇବା ଭୟରେ ଦୁର ସ୍ଥାନକୁ ସ୍ଥାନାନ୍ତର ହେବକୁ ଚାହୁଁ ନାହାଁନ୍ତି। କାରଣ ସେହି ଜାଗାରେ ସେମାନେ ମୂଲ ମଜୁରୀ କରି ପରିବାର ଚଳାଉଛନ୍ତି। ତେଣୁ ବସ୍ତିର ଲୋକମାନେ ଭୟ ଆଶଙ୍କା ମଧ୍‌ଯରେ ରହୁଛନ୍ତି। ବିକ୍ଷୋଭ କାରୀ ମାନଙ୍କ ପକ୍ଷରୁ ପ୍ରେସ୍ ଛକ ତେଲୁଗୁ ବସ୍ତିକୁ ନରଣପୁର ସ୍ଥାନାନ୍ତର ନିଷ୍ପତ୍ତି ପରିବର୍ତ୍ତନ କରିବା, ବସ୍ତି ବାସିନ୍ଦାମାନଙ୍କୁ ସେହି ସ୍ଥାନ କିମ୍ବା ନିକଟ କର୍ମସ୍ଥଳରେ ଥଇଥାନ କରି ଜାଗା ମିଶନ ନିୟମ ଅନୁଯାୟୀ ଥଇଥାନ କରି ପଟ୍ଟା ଦେବା, ପୂର୍ବ ସରକାରଙ୍କ ସମୟରେ ପ୍ରଶାସନ ଚାପରେ ଯେଉଁ ମାନେ କରଜ କରି ୧୫ ହଜାର ଟଙ୍କା ଦାଖଲ କରଛନ୍ତି ତାଙ୍କୁ ଟଙ୍କା ଫେରସ୍ତ କରିବା ଓ ଯେଉଁ ମାନଙ୍କ ନାମରେ ସିଏମସି ଦ୍ୱାରା ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ଲୋନ୍ କରାଇଛି ସେ ଲୋନ୍ ବ୍ୟବସ୍ଥାକୁୁ ବାତିଲ କରିବା ପ୍ରମୁଖ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *