ଜଗତପୁରରେ ବିଜେଡି କର୍ମି ସମ୍ମିଳନୀ ନିର୍ବାଚନୀ ସଭା


ଜଗତପୁର(ଏନ୍‌.ଏମ୍‌.): ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟ ମା ମଙ୍ଗଳା ବିଜୁ ଆଦର୍ଶ କଲୋନୀ ନିମପୁର ଜଗତପୁର ଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି ସଭାରେ ବିଜେଡି ବିଧାୟକ ପ୍ରାର୍ଥି ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡ. ପ୍ରଭାତ ବିଶ୍ୱାଳ, ୩୫ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ପବିତ୍ର ଭୂୟାଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ଜୟ ମା’ ମଙ୍ଗଳା ବିଜୁ ଆଦର୍ଶ କଲୋନୀ, ବୋଷ କଲୋନୀ, ମେଡିକାଲ ସାହି ଓ ସୁଇପର କଲୋନୀର ସମସ୍ତ ଗୁରୁଜନ ଓ ମୁରବୀ, ଯୁବକ ଓ ଯୁବତୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ନିର୍ବାଚନ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ପ୍ରାୟ ୫ ହଜାରରୁ ଉର୍ଦ୍ଧ ଲୋକଙ୍କର ଜନ ସମାଗମ ହୋଇଥିଲାବେଳେ ସମସ୍ତ ୱାର୍ଡର ଅବଜବର ମାନେ ସଭାସ୍ଥଳିରେ ଉପସ୍ଥିତ ଥିଲେ । ଜୟ ମା’ ମଙ୍ଗଳା ବିଜୁ ଆଦର୍ଶ କଲୋନୀର ସମ୍ପାଦକ ସୁକାନ୍ତ ନାୟକ, ଦୀପାଳି ଭୂୟାଁ, ତାପସ ମହାନ୍ତି, ନାଗଶ୍ୱର ବେହେରା, ବିଭୁତି ବେହେରା ଓ ବିଜୟ ଭୂୟାଁ ପ୍ରମୁଖ ବସ୍ତି ବାସିନ୍ଦାଙ୍କ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଜଣାଇଥିଲେ । ଖୁବ ଶିଘ୍ର ଏହି ସମସ୍ୟା ସବୁ ଦୂର କରାଯିବ ବୋଲି ବିଧାୟକ ସୌଭିକ ବିଶ୍ୱାଳ କହିଥିଲେ । ସଭା ପରେ ବସ୍ତିର କୁନି କୁନି କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *