News by Smruti Ranjan Tripathy (Cuttack)

ଚୌଦ୍ୱାରକଲେଜ ମହିଳା ହଷ୍ଟେଲ ଦୁର୍ନୀତି ବୋଲି ଆପତ୍ତି ଉଠାଇଛି ସ୍ପେଶାଲ ଅଡିଟ
୧ କୋଟି ୨୧ ଲକ୍ଷ ୨୬ ହଜାର ୬୦୫ ଟଙ୍କାକୁ ବେପରୁଆ ଓ ଖର୍ଚ୍ଚର ଅପଚୟ ଅଭିଯୋଗ

News by Smruti Ranjan Tripathy (Cuttack)

ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର କଲେଜର ମହିଳା ହଷ୍ଟେଲ ନିର୍ମାଣରେ ଆର୍ôଥକ ଅନିୟମିତତା, ଦୁର୍ନୀତି, ଅର୍ଥ ତୋଷରପାତ, ଜାଲିଆତି ହୋଇଥିବା ସ୍ପେଶାଲ ଅଡ଼ିଟ ରିପୋର୍ଟରୁ ଜଣାପଡ଼ିଛି । ତେବେ ଏ ନେଇ ପୂର୍ବରୁ ହୋଇଥିବା ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ଉଚ୍ଚଶିକ୍ଷାବିଭାଗ କାଗଜପତ୍ରର ସ୍ୱତନ୍ତ୍ର ଭାବେ ଯାଞ୍ଚ କରିବାକୁ ପତ୍ର ସଂଖ୍ୟା ୫୨୦୦୫ ତା ୨୦-୧୨-୨୧ ରିଖରେ ନିର୍ଦ୍ଦେଶ ଦେଇଥିଲେ । ଆଇନଜୀବୀ ଶୁଭେନ୍ଦୁ ମହାନ୍ତିଙ୍କ ଅଭିଯୋଗ ଉପରେ ୨୦୧୫ ମସିହାରୁ ୨୦୨୧ ମସିହା ଯାଏଁ ହୋଇଥିବା ସମସ୍ତ ଆର୍ôଥକ ଅନିୟମିତତାର ସ୍ପେଶାଲ ଅଡିଟ ଗତ ବର୍ଷ ଡିସେମ୍ବର ତା୨୨ରିଖରୁ ଆରମ୍ଭ ହୋଇ ଫ୍ରେବୁଆରୀ ଶେଷ ଯାଏ ଚାଲିଥିଲା । ଏବେ ଅଡିଟ ରିପୋର୍ଟଟି ସାର୍ବଜନୀନ ହୋଇଥିବାବେଳେ ମହିଳା ହଷ୍ଟେଲ ନିର୍ମାଣର ସମସ୍ତ ଖର୍ଚ୍ଚକୁ ବେଆଇନ ଓ ବେପରୁଆ ବୋଲି କହି ଆପତ୍ତି ଉଠାଇଛି ସ୍ପେଶାଲ ଅଡିଟ । ଏଥି ସହ ନିଦ୍ଦିଷ୍ଟ କାର୍ଯ୍ୟ ପାଇଁ ଅଗ୍ରୀମ ଆକାରରେ ନେଇଥିବା ୬ ଲକ୍ଷ ୮୭ ହଜାର ୮୨୦ ଟଙ୍କା , ଲାଇବ୍ରେରୀ ବହି ଫେରସ୍ତ ନହେବା କାରଣ ପାଇଁ ୯୩ ହଜାର, ଡାକ ଟିକଟ ଦର୍ଶାଯାଇନଥିବା କାରଣ ପାଇଁ ୫ ହଜାର ଏହି ଅନିୟମିତତାରେ ଯୋଡି ହୋଇ ରହିଥିବା ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଠାରୁ ଆଦାୟ କରିବାକୁ କୁହାଯାଇଛି । ପୁନଶ୍ଚ ବିନିଯୋଗ ପ୍ରମାଣ ପତ୍ର ଠିକ ସମୟରେ ପଇଠ ହୋଇ ନଥିବାରୁ ୭୯ ଲକ୍ଷ ୯୧ ହଜାର ୫୦୦ ଟଙ୍କା, ମନି ରିସିପ୍ଟର ଡୁପ୍ଲିକେଟ କପି ନଥିବାରୁ ୭ ଲକ୍ଷ ୨୫ ହଜାର ୮୪୫ ଟଙ୍କା, ଭିତ୍ତିଭୂମିର ବିକାଶ ପାଇଁ ଆସିଥିବା ଅନୁଦାନର ସଠିକ ପରିଚାଳନା ନହେବା ପାଇଁ ୨୫ ଲକ୍ଷ ଓ ଅଡିଟରଙ୍କୁ ଷ୍ଟକ୍ ରେଜିଷ୍ଟର ଦେଖାଇ ନଥିବାରୁ ୨ ଲକ୍ଷ ୫୬ ହଜାର ୧୩୯ ଟଙ୍କାକୁ ନେଇ ବିରକ୍ତି ପ୍ରକାଶ କରିବା ସହ ଆପତ୍ତି ଉଠାଇଛି ସ୍ପେଶାଲ ଅଡିଟ ଟିମ୍ । ତେବେ ଏକ ମାସ ମଧ୍ୟରେ ଏ ସମସ୍ତ ରିପୋର୍ଟକୁ ଦେଖି ନିଜର ପକ୍ଷ ରଖିବାକୁ ଚୌଦ୍ୱାରକଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ନିର୍ମାଣ ପାଇଁ ଗତ ୨୦୦୬ ମସିହାରେ କଲେଜର ତତ୍କାଳୀନ ଅଧ୍ୟକ୍ଷ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ୯୯ ଲକ୍ଷ ୮୦ ହଜାର ୫୩୯ ଟଙ୍କାର ଏକ ବୟ ମଞ୍ଜୁରୀର ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବ ପାଇବା ପରେ ୟୁଜିସି ତନ୍ମଧ୍ୟରୁ ୮୫ ଲକ୍ଷ ଟଙ୍କାର ଅନୁଦାନକୂ ଅନୁମୋଦିତ କରିଥିଲା । ଚୌଦ୍ୱାର କଲେଜକୁ ଦୁଇଟି କିସ୍ତିରେ ମିଳିବାକୁ ଥିଲା ମୋଟ ୬୩ ଲକ୍ଷ ୭୫ହଜାର ଟଙ୍କା । ପ୍ରଥମ କିସ୍ତିରେ ୪୨ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା । ଦ୍ୱିତୀୟ କିସ୍ତିରେ ୨୧ ଲକ୍ଷ ୨୫ ହଜାର ଟଙ୍କା ମିଳିବାକୁ ଥିଲା । କଲେଜ ତରଫରୁ ଏକ କମିଟି କରି କାମ ଆରମ୍ଭ ହୋଇ ଥିଲା । ଅଧ୍ୟକ୍ଷ ୪୨ ଲକ୍ଷ ୫୦ ହଜାର ଟଙ୍କାର ବ୍ୟୟ ହିସାବର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରି ଅବଶିଷ୍ଟ ୨୧ ଲକ୍ଷ ୫୦ ହଜାର ଟଙ୍କା ଗତ ତା୧୮-୦୯-୨୦୦୮ରେ ୟୁଜିସିକୁ ମାଗି ଥିଲେ । ସମୁଦାୟ ସିଭିଲ କାମ ପାଇଁ ବ୍ୟୟ ଅଟକଳ ଥିଲା ମୋଟ ୬୪ ଲକ୍ଷ ୭୬ ହଜାର ୯୫୨ ଟଙ୍କା । ଅର୍ଥାତ ସିଭିଲ କାମ ସମାପ୍ତି ପରେ ବ୍ୟୟ ଅଟକଳରୁ ଆଉ ବଳି ଥିଲା ୧ଲକ୍ଷ ୦୧ହଜାର ୯୫୨ ଟଙ୍କା । ତା୧୮- ୦୯ -୨୦୦୮ ରୁ ୦୭- ୦୩ -୨୦୧୭ ଯାଏ ହଷ୍ଟେଲ ବିଷୟରେ କାହାର କିଛି ଖୋଜ ଖବର ନଥିଲା । ହଠାତ୍ ତା୦୭- ୦୩ -୨୦୧୭ ରିଖରେ କଲେଜ ଅଧ୍ୟକ୍ଷ ହଷ୍ଟେଲକୁ ପୁର୍ଣ୍ଣାଙ୍ଗ କରିବାକୁ ହେଲେ ଆଉ ୫୦ ଲକ୍ଷ ଟଙ୍କା ଆବଶ୍ୟକତା ଥିବା ଦର୍ଶାଇ ଏକ ବିସ୍ତୃତ ନୋଟ୍ ପରିଚାଳନା କମିଟିର ତତ୍କାଳୀନ ସଭାପତି କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅନୁମୋଦନ ପାଇଁ ପଠାଇଲେ । ସଭାପତିଙ୍କ ଅନୁମୋଦନ ପରେ ଗତ ୧୦-୦୮-୨୦୧୭ ରେ ଚୌଦ୍ୱାର ପୌର କର୍ତ୍ତୃପକ୍ଷଙ୍କୁ ୫୦ ଲକ୍ଷ ଟଙ୍କା ବିନା ବ୍ୟୟ ଅଟକଳରେ ଗଣି ଦିଆଗଲା । ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଧଜ୍ଝ ଇଲେକ୍ଟ୍ରି ପାଇଁ ୭ ଲକ୍ଷ ୫୧ ହଜାର ୬୦୫ ଟଙ୍କା ଦିଆଗଲା । ଏମିତି ଭାବେ ମୋଟ ୧ କୋଟି ୨୧ ଲକ୍ଷ ୨୬ ହଜାର ୬୦୫ ଟଙ୍କାକୁ ହଷ୍ଟେଲ ନିର୍ମାଣ ପାଇଁ ବେପରୁଆ ଭାବେ ଖର୍ଚ୍ଚ କରି ଦିଆଗଲା । ଯାହାର କୌଣସି ପ୍ରକାର ଲାଭ ଏ ପର୍ଯ୍ୟନ୍ତ ପ୍ରକୃତ ହିତାଧିକାରୀ ଛାତ୍ରୀମାନଙ୍କୁ ମିଳିନାହିଁ । ଏ ଯାଏଁ ହଷ୍ଟେଲଟି କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଚଟାଣରେ ଉଇ ହୁଙ୍କା ଉଠି ଛାତ ଯାଏ ଲମ୍ବିଛି । ହଷ୍ଟେଲ ଭିତରେ ବୁଦା ବୁଦା ଗଛ ଯେମିତି ଏକ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ରକ୍ଷଣାବେକ୍ଷଣ ଅଭାବରୁ ସମୁଦାୟ ହଷ୍ଟେଲ ଏବେ ଭୂତକୋଠି ହେବାକୁ ବସିଲାଣି । ୱାଡେନ୍ କ୍ୱାଟରରେ ଜଣେ ଅଧ୍ୟାପକ ରହିଥିଲେ ମଧ୍ୟ ହଷ୍ଟେଲ ଅବସ୍ଥା ବୁଝିବାକୁ କାହାର ଯେମିତି ସମୟ ନାହିଁ । ତେଣୁ ସ୍ପେଶାଲ ଅଡିଟ ଟିମ୍ ଏହାକୁ ନେଇ ଉଦବେଗ ପ୍ରକାଶ କରିଛି । ମହିଳା ହଷ୍ଟେଲ ନିର୍ମାଣରେ ସମୁଦାୟ ୧ କୋଟି୨୧ ଲକ୍ଷ ୨୬ ହଜାର ୬୦୫ ଟଙ୍କାର ଖର୍ଚ୍ଚକୁ ବେଆଇନ ଓ ବେପରୁଆ ଖର୍ଚ୍ଚ ବୋଲି ଅବିହିତ କରି ନକରାତ୍ମକ ମନ୍ତବ୍ୟ ଦେଇଛି ଅଡିଟ । ଗରିବଗୁରୁବା ପିଲାଙ୍କ ଟଙ୍କାକୁ ଜାଣିଶୁଣି ନଷ୍ଟ କରି ଦିଆ ଯାଇଛି ବୋଲି କହି ଆପତ୍ତି ଉଠାଇଛି । ଚୌଦ୍ୱାର କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀକରି ଏକ ମାସ ଭିତରେ ଏହାର ସନ୍ତୋଷ ଜନକ ଉତ୍ତର ପାଇଁ ବର୍ତ୍ତମାନର କଲେଜ ଅଧ୍ୟକ୍ଷଙ୍କୁ ପକ୍ଷ ରଖିବାକୁ କୁହାଯାଇଛି ।

By admin

Leave a Reply

Your email address will not be published. Required fields are marked *