କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା

କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା

ଫଟୋ-ରିପୋର୍ଟ: ବିଭୁପ୍ରସାଦ ସ୍ୱାଇଁ

କଟକ ସଦର(ଏନ୍‌.ଏମ୍‌.): କଟକ ସଦର ବ୍ଲକ ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ଶାନ୍ତି ଯଜ୍ଞର ପ୍ରଥମ ଦିନ ୧୭ ତାରିଖରେ ଶୁଭ ଅଙ୍କୁରାରୋପଣ, ୧୮ ତାରିଖରେ କଳସ ଶୋଭାଯାତ୍ରା, ସୁର୍ଯ୍ୟ ପୂଜା, ଅଗ୍ନିସ୍ଥାପନ ଓ ସର୍ବ ଦେବାଦେବୀଙ୍କର ଯଜ୍ଞ ମଣ୍ଡପକୁ ଆବାହନ,୧୯ ତାରିଖରେ ଭଗବତଗୀତାରେ ଆହୁତି ପ୍ରଦାନ, ମା’ ବାରୁଣେଇଙ୍କ ଷୋଡଶ ଉପଚାର ପୂଜା, ମା’ ଚଣ୍ଡୀଙ୍କର ଆହୁତି ପ୍ରଦାନ ଏବଂ ୨୦ ତାରିଖରେ ଭଗବତ ଗୀତରେ ଆହୁତି ପ୍ରଦାନ, ଭାଗବତ ମେଳଣ, ପୂର୍ଣ୍ଣାହୁତି, ଘଟ ବିସର୍ଜନ ଓ ପ୍ରସାଦ ସେବନର କାଯ୍ୟ ସମ୍ପାଦନ କରାଯାଥିଲା । ବହୁଦିନରୁ ଅନୁଷ୍ଠିତ ହେଇ ଆସୁଥିବା ପାଞ୍ଚଦିନର କାର୍ଯ୍ୟକ୍ରମରେ ମା’ ବରୁଣେଇଙ୍କ ପୀଠରେ ଦୁଇ ଦିନ ଧରି ମେଳଣ ଯାତ୍ରା, ବିଶ୍ୱଶାନ୍ତି ଯଜ୍ଞ, ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଫକୀରପଡା ମାଟିର ପୁଅ ସାରଦା ପ୍ରସନ୍ନ ସାହୁଙ୍କ ଦ୍ୱାରା ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ, ନନ୍ଦିଆ ମା’ ତୋଟାରେ ଦୋଳ ମେଳଣ ଓ ମେଳଣ ଯାତ୍ରା ୧୭ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଆୟୋଜିତ ହେଇଥିବା ବିଶ୍ୱ ଶାନ୍ତି ଯଜ୍ଞରେ ପଣ୍ଡିତ ପଦ୍ମନାଭ ମିଶ୍ର, ଅନ୍ତର୍ଯ୍ୟାମୀ ହୋତା, ସୁଧୀର ନନ୍ଦ, ଚିତ୍ତରଞ୍ଜନ ନନ୍ଦ, ଜ୍ଞାନରଞ୍ଜନ ନନ୍ଦ, ପରମେଶ୍ୱର ନନ୍ଦ , ମଧୁସୂଦନ ଦାସ ବିଶ୍ୱଶାନ୍ତି ଯଜ୍ଞର ସମସ୍ତ କାଯ୍ୟ ସମ୍ପାଦନ କରିଥିଲେ । ଗ୍ରାମର ସତ୍ୟଜିତ ପ୍ରଧାନ,କୈଳାଶ ନନ୍ଦ, ଲୋକନାଥ ସାହୁ,ଜୀବନ ପଣ୍ଡା, ଶିବପ୍ରସାଦ ସାହୁ, ଧୀରେନ୍ଦ୍ର ସ୍ୱାଇଁ, ବାବାଜୀ ରାଉତଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *