ମାଘମେଳାରେ ସ୍ୱେଚ୍ଛାସେବୀ ମୁତୟନ ପାଇଁ ସମନ୍ୱୟ ବୈଠକ

ମାଘମେଳାରେ ସ୍ୱେଚ୍ଛାସେବୀ ମୁତୟନ ପାଇଁ ସମନ୍ୱୟ ବୈଠକ #କୋଣାର୍କ (ଏନ୍‌.ଏମ୍‌.): ପୁରାଣ ପ୍ରସିଦ୍ଧ ମାଘ ମେଳା ପାଇଁ ଚଳିତ ମାସ ୨୭ ତାରିଖ ଅପରାହ୍ନରୁ ୨୮ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ଓ ସୂର୍ଯ୍ୟମନ୍ଦିର ସମେତ କୋଣାର୍କର ବଜାରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିବ । ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୂଷ୍କରଣୀରେ ବୁଡ଼ ପକାଇବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବା ନିମନ୍ତେ ସ୍ୱେଚ୍ଛାସେବୀମାନେ ମୁତୟନ ହେବେ । ସ୍ୱେଚ୍ଛାସେବୀ…

Read More

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର #ରାଇରଙ୍ଗପୁର (ଏନ୍‌.ଏମ୍‌.): ସାରା ଭାରତରେ ଜାନୁଆରୀ ୧୪ ରୁ ଜାନୁଆରୀ ୩୦ ତାରିଖ ଯାଏଁ ଯାହାକି ଜୀବଜନ୍ତୁ କଲ୍ୟାଣ ପକ୍ଷ ଭାବେ ପାଳନ କରାଯାଉଛି । ରାଜ୍ୟରେ ଜାନୁଆରୀ ୨୫ ତାରିଖ ଦିନ ଜୀବଜନ୍ତୁ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ୧୯୫୮ମସିହାରେ ପ୍ରତିଷ୍ଠା ହୋଇଥିବା ଗୋଶାଳା ପରିସରରେ ରାଜ୍ୟ ପ୍ରାଣୀ…

Read More

ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୁଙ୍ଗସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ

ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୁଙ୍ଗସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ #କୋଣାର୍କ/ ଭୁବନେଶ୍ୱର (ଏନ୍‌.ଏମ୍‌.): ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ, ଧନବାଦ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି । ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ…

Read More

ଧାତକିଡିହି ଗ୍ରାମରେ ଯୁବତୀଙ୍କ ଆତ୍ମହତ୍ୟା

ଧାତକିଡିହି ଗ୍ରାମରେ ଯୁବତୀଙ୍କ ଆତ୍ମହତ୍ୟା #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅଧିନ ଝରାଡିହି ଫାଣ୍ଡି ଅନ୍ତର୍ଗତ ଧାତକିଡିହି ଗ୍ରାମର ରାସ ପାତ୍ର’ଙ୍କ ୨୪’ ବର୍ଷିୟା ଝିଅ ସୁରେଖା ପାତ୍ର ଏକ ଗଛରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର ସଠିକ କାରଣ ଜଣା ପଡି ନଥିବାବେଳେ ସେ ମାନସିକ ବିକୃତ ଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । ପରିବାର ବର୍ଗଙ୍କ ସୂଚନା ଅନୁସାରେ ସୁରେଖା ମାନସିକ ବିକୃତ ଥିଲେ, ସେ…

Read More

ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ପରଲୋକ

ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ପରଲୋକ #କଟକ(ଏନ୍‌.ଏମ୍‌.): ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସ(୨୬)ଙ୍କ ଆକସ୍ମିକ ମୃତ୍ୟୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ବାପାଙ୍କ ମୃତ୍ୟୁର ବର୍ଷକ ପରେ ସାନ ପୁଅର ମୃତ୍ୟୁକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏ ନେଇ ପରିବାର ଲୋକେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସୂଚନା ଅନୁଯାୟୀ ଗତ କାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ…

Read More

ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ

ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ #ଆଠଗଡ଼ (ଏନ୍‍.ଏମ୍‍.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡ. ଦିଲ୍ଲିପ ଦାସଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ୮ଗୋଟି ପଞ୍ଚାୟତର ୨୨ଗୋଟି ବିଦ୍ୟାଳୟରେ ଓ ୩୪ଗୋଟି ମମତା ଦିବସ ଶିବିରରେ ଅମ୍ଳାନ କାର୍ଯ୍ୟକ୍ରମ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସମଲଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ସମସ୍ତ ଛାତ୍ରଛାତ୍ରୀମାନଙ୍କ ହିମଗ୍ଳୋବିନସ୍ତର ମାପ କରାଯାଇଥିଲା ।…

Read More

ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ

ଶ୍ରୀରଙ୍ଗପୁର ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ #ଆଠଗଡ଼(ଏନ୍‍.ଏମ୍‍.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ଅନନ୍ତପୁର ପଞ୍ଚାୟତର ଶ୍ରୀରଙ୍ଗପୁର ଠାରେ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ଅନୁଷ୍ଠିତ ହୋଇଯାଇଛି । ମେଘା ସେକ୍ଟରର ବରିଷ୍ଠ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ସଂଯୋଜନାରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ଆୟୋଜିତ ଏହି ଦିବସରେ ଅବସରରେ ବ୍ରହ୍ମପୁର…

Read More

‘ଲୋକ ସ୍ୱରାଜ ଓଡ଼ିଶା’ ଗଠନ

‘ଲୋକ ସ୍ୱରାଜ ଓଡ଼ିଶା’ ଗଠନ #କଟକ(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୬ତମ ଜନ୍ମ ଜୟନ୍ତୀ ଅବସରରେ ଏକ ସଂଗଠନ ଜନ୍ମନେଇଛି । ଲୋକ ସ୍ୱରାଜ ଓଡ଼ିଶା ନାମରେ ଏହି ସଂଗଠନ ସମାଜର ବିଭିନ୍ନ ଦିଗରେ କାର୍ଯ୍ୟକରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀ ବିହାର ସ୍ଥିତ ଅରବିଟାଲ୍ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ସାଧାରଣ ସଭାରେ ଆବାହକ ପ୍ରକାଶ ରଞ୍ଜନ ଭୂୟାଁ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ପ୍ରକାଶ ରଞ୍ଜନ ଭୂୟାଁ…

Read More

ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ

ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ #ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ସଂସଦ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଭବ୍ୟ ସମାରୋହରେ ଉଦଘାଟକ ଭାବେ କଟକ ସାଂସଦ ଭର୍ତ୍ତୃହରୀ ମହତାବ ଯୋଗଦେଇ ଶିକ୍ଷା ଛାତ୍ର ସମାଜକୁ ଶୃଙ୍ଖଳିତ…

Read More

ପୁରାଣପ୍ରସିଦ୍ଧ ମାଘମେଳା ପାଇଁ ପ୍ରସ୍ତୁତି ଜୋରଦାର: ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗା ମେଳାପଡ଼ିଆ

ପୁରାଣପ୍ରସିଦ୍ଧ ମାଘମେଳା ପାଇଁ ପ୍ରସ୍ତୁତି ଜୋରଦାର ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗା ମେଳାପଡ଼ିଆ #କୋଣାର୍କ (ଏନ୍‌.ଏମ୍‌.): ପୁରାଣ ପ୍ରସିଦ୍ଧ ମାଘ ମେଳା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ କୋଣାର୍କ ଓ ଚନ୍ଦ୍ରଭାଗାଠାରେ ବ୍ୟାପକ ପ୍ରସ୍ତୁତି ଜାରିରହିଛି । ଚଳିତ ବର୍ଷ ଚନ୍ଦ୍ରଭାଗା ତୀର୍ଥ ପୂଷ୍କରଣୀରେ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ଓ ମହୋଦଧିରେ ବୁଡ଼ ପକାଇବାର ପୂର୍ବାନୁମାନ କରାଯାଇଛି । ମାଘମେଳାରେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାବେଶର ସମ୍ଭାବନା ଥିବାରୁ…

Read More

ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ #ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ ୨୨ଟି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶିତ ତାଲିକାରେ ନଥିବା ଜଣାଯାଇଛି । ଥିଲାବାଲା ଏକରଏକର ଜମିବାଡିର ମାଲିକ, କୋଠା ପକାଘର ଥିବା ବ୍ୟକ୍ତି ବିଶେଷଙ୍କ ନାମ ତାଲିକାରେ ସ୍ଥାନିତ ହୋଇଥିବାବେଳେ ଦାରିଦ୍ର‌୍ୟର ସୀମାରେଖା ତଳେ ବସବାସ କରୁଥିବା…

Read More

କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ

କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ #କଟକ(ଏନ୍‌.ଏମ୍‌.): କଟକରେ ସେକ୍ସ ର‌୍ୟାକେଟ ଠାବ ହୋଇଥିବା ଜଣାପଡ଼ିଛି । ବାଦାମବାଡ଼ି ଥାନା ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବାବେଳେ ପୁଲିସକୁ ମିଳିଥିଲା ସୁରାକ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନାର ଏକ ଟିମ ଅଚାନକ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ରାଣୀ ମହୁମାଛି ସହ ୪ଜଣ ଦେହଜୀବୀ ଜଣେ ଗ୍ରାହକ ଓ ଜଣେ ଦଲାଲକୁ ଧରିବାରେ…

Read More