ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର
ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର #ଜଗତସିଂହପୁର (ଏନ୍.ଏମ୍.): ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଅଘଟଣ ଘଟିଛି । ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତମାନେ ଇଚ୍ଛାପୁର ଓ ଆଖାପାଖ ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଥିବା ତାଙ୍କ ନାମ ଦିଲୁ ମହାନ୍ତି ବୋଲି ଶୁଣିବାକୁ ମିଳିଛି ।…
