ଶେଷ ହେଲା ମାଟ୍ରିକ ପରୀକ୍ଷା, ୩ରୁ ଆରମ୍ଭ ହେବ ଖାତା ଦେଖା

ଶେଷ ହେଲା ମାଟ୍ରିକ ପରୀକ୍ଷା, ୩ରୁ ଆରମ୍ଭ ହେବ ଖାତା ଦେଖା #କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ହେଉଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ଏହି ପରୀକ୍ଷା ଗତ ୧୦ତାରିଖରୁ ଆରମ୍ଭ ହୋଇଥିଲା । ତେବେ ଆସନ୍ତା ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଆସନ୍ତା ୩ ତାରିଖରୁ ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ…

Read More

ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ସରଧପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ସାମ୍ବାଦିକ ସୁଦିପ୍ତ କୁମାର ବଡ଼ଜେନାଙ୍କ ପିତା ସୁବାଷ ଚନ୍ଦ୍ର ବଡ଼ଜେନାଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଜଣେ ପରୋପକାରୀ, ସ୍ପଷ୍ଟବାଦୀ, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଏକଦଶାହ ଓ ଦ୍ୱାଦଶାହ ଅବସରେ ଆୟୋଜିତ ସ୍ମୃତିସଭାରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମୁରବୀ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ…

Read More

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ #କଟକ(ଏନ୍‌.ଏମ୍‌): ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟି ଡକ୍ଟର ଜୟନ୍ତ ରଥ ଏହି ଅଷ୍ଟବିଂଶତମ୍ ସମାରୋହରେ ସଭାପତିତ୍ୱ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ୧୯୯୨ ମସିହାରୁ ଆଜି ପର୍ଯ୍ୟନ୍ତ ସାହିତ୍ୟ ଭାରତୀ ସମ୍ମାନ ସହିତ ବିଭିନ୍ନ ସମ୍ମାନ କୃତୀ ସାହିତ୍ୟିକ ମାନଙ୍କୁ ପ୍ରଦାନ କରାଯାଉଛି । ଏହି ଅବସରରେ ଓଡ଼ିଶା…

Read More

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ #କଟକ(ଏନ୍‌.ଏମ୍‌.): ସାମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ ଓ ଆଶ୍ରମ ପିଲାଙ୍କ ସହ ପଖାଳ ଖାଇବା ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ଭାବ ବିନିମୟ କରିଥିଲେ । ‘ଆମେ ଓଡ଼ିଆ, ଆମ ପଖାଳ ବଢିଆ’ ବାର୍ତ୍ତାକୁ ସଭିଙ୍କ ମୁହଁରେ ରହିବାର ଏହା ଏକ ଭିନ୍ନ ପ୍ରୟାସ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।…

Read More

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌

ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍‌ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସମାଜରେ ବିଭିନ୍ନ ପ୍ରକାର ମିଡ଼ିଆ ନିଜର ଅସ୍ଥିତ୍ୱକୁ ସୁଦୃଢ଼ କରିଥିବାବେଳେ ଏହାକୁ ହାତବାରିସୀ କରି ବିଭିନ୍ନ ସଂସ୍ଥା, ବିଭାଗୀୟ କର୍ତ୍ତୃପକ୍ଷ ନିଜର ପତିଆରାକୁ ଜାହିର କରିବାରେ ଲାଗି ପଡ଼ିଛନ୍ତି । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥାର କର୍ତ୍ତୃପକ୍ଷ ଦୁର୍ନୀତିରେ ବୁଡ଼ି ରହି ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବାରେ ବ୍ୟସ୍ତ ରହିଛନ୍ତି । ମାତ୍ର ସାମ୍ବାଦିକଙ୍କ ଶନିଦୃଷ୍ଟିରୁ ଖସିବା ପାଇଁ ଏବେ ସାମ୍ବାଦିକମାନଙ୍କୁ କିଭଳି…

Read More

ହରିଓଁ ସ୍ମାଇଲର ଶିକ୍ଷାତ୍ମକ କାର୍ଯ୍ୟକ୍ରମ: ‘ହସ ମାଧ୍ୟମରେ ଆତ୍ମା ପରମାତ୍ମା ସହ ଯୋଡ଼ି ହୋଇ ପାରିବ’

ହରିଓଁ ସ୍ମାଇଲର ଶିକ୍ଷାତ୍ମକ କାର୍ଯ୍ୟକ୍ରମ: ‘ହସ ମାଧ୍ୟମରେ ଆତ୍ମା ପରମାତ୍ମା ସହ ଯୋଡ଼ି ହୋଇ ପାରିବ’ #କଟକ(ଏନ୍‌.ଏମ୍‌.): ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସୁଖ ,ଶାନ୍ତି, ସୁସ୍ଥ ଓ ଆନନ୍ଦ ଉଲ୍ଲାସରେ ରହିବାକୁ ଚାହାଁନ୍ତି, କିନ୍ତୁ ତାହା ସହଜରେ ହୋଇ ପାରେନି । ସାରା ଜୀବନ ଖୁସି ଖୋଜି ଖୋଜି ସମୟ ଅତିବାହିତ କରିଦିଅନ୍ତି । ମାତ୍ର ତାହା ସମ୍ଭବ ନହେବାରୁ ବହୁତ ଦୁଃଖ ଅନୁଭବ କରନ୍ତି । ହରିଓଁ ସ୍ମାଇଲ ସେହି ଅସମ୍ଭବକୁ ସମ୍ଭବ କରି ଦେଇ…

Read More

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ #କିଶନନଗର(ଏନ୍‌.ଏମ୍‌.): ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରୁଥିବାବେଳେ ବାଟରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅପରାହ୍ନରେ ୫ଜଣ ଛାତ୍ର ପରୀକ୍ଷା ଦେଇ ଫେରିବା ସମୟରେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଏହି ସମୟରେ ଖବର ପାଇ କିଶନନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ ଦୁର୍ବୁତ୍ତଙ୍କ…

Read More

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା

ମଧ୍ୟାହ୍ନ ଭୋଜନ ଜାଳେଣି ଚୋରି: ଶିକ୍ଷୟିତ୍ରୀ ହଟ୍ଟହଟ୍ଟା #କୋଣାର୍କ (ଏନ୍‌.ଏମ୍‌.): ଶନିବାର ଅପରାହ୍ନରେ ଗୋପ ବ୍ଲକ୍ ତଥା କୋଣାର୍କ ଥାନା ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସଂପୃକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ତ୍ରିପାଠୀ ଓ ତାଙ୍କ ସ୍ୱାମୀ ତଥା କୁନଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଦୟ କୁମାର ବଡପଣ୍ଡା ମଧ୍ୟାହ୍ନ ଭୋଜନ ଜାଳେଣି କାଠ ଓ ଗ୍ୟାସ୍ ସିଲିଣ୍ଡର ଚୋରିକରି ନେବାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡି ହଟହଟା ହୋଇଛନ୍ତି । ଘଟଣାସ୍ଥଳରେ…

Read More

ଅର୍ଚ୍ଚନା ନାଗ ନାଁରେ ୪ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆଟାଚ୍ କଲା ଇଡି

ଅର୍ଚ୍ଚନା ନାଗ ନାଁରେ ୪ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଆଟାଚ୍ କଲା ଇଡି #କଟକ(ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାରି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆଟାଚ କରିଛି । ବର୍ତ୍ତମାନ ମାମଲା କୋର୍ଟ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ଚାଲିଛି ବୋଲି କଟକରେ ଅନୁଷ୍ଠିତ କଳାଧନ ସମ୍ପର୍କିତ ଏସ୍‌ଆଇଟିର ନବମ ବୈଠକ ପରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ…

Read More

‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ

‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ #ଭୁବନେଶ୍ୱର(ଏନ୍‌.ଏମ୍‌.): ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ସୁବିଧା ସୁଯୋଗକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ‘ମୋ ସରକାର’ ଏକ ଯୁଗାନ୍ତକାରୀ ବ୍ୟବସ୍ଥା । ଟିମ୍‌ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ୍‌, ଟାଇମଲିମିଟ, ଆଦି ୫ଟି ନିୟମକୁ ଆଧାର କରି କିଭଳି ରାଜ୍ୟ ସରକାର ସେବା ଯୋଗାଉଛନ୍ତି, ତାହାକୁ ଦେଖିବାକୁ ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା…

Read More

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼ ‘ବି’ ସେଟରୁ ବାହାରିଲା ‘ଏ’ ସେଟର ପ୍ରଶ୍ନ, ବୋର୍ଡ କହିଲା- କଟିବନି ଗୋଟିଏ ବି ମାର୍କ #କଟକ(ଏନ୍‌.ଏମ୍‌.): ବିବାଦ ଭିତରୁ ମୁକୁଳି ପାରୁନି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା (ବୋର୍ଡ଼) । ପରୀକ୍ଷା ପରିଚାଳନା ନେଇ ବିଭିନ୍ନ ସମୟରେ ବୋର୍ଡ଼ ଛନ୍ଦି ହୋଇ ପଡ଼ୁଛି ବିବାଦ ଭିତରେ । ଆଜି ପୁଣି ଥରେ ବିବାଦ ଘେରରେ ଫସିଲା ବୋର୍ଡ । ମାଟ୍ରିକ ପରୀକ୍ଷାରେ ପୁଣି ଥରେ ଦେଖାଦେଲା…

Read More

୫-ଟି ଅଧିନସ୍ଥ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କମିଟି ପ୍ରଥମ ବୈଠକ

୫-ଟି ଅଧିନସ୍ଥ ଆମ ହସ୍ପିଟାଲ ରୂପାନ୍ତିକରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କମିଟି ପ୍ରଥମ ବୈଠକ #କଟକ(ଏନ୍‌.ଏମ୍‌.): ରାଜ୍ୟର ସମସ୍ତ ଜିଲ୍ଲାରେ ସଦର ମହକୁମା, ଉପଖଣ୍ଡମାନଙ୍କରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଚିକିତ୍ସାଳୟ ଗୁଡିକୁ ୫ଟି ଆଧାରରେ ‘ଆମ ହସ୍ପିଟାଲ’ ରୁପାନ୍ତିକରଣ କାର୍ଯ୍ୟକ୍ରମ ଜରିଆରେ ଉନ୍ନତିକରଣ କରାଯିବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରେ ୯ଗୋଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ୫ଟି ଆଧାରରେ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ସାମିଲ କରାଯିବା ନେଇ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ…

Read More