ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବନ୍ଦ ରହିବ କଟକର ବିଭିନ୍ନ କାର୍ଯ୍ୟାଳୟ
ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବନ୍ଦ ରହିବ କଟକର ବିଭିନ୍ନ କାର୍ଯ୍ୟାଳୟ #ଭୁବନେଶ୍ୱର/କଟକ(ଏନ୍.ଏମ୍.): ମହାମହିମ ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ କ୍ରମେ ଜୁଲାଇ ୨୬ (ବୁଧବାର ଦିନ) କଟକସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କଟକ ରାଜସ୍ୱ ବିଭାଗ କମିଶନର ଘୋଷଣା କରିଛନ୍ତି । କଟକସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁରେ ଅବସ୍ଥାପିତ ସମସ୍ତ କାର୍ଯ୍ୟାଳୟ, ଆରଡିସି (କେନ୍ଦ୍ରୀୟ ଡିଭିଜନ୍), ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସବ୍-ରେଜିଷ୍ଟ୍ରାର, ପିଡି…
