ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ
ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ #କଟକ(ଏନ୍.ଏମ୍.): କଳାକାର ଗଢ଼ା କାରଖାନା ତଥା ଐତିହାସିକ ଅନ୍ନପୂର୍ଣ୍ଣା ଥିଏଟର-ବି ଗ୍ରୁପ୍ ଦ୍ୱାରା ପ୍ରାୟୋଜିତ ‘ଲାଲ୍ ପାଏନ’ନାଟକ ମଞ୍ଚସ୍ଥ ହୋଇଯାଇଛି । ଦେଶ ବିଦେଶରେ ପ୍ରଶଂସିତ ହୋଇଥିବା ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦା୍ୱରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ବେଲପାହାଡର ମିରର୍ ଥିଏଟର ଗ୍ରୁପ୍ ପରିବେଷଣ କରିଥିଲା । ହୀରାକୁଦ ବିସ୍ଥାପିତମାନଙ୍କ କରୁଣ କାହାଣୀ ଉପରେ ଆଧାରିତ ଏହି ନାଟକଟି ବେଶ୍ ଚିତ୍ତାକର୍ଷକ ହୋଇଥିଲା ।…
