କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡ଼ି) ସମୟ ପରିବର୍ତ୍ତନ

କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡ଼ି) ସମୟ ପରିବର୍ତ୍ତନ ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଡିସେମ୍ବର ମାସ ୧ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗ (ଓପିଡ଼ି) ଖୋଲା ରହିବ କିନ୍ତୁ ଅପରାହଅ ୧ଟାରୁ ୨ଟା ମଧ୍ୟାହ୍ନ ଭୋଜନ ପାଇଁ ବନ୍ଦ ରହିବ । ଏଥିପାଇଁ ପଞ୍ଜିକରଣ କାଉଣ୍ଟର ସକାଳ ୮ଟା ୩୦ରୁ ଦିନ ୧୨ଟା ୩୦ ଓ ୧ଟା ୩୦ରୁ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ ।…

Read More

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ ଶ୍ରମିକ ବିଧାନ ସମ୍ପର୍କରେ ସାମ୍ବାଦିକଙ୍କ ପାଇଁ କର୍ମଶାଳା

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ ଶ୍ରମିକ ବିଧାନ ସମ୍ପର୍କରେ ସାମ୍ବାଦିକଙ୍କ ପାଇଁ କର୍ମଶାଳା #କୋଣାର୍କ(ଏନ୍‌.ଏମ୍‌.): ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଅଧିନସ୍ଥ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡ ଦ୍ୱାରା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୋଣାର୍କ, ନିମାପଡ଼ା, ଗୋପ, କାକଟପୁର, ପୁରୀ ଆଦି ବହୁ ସାମ୍ବାଦିକ ସଂଘର ସାମ୍ବାଦିକମାନେ ଉପସ୍ଥିତ ଥିଲେ ।…

Read More

କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ସଦସ୍ୟାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ସଦସ୍ୟାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ #ଆଠଗଡ଼(ଏନ୍‌.ଏମ୍‌.): କଖଡ଼ି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ମିଶନଶକ୍ତି ସଦସ୍ୟାମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ଅନ୍ତର୍ଗତ ଗୋଷ୍ଠୀ ସହାୟିକା ସଦସ୍ୟାମାନଙ୍କୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି । ଏହି ବୈଠକରେ କଖଡି ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଛତାର ଯୋଗଦେଇ ମିଶନ ଶକ୍ତି ଉପରେ ପ୍ରାକ୍ ସୂଚନା ଦେଇଥିଲେ…

Read More

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ମାମଲାରେ ବାଂଲାଦେଶୀ ଯୁବକ ଗିରଫ

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ମାମଲାରେ ବାଂଲାଦେଶୀ ଯୁବକ ଗିରଫ ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ କରିବା ମହଙ୍ଗା ପଡ଼ିଛି । ଏହି ମାମଲାରେ ବାଂଲାଦେଶୀ ଯୁବକକୁ ପୁଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ଆକାଶ ଚୌଧୁରୀ ବୋଲି ସିଂହଦ୍ୱାର ଥାନା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆକାଶର ଘର ବାଂଲାଦେଶ ସିଲହଟ ଜିଲ୍ଲା ପୂର୍ବ ଜିନ୍ଦା ବଜାରରେ । ପୁଲିସ୍ ଆକାଶ ଠାରୁ ଗୋଟିଏ…

Read More

ମୁଖ୍ୟମନ୍ତ୍ରୀଙ୍କ ଭେଟିଲେ କୁଲଟା କର୍ମକର୍ତ୍ତା: ପୁରୀରେ ଧର୍ମଶାଳା ନିର୍ମାଣ ପାଇଁ ଜମି ଓ ଆର୍ଥିକ ସହାୟତା ଯୋଗାଇବେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀଙ୍କ ଭେଟିଲେ କୁଲଟା କର୍ମକର୍ତ୍ତା: ପୁରୀରେ ଧର୍ମଶାଳା ନିର୍ମାଣ ପାଇଁ ଜମି ଓ ଆର୍ଥିକ ସହାୟତା ଯୋଗାଇବେ ରାଜ୍ୟ ସରକାର #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ, ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ ୫-ଟି ଉପକ୍ରମରେ ମୁଖ୍ୟମନ୍ତ୍ରୀ ନେଇଥିବା ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମାଜ ପକ୍ଷରୁ…

Read More

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଡିହସାହି କାର୍ତ୍ତିକେଶ୍ୱର ଭସାଣି ଉତ୍ସବ

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଡିହସାହି କାର୍ତ୍ତିକେଶ୍ୱର ଭସାଣି ଉତ୍ସବ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ କୟଳପଡ଼ା ପଞ୍ଚାୟତ ଡିହସାହି ଗ୍ରାମରେ କାର୍ତିକେଶ୍ୱର୍ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଦୁଇ ଦିନ ଧରି ଆୟୋଜିତ ଏହି ଉତ୍ସବରେ ଅଞ୍ଚଳର ବିଭିନ୍ନ ସାହିରୁ ୧୩ ଖଣ୍ଡ ମେଢ଼ ଆସି ଏକାଠି ହୋଇଥିଲେ । ଯାତ୍ରାର ପ୍ରଥମ ଦିନ ବିଭିନ୍ନ ସାହିରୁ ମେଢ଼ ଗୁଡ଼ିକ ରୋଷଣି କରି ଯାତ୍ରା ପଡିଆକୁ ଆସିଥିଲେ ।…

Read More

ସାହିତ୍ୟ ମାସିକୀ: ‘ସମାଜରେ ନିଆରା ଦେଖିଲେ କଥାକାର ତାହାକୁ ରୂପ ଦିଏ’

ସାହିତ୍ୟ ମାସିକୀ: ‘ସମାଜରେ ନିଆରା ଦେଖିଲେ କଥାକାର ତାହାକୁ ରୂପ ଦିଏ’ ଭୁବନେଶ୍ୱର(ଏନ୍‍.ଏମ୍‍.): ସମାଜରେ କିଛି ନିଆରା ଲକ୍ଷ୍ୟକଲେ କଥାକାର ତାକୁ ଗଳ୍ପରେ ରୂପାୟିତ କରେ । ତାହା ମଣିଷ ଓ ଜୀବନର ଅନୁକୂଳ ଏବଂ ପ୍ରତିକୂଳ ଦିଗକୁ ଦର୍ଶାଇଥିଲେ ମଧ୍ୟ ସେଥିରୁ ମାର୍ଗଦର୍ଶନ ମିଳେ ବୋଲି ବିଶିଷ୍ଟ କଥାକାର ସହଦେବ ସାହୁ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ସାହିତ୍ୟ ମାସିକୀ’ରେ ଯୋଗଦେଇ କଥାକାର ଶ୍ରୀ ସାହୁ କଥାବାର୍ତ୍ତା ପ୍ରସଙ୍ଗରେ…

Read More

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ କଟକ (ଏନ୍‍.ଏମ୍‍.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଆଜି ଦିବା ୧୧.୩୦ ଘଟିକା ସମୟରେ କଟକ ମହାନଗର ନିଗମ ୨୨ ନମ୍ବର ୱାର୍ଡ଼ର ବାରପଥ ରୋଡ଼ ସ୍ଥିତ ଧୋବିଲେନ୍ ଠାରେ ଶ୍ରୀ ଶ୍ରୀ ଷୋଳପୁଅ ମା’ ମନ୍ଦିର ପରିସରରେ ଶୀତ ବସ୍ତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଅସହାୟ ଗରିବ ମହିଳା ଓ ଶିଶୁମାନଙ୍କୁ…

Read More

ଜଗତପୁରରୁ ତହସିଲ୍ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଜଗତପୁରରୁ ତହସିଲ୍ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ ଜଗତପୁର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ତହସିଲ କାର୍ଯ୍ୟାଳୟ ଦୀର୍ଘ ବର୍ଷ ଧରି ଜଗତପୁର ଅଞ୍ଚଳରେ ଥିବାବେଳେ ଏହାକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଛି । ତେବେ ଏହି କାର୍ଯ୍ୟାଳୟର ସ୍ଥାନାନ୍ତର ବାତିଲ ଦାବିରେ ଜଗତପୁର ଅଞ୍ଚଳରେ ଜନସାଧାରଣ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଦୀର୍ଘ ୩୯ବର୍ଷ ତଳୁ ଗମନାଗମନ ଇତ୍ୟାଦି ସୁବିଧା ଦୃଷ୍ଟିରୁ ଜଗତପୁର ଠାରେ ତହସିଲ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଇ ଆସୁଅଛି । ମାତ୍ର…

Read More

ଚୌଦ୍ୱାର କଲେଜରେ ସମ୍ବିଧାନ ଦିବସ

ଚୌଦ୍ୱାର କଲେଜରେ ସମ୍ବିଧାନ ଦିବସ ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଇଥାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ପ୍ରଥମେ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ବିଦ୍ଧିବଦ୍ଧ ଭାବେ ଲାଗୁ କରା ଯାଇଥିଲା । କିନ୍ତୁ ନଭେମ୍ବର ୨୬ରେ ଏହାକୁ ଦେଶ ସ୍ୱୀକାର କରି ଥିବାରୁ ପ୍ରତିବର୍ଷ ନଭେମ୍ବର ୨୬ରେ ହିଁ ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଏ…

Read More

ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡାଙ୍କ କାର ଦୁର୍ଘଟଣାରେ ଯୁବକ ମୃତ

ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡାଙ୍କ କାର ଦୁର୍ଘଟଣାରେ ଯୁବକ ମୃତ ଆଠଗଡ଼(ଏନ୍‍.ଏମ୍‍.): ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିବା ସହ ରାଣୀଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଘେରାଉ କରିଥିଲେ । ଖବର ପାଇ ପୁଲିସ ରାଣୀଙ୍କୁ ନିଜ ହେପାଜତକୁ ନେଇ ଥାନାରେ ବସାଇଛି । ସୂଚନା ଅନୁଯାୟୀ ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ଏକ ବିବାହ ଭୋଜିରେ ଯୋଗଦେଇ…

Read More

ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଠଗଡ଼(ଏନ୍‌.ଏମ୍‌.): ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଠଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଧାଈପୁର ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଧାଈପୁର ସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କ ବଦଳିକୁ ସହଜରେ ଛାତ୍ରଛାତ୍ରୀ ଗ୍ରହଣ କରି ପାରିନାହାନ୍ତି । ଶ୍ରୀ ସାହୁଙ୍କ ବଦଳି ନିର୍ଦ୍ଦେଶ ସମ୍ପର୍କରେ ସ୍କୁଲର ଛାତ୍ରଛାତ୍ରୀ ସୂଚନା ପାଇବା କ୍ଷଣି ସ୍କୁଲ ଗେଟ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ସୂଚନା ଅନୁଯାୟୀ…

Read More