ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ
ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ ଆଠଗଡ଼ (ଏନ୍.ଏମ୍.): ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ଉପଯୁକ୍ତ ତଦନ୍ତ ଓ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ବିକ୍ଷୋଭକାରୀମାନେ ସ୍ଥାନୀୟ କଖଡି ଠାରୁ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ଶୋଭାଯାତ୍ରା ପରିକ୍ରମା କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।…
