କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କବଜାରେ ୨ ବନ୍ଧୁକ ସ୍ମଗଲର
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କବଜାରେ ପଡ଼ିଛନ୍ତି ୨ ଜଣ ବନ୍ଧୁକ ସ୍ମଗଲର୍। ଭଦ୍ରକ ସହର ଉପକଣ୍ଠ ରାଣୀତାଲ ପାଖରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ କରୁଥିବାବେଳେ ଏହି ୨ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଗୁଳି ଜବତ ହୋଇଛି। ଗିରଫ ଦୁଇ ଜଣକ ମଧ୍ୟରୁ ଜଣେ ବିହାରର ମୁଙ୍ଗେର ଜିଲ୍ଲାର ରବୀନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି। ଅନ୍ୟ ଜଣକ ବାଲେଶ୍ୱର ଶ୍ରୀକୃଷ୍ଣପୁର ଅଞ୍ଚଳର…
