ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ
କଟକ(ଏନ୍.ଏମ୍.): ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଜିଡିହସ୍ଥିତ ସଂଘ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ବୁଲା ଷଣ୍ଢ, ଗାଇ, ବୁଲାକୁକୁରମାନଙ୍କୁ ଖାଦ୍ୟ ପାନୀୟ ବିତରଣ କରାଯାଇଥିଲା । ବିଶେଷ କରି ସମ୍ପ୍ରତି କରୋନା ସଂକ୍ରମଣ ଯୋଗୁଁ ଲକ୍ଡାଉନ ଓ ସର୍ଟଡାଉନ ସମୟରେ ବୁଲା ପଶୁମାନଙ୍କୁ ଆବଶ୍ୟକ ଖାଦ୍ୟ ମିଳୁନଥିବାବେଳେ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି…
