କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରସ୍ତୁତି ତଦାରଖ କଲେ ପ୍ରମୁଖ ଶାସନ ସଚିବ

କେନ୍ଦ୍ରାପଡ଼ା (ଏନ୍.ଏମ୍.): କେନ୍ଦ୍ରାପଡ଼ାରେ ବାତ୍ୟା ୟାସର ମୁକାବିଲା ପାଇଁ ପ୍ରଶାସନି ପ୍ରସ୍ତୁତିର ତଦାରଖ ନିମନ୍ତେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ସଚିବ ଶ୍ରୀ ଶର୍ମା କେନ୍ଦ୍ରପଡ଼ାରେ ପହଞ୍ଚô ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରଶାସନ ପକ୍ଷରୁ ପ୍ରସ୍ତୁ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଶ୍ରୀ ଶର୍ମାକୁଙ୍କୁ ଅବଗତ କରାଇଥିଲେ…

Read More

ଦୁର୍ଦ୍ଦାନ୍ତ ଅପରାଧି ଜାନକୀ ସମେତ ୪ ଗିରଫ ; ୭ ବନ୍ଧୁକ, ଗୁଳି ଓ କାର୍ ଜବତ

କଟକ(ଏନ୍.ଏମ୍.): ବନ୍ଧୁକ ଓ ଗୁଳି ଯୋଗାଣ ସମୟରେ ଚାଉଳିଆଗଞ୍ଜ ଥାନା ପୁଲିସ ଚଢାଉ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧି ଓ ତା’ର ୩ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ବନ୍ଧୁକ, ୨୮ ଜୀବନ୍ତ ଗୁଳି, ଗୋଟିଏ ଏକସୟୁଭି କାର୍(ଓଡ଼ି – ୦୨-ବିଜେ-୨୨୭୦) ଓ ୪ଟି ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ସିଙ୍ଗିପୁରର ଦୁର୍ଦ୍ଦାନ୍ତ ଫେରାର୍ ଅପରାଧି ଜାନକୀ ବଲ୍ଲଭ ମହାରଣା(୩୨), ଅମ୍ବିକା ପ୍ରସାଦ ସ୍ୱାଇଁ ଓରଫ ବାପି(୨୯),…

Read More

ବାତ୍ୟା ‘ୟାସ’ ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଓ ସମୀକ୍ଷା

ପ୍ରଭାବିତ ଜିଲ୍ଲାରେ ୧୯୦ଟି ଉଦ୍ଧାରକାରୀ ଦଳ ମୁତୟନ କଟକ(ଏନ୍.ଏମ୍.): ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ପୁନର୍ବାର ଏକ ପ୍ରସ୍ତୁତି ବୈଠକ କରାଯିବା ସହ ଏନେଇ ସମୀକ୍ଷା କରାଯାଇଛି । ଅଗ୍ନିଶମ ମହାନିଦେ୍ର୍ଦଶକ ଏମ. ଅକ୍ଷୟ ଭିଡ଼ିଓ କନଫରେନସିଂ ଜରିଆରେ ରାଜ୍ୟର ସମସ୍ତ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାଗୁଡ଼ିକରେ ୧୯୦ଟି ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି ।…

Read More

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ୟଶ ମୁକାବିଲା ପ୍ରସ୍ତୁତି ନେଇ ଅତିରିକ୍ତ ଡିଜିଙ୍କ ସମୀକ୍ଷା

୨ ଜିଲ୍ଲାର ୮୪ ଗ୍ରାମର ୧ ଲକ୍ଷ ୮୫ ହଜାର ୧୫୮ ଲୋକ ହେବେ ସ୍ଥାନାନ୍ତର ୨୪୪ ବାତ୍ୟା ଆଶ୍ରୟ ସ୍ଥଳ ଓ ୧ ହଜାର ୭୬୩ ବିଦ୍ୟାଳୟ ପ୍ରସ୍ତୁତ କଟକ(ଏନ୍.ଏମ୍.): ବାତ୍ୟା ‘ୟଶ’ର ମୁକାବିଲା ଓ ବାତ୍ୟା ପରର ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ୱାଇ କେ ଜେଠୱା । ବାତ୍ୟାର ମୁକାବିଲା କରିବା ପାଇଁ…

Read More

ବାତ୍ୟା ଯୋଗୁଁ ସରୁକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନକୁ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏନ୍.ଏମ୍.): ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରି କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦ କୋଭିଡ ଓ ବାତ୍ୟା ୟାସର ସାମ୍ନା କରୁଛେ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ…

Read More

ୟାସ ମୁକାବିଲା ପାଇଁ ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ପହଞ୍ଚିଲେ ସଶସ୍ତ୍ର ସେନା

ନୂଆଦିଲ୍ଲୀ (ଏଜେନ୍ସି): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍’ ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ବିଭିନ୍ନ ସ୍ଥାନରେ ପହଞ୍ଚିଛନ୍ତି । ଆସନ୍ତା ୨୬ତାରିଖ ବୁଧବାର ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ ଜବାନ ଓ ୭୦ ଟନ୍ ଓଜନର ସାମଗ୍ରୀ ସହ ବାରଣାସୀ,…

Read More

ବାତ୍ୟା ‘ୟାସ’ ମୁକାବିଲା ନେଇ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହାଙ୍କ ସମୀକ୍ଷା

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାରେ ଦେଶର ୩ଟି ରାଜ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ବାତ୍ୟା ୟାସ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଆଦି ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ସାହା ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ…

Read More

ଆଇଏମଡିର ସତର୍କ: ୧୨ ଘଣ୍ଟା ଭିତରେ ଭୀଷଣ ବାତ୍ୟାର ରୂପ ନେବ ‘ୟାସ’

ଭୁବନେଶ୍ୱର(ଏନ୍.ଏମ୍.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ୟାସ ଏବେ ବାତ୍ୟାର ରୂପ ନେବାକୁ ଯାଉଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ମାତ୍ର ୨ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ତେବେ ବାତ୍ୟା ଯେତେ ଧୀରେଧୀରେ ଗତି କରିବ, ସେତେ ଶକ୍ତିଶାଳୀ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ବାତ୍ୟା ୟାସ ମଧ୍ୟ ଅଧିକ ଶକ୍ତିଶାଳୀ ହେଉଥିବା ଆଶଙ୍କା କରାଯାଇଛି । ବିଭାଗର ଅନୁମାନ ଅନୁଯାୟୀ,…

Read More