ମଧ୍ୟମ ଓ କ୍ଷୁଦ୍ର ସମ୍ବାଦ ପତ୍ରର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି
କଟକ(ଏନ୍.ଏମ୍.): ସରକାର ଗଣମାଧ୍ୟମକୁ ବର୍ଗୀକରଣ କରି କ୍ଷୁଦ୍ର ଓ ମଧ୍ୟମ ଗଣମାଧ୍ୟମ ସଂସ୍ଥା ପ୍ରତି ଅବହେଳା ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଭାରତ ଭଳି ଗୋଟିଏ ଜନମଙ୍ଗଳ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ଅପରିହାର୍ଯ୍ୟ । ଜନପ୍ରତିନିଧିଙ୍କ ଦ୍ୱାରା ଜନସାଧାରଣଙ୍କ କଲ୍ୟାଣ ଉଦେ୍ଦଶ୍ୟରେ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇ ଥାଏ, ତାହାକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟପାଳିକାର ଦାୟିତ୍ୱ ରହିଛି, ସେହିପରି ଏହି କାର୍ଯ୍ୟ ସୂଚାରୁରୂପେ କାର୍ଯ୍ୟକାରୀ ହେବା ଓ…
