ମୋ ସ୍କୁଲ ଅଭିଯାନକୁ ୩ଲକ୍ଷ ଟଙ୍କା ପ୍ରଦାନ କଲେ ଦେବାଶିଷ ସାମନ୍ତରାୟ

ମୋ ସ୍କୁଲ ଅଭିଯାନକୁ ୩ଲକ୍ଷ ଟଙ୍କା ପ୍ରଦାନ କଲେ ଦେବାଶିଷ ସାମନ୍ତରାୟ


କଟକ(ଏନ୍‍.ଏମ୍‍.): ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଯାହା ଜୀବନବ୍ୟାପୀ ସମସ୍ତଙ୍କ ଭାବାବେଗ ସହିତ ଯୋଡ଼ି ହୋଇ ରହିଥାଏ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପରିକଳ୍ପନା ହେଉଛି “ମୋ-ସ୍କୁଲ ଅଭିଯାନ’ । କରୋନା ମହାମାରୀର ଏହି କଠିନ ପରିସ୍ଥିତି ମଧ୍ୟରେ ଆଜି କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ବାରବାଟୀ-କଟକ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀଙ୍କୁ ସାକ୍ଷାତ କରି କଟକ ଜିଲ୍ଲାରେ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାର ବିକାଶ ନିମନ୍ତେ ମୋ-ସ୍କୁଲ ଅଭିଯାନ ଜିରୋ ଏଫ ମିଶନକୁ ସଫଳ କରିବା ପାଇଁ ୩ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛନ୍ତି । ଏହି ସମୟରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ରଶ୍ମିତା ମିଶ୍ର ସମେତ ମୋ’ ସ୍କୁଲର ଅଭିଯାନରେ କାର୍ଯ୍ୟରତ ପୁରା ଟିମ ଏବଂ ପୂର୍ବତନ କର୍ପୋରେଟର ତଥା ଜୀବନବନ୍ଦୁ ଓଡ଼ିଶା ମୋ ପରିବାର ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଭଳି ଏକ ଅଭିନବ ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରି ବିଦ୍ୟାଳୟ ଭିତ୍ତିଭୂମି ଏବଂ ଶିକ୍ଷାଦାନର ଗୁଣାତ୍ମ ମାନ ବୃଦ୍ଧି କରିବାରେ ଆଗାମୀ ଦିନରେ ‘ମୋ ସ୍କୁଲ’ ଅଭିଯାନ ସହାୟକ ହେବ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *