ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରଜତଜୟନ୍ତୀ ଉତ୍ସବ
ସୁଖୀ ଏବଂ ସମୃଦ୍ଧ ପରିବାର ଗଠନରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ – ରାଜ୍ୟପାଳ
ଭୁବନେଶ୍ୱର(ଏନ୍.ଏମ୍.): ସୁଖୀ ଏବଂ ସମୃଦ୍ଧ ପରିବାର ଗଠନରେ ମହିଳାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି । ଚଳିତ ଜୁଲାଇ ୦୨ ତାରିଖ ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱରଠାରେ ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରଜତଜୟନ୍ତୀ ସମାରୋହକୁ ଉଦ୍ଘାଟନ କରି ରାଜ୍ୟପାଳ ଶ୍ରୀ ଦାସ ଏହି ମତବ୍ୟକ୍ତ କରିଛନ୍ତି । ନିଜ ଉଦ୍ବୋଧନରେ ରାଜ୍ୟପାଳ କହିଥିଲେ ଯେ, ପରିବାର ଏବଂ ସମାଜ ପାଇଁ ମହିଳା ସଶକ୍ତିକରଣ ଏକାନ୍ତ ଆବଶ୍ୟକ । ସମାଜରେ ବଂଚିତ, ଶୋଷିତ, ଅସହାୟ ମହିଳାମାନଙ୍କୁ ସଶକ୍ତ କରାଇ ସେମାନଙ୍କୁ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ । ମହିଳାମାନେ ଅନେକ କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଇ ଉତ୍କର୍ଷତା ହାସଲ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କାଦମ୍ବିନୀ ପତ୍ରିକା ମହିଳା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସଶକ୍ତ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବାରୁ ରାଜ୍ୟପାଳ ଖୁସିବ୍ୟକ୍ତ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ସର୍ବୋପରି ଓଡ଼ିଆ ଅସ୍ମିତା ପ୍ରତି ସମର୍ପିତ ରହି ପ୍ରତିମାସରେ “କାଦମ୍ବିନୀ” ପ୍ରକାଶ ପାଉଥିବା ଖୁସିର କଥା । ଓଡ଼ିଆ ଭାଷା ପ୍ରତିଟି ଓଡ଼ିଆଙ୍କର ହୃଦୟର ସ୍ପନ୍ଦନ । ଓଡ଼ିଆ ଭାଷା ସାଂସ୍କୃତିକ ଅଭିବ୍ୟକ୍ତି ଓ ଭାବନାର ଭଣ୍ଡାର, ଯାହା ପିଢ଼ି ପିଢ଼ି ମ୍ମରେ ସେତୁ ଭଳି କାର୍ଯ୍ୟ କରିଥାଏ । ରାଜ୍ୟର ସାଂସ୍କୃତିକ ପରିଚୟକୁ ସଂରକ୍ଷଣ କରିବା ଏବଂ ଅଭିବ୍ୟକ୍ତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭାରତର ଏକ ଶାସ୍ତ୍ରୀୟ ଭାଷାରୂପେ ଓଡ଼ିଆ ଭାଷା ସାହିତ୍ୟର ଏକ ସମୃଦ୍ଧ ପରଂପରା ରହିଛି ।
କାଦମ୍ବିନୀ ସାହିତ୍ୟ ପତ୍ରିକା ଉତ୍କଷ୍ଟତାର ଏକ ପ୍ରକାଶସ୍ତମ୍ଭ ଅଟେ ଯାହାକି ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳକୁ ଆଲୋକିତ କରୁଛି । ଏହି ପତ୍ରିକାର ଲୋକପ୍ରିୟତା କେବଳ ଓଡ଼ିଶାର ସୀମାସରହଦ ଭିତରେ ସୀମିତ ନରହି ବାହାରକୁ ପରିବ୍ୟାପ୍ତ ହେଇଛି ଏବଂ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛି । ଏହି କୃତିତ୍ୱ ପାଇଁ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଏବଂ ସଂପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କର ଉଦ୍ୟମକୁ ରାଜ୍ୟପାଳ ଶ୍ରୀ ଦାସ ପ୍ରଶଂସା କରିଥିଲେ । କିଟ୍, କିସ୍ ତଥା କାଦମ୍ବିନୀର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି କାଦମ୍ବିନୀ ପତ୍ରିକାର ଇତିବୃଽଗଽି ଉପରେ ଆଲୋକପାତ କରିଥିବାବେଳେ ସଂପାଦିକା ଡ଼ଃ ଇତିରାଣୀ ସାମନ୍ତ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅ୍ମକ୍ଷତାରେ ଆୟୋଜିତ ଏହି ସମାରୋହରେ ପ୍ରସିଦ୍ଧ ନାଟ୍ୟକାର ଅନନ୍ତ ମହାପାତ୍ର ସମ୍ମାନିତ ଅତିଥିଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ପତ୍ରିକାର ରୌପ୍ୟଜୟନ୍ତୀ ଲୋଗୋ, ଡାକ ଟିକେଟ୍ ଏବଂ କାଦମ୍ବିନୀର ରୌପ୍ୟଜୟନ୍ତୀ ବିଶେଷାଙ୍କ ଉନ୍ମୋଚିତ ହୋଇଥିବାବେଳେ ବିଶିଷ୍ଟ ସାମ୍ବାଦିକ ଉମାପଦ ବୋଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।