ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି ୪୮ନମ୍ବର କର୍ପୋରେଟର

ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି ୪୮ନମ୍ବର କର୍ପୋରେଟର


ଜଗତପୁର (ଏନ୍‍.ଏମ୍‍.): ବର୍ଷାକୁ ଦୃଷ୍ଟିରେ ରଖି ଏବେ କଟକ ସହରରେ ଜଳନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ କିଭଳି ଜନସାଧାରଣ ଜଳବନ୍ଦୀ ସମସ୍ୟା ନଭୋଗିବେ ସେନେଇ ସ୍ଥାନୀୟ କର୍ପୋରେଟର ନଳିନୀ ବେହେରା ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ୱାର୍ଡରେ ବହୁଦିନ ଧରି ରହିଥିବା ସମସ୍ୟାର ସମାଧାନ କରି ଅଞ୍ଚଳବାସୀଙ୍କ ଠାରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ଦୀର୍ଘ ଦିନ ଧରି ଏହି ଅଞ୍ଚଳ ଅବହେଳିତ ରହିଥିବାବେଳେ ଏବେ କର୍ପୋରେଟରଙ୍କ ହସ୍ତକ୍ଷେପ ଫଳରେ ଅନେକ ଜନହିତକର କାର୍ଯ୍ୟ ଜାରି ରହିଛି । ଏହି ୱାର୍ଡରେ ଦିନ ରାତି ଏକ କରି ସାହିବସ୍ତିରେ ଡ୍ରେନ ସଫେଇ, ରାସ୍ତା ଘାଟ ସଫେଇ ଠାରୁ ଆରମ୍ଭ କରି ରାସ୍ତା କଡରୁ ଅନାବନା ଗଛଲତା ପ୍ରତିଦିନ ସଫା କରାଯାଉଛି । ପୂର୍ବରୁ ଏହି ୱାର୍ଡରେ ବର୍ଷା ଦିନେ ଚାରିଆଡେ ରାସ୍ତା ଘାଟରେ ବର୍ଷା ଜଳ ଜମି ରହୁଥିବାରୁ ଚଳିତ ବର୍ଷ ଯେଭଳି ଅବ୍ୟବସ୍ଥାର ପୁନରାବୃତ୍ତି ନହୁଏ ସେ ନେଇ ନିଜେ କର୍ପୋରେଟର ତଦାରଖ କରୁଛନ୍ତି । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ୱାର୍ଡ କର୍ପୋରେଟର ଶ୍ରୀମତୀ ବେହେରା ଓ ବିଜେଡି ଯୁବ ୱାର୍ଡ ସଭାପତି ନାଗେଶ୍ୱର ବେହେରାଙ୍କ ସମେତ କିଛି ବିଜେଡି କର୍ମକର୍ତ୍ତାମାନେ ଜଗତପୁର ଆଇ.ବି. ରୋଡରେ ଥିବା ରାସ୍ତା କଡ଼ରୁ ଆବର୍ଜନା ସଫେଇ ବୁସକଟିଂ ଆଦି କରାଯାଉଛି । ରାସ୍ତାରେ ବଡ଼ବଡ଼ ଗର୍ତ୍ତଗୁଡ଼ିକରେ ବର୍ଷା ଜଳ ଜମି ରହି ଯାନ ବାହାନ ଯାତୟାତରେ ସମସ୍ୟା ସୃଷ୍ଟି ହେଉଥିବାରୁ ସେଥିରେ ବାଲି ମାଟି ଫିଲିଙ୍ଗ କରାଯାଉଛି । ଏହି ସବୁ ଜନହିତକର କାର୍ଯ୍ୟ ପାଇଁ ଜଗତପୁର ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ୪୮ ନମ୍ବର ୱାର୍ଡ କର୍ପୋରେଟରଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ତେବେ ଏହି ଭଳି ଲୋକପ୍ରିୟତା ବଜାୟ ରଖିବା ପାଇଁ କର୍ପୋରେଟର ଶ୍ରୀମତୀ ବେହେରା ୱାର୍ଡର ବଭିନ୍ନ ସାହି ବସ୍ତି ଗୁଡ଼ିକରେ ଡ୍ରେନ ଠିକ ଭାବେ ସଫା ହେଉଛି ନା ନାହିଁ, ଲୋକମାନେ ଭତ୍ତା ଠିକ୍‍ ଭାବେ ପାଇଛନ୍ତି କି ନାହିଁ ଏବଂ ଅଞ୍ଚଳବାସୀଙ୍କ କ’ଣ ସମସ୍ୟା ରହିଛି କିଭଳି ସମାଧାନ ହେବ ସେ ନେଇ ଗୁରୁତ୍ୱ ଦେଉଛନ୍ତି । ତେବେ ତାଙ୍କର ଏଭଳି କାର୍ଯ୍ୟଧାରା ଯାହା କଟକ ମହାନଗର ନିଗମରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *