ୱାଇଜମ୍ୟାନ ଅନ୍ତର୍ଜାତୀୟ ସମ୍ମିଳନୀରେ ଉତ୍ତର ପୂର୍ବ ଭାରତର ସ୍ମରଣିକା ଉନ୍ମୋଚିତ


କଟକ (ଏନ୍‌.ଏମ୍‌.): ୱାଇଜମ୍ୟାନ ଇନ୍ଟରନେସନାଲ ପକ୍ଷରୁ କେରଳର ତିତୁଭନ୍ତପୁରମ୍ ଠାରେ ଚାଲିଥିବା ଅନ୍ତର୍ଜାତୀୟ ଆଞ୍ଚଳିକ ସମ୍ମିଳନୀ ରେ ଉତ୍ତର, ପୂର୍ବ ଓ ଉତ୍ତରପୂର୍ବ ଭାରତ ପକ୍ଷରୁ ପ୍ରକାଶିତ ସ୍ମରଣିକା କୁ ୱାଇଜମ୍ୟାନ ଇଣ୍ଟରନେସନାଲର ଅନ୍ତର୍ଜାତୀୟ ସଭାପତି ଆଇନଜୀବୀ ଏ. ସହାନଭାସ ୮୪ ଟି ଦେଶରୁ ଆସିଥିବା ଆଞ୍ଚଳିକ ନିର୍ଦେଶକ ଓ ବିଶ୍ୱ ନେତୃତ୍ୱ ଙ୍କ ଆଗରେ ଉନ୍ମୋଚିତ କରିଛନ୍ତି। ଭାରତର ଉତ୍ତର, ପୂର୍ବ ଓ ଉତ୍ତରପୂର୍ବ ଭାରତର ନିର୍ଦ୍ଦେଶକ ଆଇନଜୀବି ପ୍ରସନ୍ନ କୁମାର ନନ୍ଦ ଙ୍କ ଉପସ୍ଥିତି ରେ ତିତୁଭନ୍ତପୁରମ୍ ସ୍ଥିତ ଏକ ଘରୋଇ ହୋଟେଲ ରେ ନବନିର୍ବାଚିତ ଅନ୍ତର୍ଜାତୀୟ ସଭାପତି ଏଡ ୱାର୍ଡ ଓଙ୍ଗ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ପୂର୍ବତନ ଅନ୍ତର୍ଜାତୀୟ ସଭାପତି ଭି.ଏସ. ବସିର, ଅନ୍ତର୍ଜାତୀୟ ସେକ୍ରେଟାରୀ ଜେନେରାଲ ଜେ. ଭାର୍କି ପ୍ରମୁଖ ଯୋଗ ଦେଇ ସ୍ମରଣିକାକୁ ଲୋକାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *