୨ ବର୍ଷରୁ ଉର୍ଦ୍ଧ ଉଛେଦ ହୋଇ ରାସ୍ତା କଡରେ ପଡି ରହିଥିବା ନୂଆସାହି ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ଧାରଣା


କଟକ(ଏନ୍‌.ଏମ୍‌.): ବିଡାନାସୀ ନୂଆସାହି ବସ୍ତିର ୧୭ ପରିବାରକୁ ୨୦୨୨ ମସିହା ଅଗଷ୍ଟ ୨୯ ତାରିଖ ଅର୍ଥାତ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ହେବ ସିିଡିଏ ଓ ସିଏମସି ଦ୍ୱାରା ଉଚ୍ଛେଦ କରାଯାଇଥିଲା। ତା ପରେପରେ ସେ ପରିବାର ଗୁଡିକୁ ସିଏମସି ପକ୍ଷରୁ ଜାଗା ମିଶନରେ ସାମିଲ କରାଯାଇଥିଲା। ଜାଗା ମିଶନ ସର୍ଭେ ସହ ଡ୍ରୋନ ସର୍ଭେ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ସିଏମସିର ତଦାରଖ ଦଳ ଆସି ତାଲିକା ଯାଞ୍ଚ ପରେ ସେହି ୧୭ ପରିବାରଙ୍କ ଧବଳେଶ୍ୱର ଗଡାରେ ଥଇଥାନ ପାଇଁ ମେୟର ଏବଂ କମିଶନର ଯୋଗ୍ୟ ବିବେଚିତ ପରିବାର ବୋଲି ରିପୋର୍ଟରେ ମଞ୍ଜୁରୀ ଦେଇଥିଲେ। ଦୁଃଖର ବିଷୟ ଅସହାୟ ଅବସ୍ଥାରେ ଥିବା ସେ ପରିବାର ଗୁଡିକୁ ଆଦି ପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ। ଏହାର ପ୍ରତିବାଦ କରି ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ବିଡାନାସୀ ନୂଆସାହିର ବହୁ ସଂଖ୍‌ଯାରେ ବସ୍ତି ବାସିନ୍ଦା ଗଣ ଧାରଣାରେ ବସିଛନ୍ତି। କମିଶନର ନିର୍ଭର ପ୍ରତିଶ୍ରୁତି ନଦେଲା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ। ବସ୍ତି ବାସିନ୍ଦାମାନଙ୍କୁ ଜାଗା ମିଶନରେ ସାମିଲ ଥିବା ୧୭ଟି ପରିବାରକୁ ସିଏମସି ଘୋଷଣା ଅନୁଯାୟୀ ଧବଳେଶ୍ୱର ଗଡାରେ ଥଇଥାନ ଓ ବସ୍ତି ବାସିନ୍ଦାମାନଙ୍କୁ ମହାନଗର ନିଗମ ଆଇନ ଅନୁଯାୟୀ ଜାଗା ଦେବା ସହ ପଟ୍ଟା ଦେବା ଇତ୍ୟାଦି ଦାବି ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ କରାଯାଇଛି। ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ବାମପନ୍ଥୀ ନେତା ବିଶ୍ୱାବସୁ ଦାସ ଧାରଣା ସ୍ଥଳରେ ବକ୍ତବ୍ୟ ଦେଇଥିଲେ। ବସ୍ତି ନେତା ଦିପକ ଦାସ, ରଘୁନାଥ ପତି, ସୁକାନ୍ତ ମହାରଣା, ଯୁଧିଷ୍ଠିର ବାରିକ, ପ୍ରକାଶ ଚନ୍ଦ୍ର ମଲିକ, ପ୍ରଭା ମଲିକ ସଞ୍ଜୟ ମଲ୍ଲିକ ପ୍ରମୁଖ ନେତୃତ୍ୱ ନେଇଥିଲେ। ଅପରାହ୍ନରେ ସିଏମସି କମିଶନର ଓ ମେୟରଙ୍କ ସହ ଆଲୋଚନା ପରେ ଏବଂ ଉଭୟଙ୍କ ନିର୍ଭର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର କରାଯାଇଥିଲା।

Leave a Reply

Your email address will not be published. Required fields are marked *