୨୬ରୁ ୨୮ ଏସସିବି ପ୍ଲାଟିନମ ଜୁବୁଲି ଉଦଯାପନୀ: ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

୨୬ରୁ ୨୮ ଏସସିବି ପ୍ଲାଟିନମ ଜୁବୁଲି ଉଦଯାପନୀ: ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ


କଟକ(ଏନ୍‌.ଏମ୍‌.): ଦୀର୍ଘ ୭୫ଦିନ ଧରି ଚାଲିଥିବା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ଲାଟିନମ ଜୁବୁଲି ଓ ଏସସିବିଆନ ଗ୍ଲୋବାଲ କନକ୍ଲେଭ ଉଦଯାପିତ ହେବାକୁ ଯାଉଛି । ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨୬ ତାରିଖରେ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏତଦ ବ୍ୟତୀତ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଦେଶ, ବିଦେଶର ଖ୍ୟାତନାମା ଡାକ୍ତର ଭର୍ଚୁଆଲ ପ୍ଲାଟଫର୍ମରେ ଏଥିରେ ଯୋଡି ହେବେ ବୋଲି ମଙ୍ଗଳବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସସିବି ଅଧ୍ୟକ୍ଷ ପ୍ରଫେସର ଡା. ଦତ୍ତେଶ୍ୱର ହୋତା ସୂଚନା ଦେଇଛନ୍ତି । ସେହିପରି ଏସସିବିରେ ଚିିକତ୍ସିତ ହେଉଥିବା ରୋଗୀଙ୍କ ଲାଗି ଏହା ଏକ ଆନନ୍ଦ ଦାୟକ ଖବର । ଉକ୍ତ ଦିନ ମାନଙ୍କ ବିଭିନ୍ନ ୱାର୍ଡରେ ରୋଗୀଙ୍କୁ ମିଷ୍ଟାନ ସହ ଫଳ ବଣ୍ଟନ କରାଯିବ । ଏହି ପରିପ୍ରେକ୍ଷୀରେ ସର୍ଜରୀ ବିଭାଗ ସମ୍ମୁଖରେ ଏକ ସ୍ଥାପତ୍ୟରେ ଏସସିବର ଇତିହାସ ଏବଂ ପ୍ଲାଟିନମ ଜୁବୁଲିର ସଫଳତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଦର୍ଶିତ କରାଯିବ । ଏହା ସହିତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ମଧ୍ୟ ପ୍ଲାଟିନମ ଜୁବୁଲିର ସିଧାପ୍ରସାରଣ ଏଲଇଡି ସ୍କ୍ରିନ ଦ୍ୱାରା ଦେଖିବାର ବ୍ୟବସ୍ଥା କରାଯାଇଛି ବୋଲି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ହେତା କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *