ହେତୁବାଦୀ କର୍ମକର୍ତ୍ତାଙ୍କ ନାମରେ ଟାଙ୍ଗୀ ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଥାନାରେ ଅଭିଯୋଗ

ହେତୁବାଦୀ କର୍ମକର୍ତ୍ତାଙ୍କ ନାମରେ ଟାଙ୍ଗୀ ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଥାନାରେ ଅଭିଯୋଗ

News by Smrutiranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ହେତୁବାଦୀ ଗୋଷ୍ଠୀଙ୍କ ବିରୋଧରେ ରାଜ୍ୟସାରା ଅସନ୍ତୋଷ ତେଜିବାରେ ଲାଗିଛି । ଚଳିତ ବର୍ଷ ଅକ୍ଟୋବର ମାସ ୨୫ତାରିଖରେ ପଡ଼ିଥିବା ସୂର୍ଯ୍ୟ ପରାଗ ଦିନ ଆମିଷ ଭକ୍ଷଣ ଏବଂ ଗଣ ଭୋଜି ଦାନ ତଥା ହେତୁବାଦୀ ସଂଗଠନ ପକ୍ଷରୁ ଦିଆଯାଇଥିବା ବିଭିନ୍ ଅପ୍ରାସଙ୍ଗିକ ମନ୍ତବ୍ୟ ସମଗ୍ର ହିନ୍ଦୁ ଧର୍ମ ତଥା ହିନ୍ଦୁ ସମାଜ ଓ ପରମ୍ପରା ପ୍ରତି କୁଠାରାଘାତ ବୋଲି ବିଭିନ୍ନ ବ୍ରାହ୍ମଣ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ହେତୁବାଦୀ ସଂଗଠନର ସଭାପତି ପ୍ରଦୀପ ରଥ ଓ ଦେବେନ୍ଦ୍ର ସୁତାରଙ୍କ ବିରୁଦ୍ଧରେ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ନିରଞ୍ଜନ ହୋତା, ସଂପାଦକ ଦିଲ୍ଲୀପ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ସୁନୀଲ କୁମାର ଶତପଥୀଙ୍କ ସମେତ ନିଗମାନନ୍ଦ ତ୍ରିପାଠୀ, ପବିତ୍ରମୋହନ ଷଡ଼ଙ୍ଗୀ, ସନ୍ତୋଷ କୁମାର ଦାଶ, ମାନସ ରଞ୍ଜନ ପଣ୍ଡା, ସୁନିଲ କୁମାର ତ୍ରିପାଠୀ, ଶ୍ରୀନିବାସ ପଣ୍ଡା ପ୍ରମୁଖ ଚୌଦ୍ୱାର ଥାନା ଭାରାପ୍ରାପ୍ତ ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *