ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ବାର୍ଷିକ ଉତ୍ସବ

ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ବାର୍ଷିକ ଉତ୍ସବ

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଠାତା ସୁଧାଂଶୁ ମୋହନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, କଣ୍ଠଶିଳ୍ପୀ ଆଲୋକ କୁଣ୍ଡୁ, ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ବାପୁ ଗୋସ୍ୱାମୀ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୩ଗୋଟି ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଦୁଇ ବର୍ଷ ତଳେ ମାତ୍ର ୪ ଜଣ ଯୁବକଙ୍କୁ ନେଇ ସୁଧାଂଶୁଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ସଂଗଠନର ମୋଟ ସଭ୍ୟ ୮୨ ଜଣ । ଅସହାୟଙ୍କ ମୁହଁରେ ହସ ଫୁଟାଇବା, ଦୁସ୍ଥ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିବା ଓ ଭୋକିଲା ଙ୍କ ମୁହଁରେ ଖାଦ୍ୟ ଦେବା ଏହା ସଂଗଠନର ପ୍ରଧାନ କାର୍ଯ୍ୟ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । କଣ୍ଠଶିଳ୍ପୀ ଆଲୋକ କୁଣ୍ଡୁ, ବିପ୍ଳବ ଦାସ ଓ ଅନେକ କୁନି କୁନି କଳାକାର ସଙ୍ଗୀତ ପରିବେଷଣ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କୁନିକୁନି ବାଳକ ଓ ବାଳିକାମାନେ ନୃତ୍ୟଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଅଞ୍ଚଳର ବହୁ ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟଅତିଥି ତହସିଲଦାର ଶ୍ରୀ ଦାସ ସମ୍ମାନିତ କରିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *